ବୟସ ହେଲେ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଦେଖାଯାଇଥାଏ। ଏହାକୁ ଅବହେଳା କଲେ ଅଷ୍ଟିଓଆର୍ଥ୍ରାଇଟିସ ରୋଗ ଦେଖାଯିବାର ଆଶଙ୍କା ରହିଛି।

ଅଧିକ ପଢ଼ନ୍ତୁ: ବୟସ୍କ ବ୍ୟକ୍ତି କିପରି ନେବେ ଆଖିର ଯତ୍ନ?

ବୟସ୍କ ବ୍ୟକ୍ତିଙ୍କଠାରେ ଦେଖାଯାଉଥିବା ଏକ ସାଧାରଣ ସ୍ୱାସ୍ଥ୍ୟଗତ ସମସ୍ୟା ହେଉଛି ଅଷ୍ଟିଓଆର୍ଥ୍ରାଇଟିସ। ଅଷ୍ଟିଓଆର୍ଥ୍ରାଇଟିସର ପ୍ରଭାବରେ ଶରୀରର ସମସ୍ତ ଗଣ୍ଠିଗୁଡ଼ିକରେ ଭୀଷଣ ଯନ୍ତ୍ରଣା ହୋଇଥାଏ। ସାଧାରଣତଃ ଅଷ୍ଟିଓଆର୍ଥ୍ରାଇଟିସ ସମସ୍ୟା ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କଠାରେ ଅଧିକ ଦେଖାଦେଇଥାଏ।

ଏହି ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ ଗଣ୍ଠିରେ ଭୀଷଣ ଯନ୍ତ୍ରଣା ଅନୁଭବ ହୋଇଥାଏ। ପ୍ରାଥମିକ ଅବସ୍ଥାରେ ଏହି ଯନ୍ତ୍ରଣା ଧୀରେ ଧୀରେ ଆରମ୍ଭ ହୋଇଥାଏ। ମାତ୍ର ଅବହେଳା କାରଣରୁ ପରବର୍ତ୍ତୀ ସମୟରେ ଗଣ୍ଠିସ୍ଥାନଗୁଡ଼ିକରେ ଯନ୍ତ୍ରଣା ଅସହ୍ୟ ହୋଇଥାଏ। ଏହା ସହିତ ଗଣ୍ଠିର ମାଂସପେଶୀଗୁଡ଼ିକ ଦୁର୍ବଳ ହୋଇ ଭୀଷଣ ଯନ୍ତ୍ରଣା ଦେଇଥାଏ। ଅଷ୍ଟିଓଆର୍ଥ୍ରାଇଟିସ ରୋଗରେ ହଠାତ ବସିଥିବା ସ୍ଥାନରୁ ଉଠି ପଡ଼ିଲେ କିମ୍ବା ପାହାଚ ଚଢ଼ିବା ସମୟରେ ଯନ୍ତ୍ରଣା ଅଧିକ ହୋଇଥାଏ। ଏହି ରୋଗୀମାନଙ୍କର ଗଣ୍ଠି ଗତିଶୀଳ ହେବା ସମୟରେ ସେଥିରୁ ଅଜବ ଶବ୍ଦ ଶୁଣାଯାଇଥାଏ।

ଅଷ୍ଟିଓଆର୍ଥାଟାଇଟିସ ରୋଗରେ ଶରୀରର ବିଭିନ୍ନ ଗଣ୍ଠି ଯେପରି କି ଆଣ୍ଠୁ, ଅଣ୍ଟା, ମେରୁଦଣ୍ଡ ଓ ଶରୀର ଅନ୍ୟାନ ଗଣ୍ଠି ସ୍ଥାନଗୁଡ଼ିକରେ ସାଧାରଣ ଭାବରେ କଷ୍ଟ ହୋଇଥାଏ। ଠିକ ସମୟରେ ସଠିକ ଚିକିତ୍ସା ଅଭାବରୁ ଆଣ୍ଠୁଗଣ୍ଠିକୁ ରକ୍ଷା କରୁଥିବା ମାଂସପେଶୀ ଗୁଡ଼ିକ କ୍ଷୟ ହୋଇଯିବା ଦ୍ୱାରା ରୋଗୀ ଚାଲିବା ପାଇଁ ସମ୍ପୂର୍ଣ୍ଣ ଅକ୍ଷମ ହୋଇଥାଏ।

ଅଷ୍ଟିଓଆର୍ଥ୍ରାଇଟିସର କାରଣ (Causes of Osteoarthritis in odia)

ବାର୍ଦ୍ଧକ୍ୟରେ ଅଧିକ ଅଷ୍ଟିଓଆର୍ଥ୍ରାଇଟିସ ଦେଖାଯାଇଥାଏ। ବୟସ ଅଧିକ ହେଲେ ଗଣ୍ଠି ଜାଗା ମାଂସପେଶୀ ଗୁଡ଼ିକ ଦୁର୍ବଳ ହୋଇଥାଏ। ଏହା ସହିତ ଗଣ୍ଠିରେ ତରଳ ଅଂଶ ବା ରସର ପରିମାଣ କମିବା କାରଣରୁ ଏହି ରୋଗ ଦେଖାଦେଇଥାଏ।

ପରିବାରର ସଦସ୍ୟଙ୍କୁ ପୂର୍ବରୁ ଅଷ୍ଟିଓଆର୍ଥ୍ରାଇଟିସ ସମସ୍ୟା ଥିଲେ ମଧ୍ୟ ଏହି ସମସ୍ୟା ଦେଖାଦେଇଥାଏ।

ମେଦବହୁଳତା ଯୋଗୁଁ ମଧ୍ୟ ଅଷ୍ଟିଓଆର୍ଥ୍ରାଇଟିସ ରୋଗର ହୋଇଥାଏ।

ଦୁର୍ଘଟଣା, ଶାରୀରିକ ଅକ୍ଷମତା ଓ ଗଣ୍ଠିସ୍ଥାଗୁଡ଼ିକରେ ସଂକ୍ରମଣ କାରଣରୁ ମଧ୍ୟ ଏହି ସମ୍ୟା ଦେଖାଦେଇଥାଏ।

knee and joint pain

ଅଧିକ ପଢ଼ନ୍ତୁ: ବୟସ୍କଙ୍କ ଆଣ୍ଠୁଗଣ୍ଠି ପୀଡା ଓ ଫିଜିଓଥେରାପି ବିଷୟରେ ଜାଣନ୍ତୁ

ଅଷ୍ଟିଓଆର୍ଥ୍ରାଇଟିସର ଚିକିତ୍ସା (Treatment of Osteoarthritis in odia)

ଅଷ୍ଟିଓଆର୍ଥ୍ରାଇଟିସ ଭଳି ଯନ୍ତ୍ରଣାଦାୟକ ରୋଗର ଚିକିତ୍ସା ବିଭିନ୍ନ ଉପାୟରେ କରାଯାଇଥାଏ। ରୋଗୀଙ୍କ ବୟସ ଓ ଗଣ୍ଠି କେତେ ପରିମାଣରେ ନଷ୍ଟ ହୋଇଛି ତାହା ଜାଣିବା ପରେ ହିଁ ଚିକିତ୍ସା ଆରମ୍ଭ କରାଯାଇଥାଏ।

ଅଷ୍ଟିଓଆର୍ଥ୍ରାଇଟିସ ରୋଗର ଚିକିତ୍ସା ପାଇଁ ଡାକ୍ତର ଔଷଧ ଖାଇବାକୁ ପରାମର୍ଶ ଦେଇଥାନ୍ତି।

ଅଷ୍ଟିଓଆର୍ଥ୍ରାଇଟିସ ଯନ୍ତ୍ରଣାରୁ ମୁକ୍ତି ପାଇଁ ବିଭିନ୍ନ ପ୍ରକାର ସର୍ଜରୀ ମଧ୍ୟ କରାଯାଇଥାଏ। ଯନ୍ତ୍ରଣା ଅଧିକ ହେଲେ ଅପରେସନ ସାହାଯ୍ୟରେ ରୋଗୀର ହାଡ଼କୁ କଟାଯାଏ। ଏହା ଦ୍ବାରା ଆଣ୍ଠୁର ଗୋଟିଏ ପାର୍ଶ୍ୱର ଚାପକୁ କମ ହୋଇଥାଏ ଏବଂ ଆଣ୍ଠୁ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ସର୍ଜରି କରିବା ଫଳରେ ଆଣ୍ଠୁଗଣ୍ଠି ମଧ୍ୟରେ ଥିବା ଅପରିଷ୍କାର ପଦାର୍ଥକୁ ସଫା କରାଯିବା ଫଳରେ ମଧ୍ୟ ଯନ୍ତ୍ରଣାରୁ ଉପଶମ ମିଳିଥାଏ।

ଅଷ୍ଟିଓଆର୍ଥ୍ରାଇଟିସ ରୋଗର ଚିକିତ୍ସା ପାଇଁ ଆନଥ୍ରୋପ୍ଲାଷ୍ଟି ଅପରେସନ କରାଯାଇଥାଏ। ଏଥିରେ ନଷ୍ଟ ହୋଇଯାଇଥିବା ଗଣ୍ଠିକୁ ସମ୍ପୂର୍ଣ୍ଣ ଭାବରେ କାଢ଼ି ଏକ ନୂଆ ଗଣ୍ଠି ଲଗାଯାଇଥାଏ। ଫଳରେ ଅଷ୍ଟିଓଆର୍ଥ୍ରାଇଟିସ ରୋଗୀ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟାରୁ ମୁକ୍ତି ପାଇଥାଏ।

ଅଧିକ ପଢ଼ନ୍ତୁ: କରୋନା ପରାମର୍ଶ: ଘରେ ବୟସ୍କ ବ୍ୟକ୍ତିଙ୍କର କେମିତି ନେବେ କେୟାର?

ନିରାକରଣ (Prevention of Osteoarthritis in odia)

ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ।

ନିୟମିତ ଫିଜିଓଥେରାପି କରନ୍ତୁ।

ଓଜନରେ ନିୟନ୍ତ୍ରଣ ଆଣନ୍ତୁ।

ପ୍ରତିଦିନ କିଛି ସମୟ ବ୍ୟାୟାମ କରନ୍ତୁ।

ହାଡ଼ ଏବଂ ଗଣ୍ଠିକୁ ସୁସ୍ଥ ରଖିବା ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ।