ସଜନା ଶାଗର ଅନେକ ଉପକାରିତା ଗୁଣ ରହିଛି। ଆସନ୍ତୁ ଜାଣିବା ସଜନା ଶାଗ ବାବଦରେ କିଛି ନୂଆ ତଥ୍ୟ।

ପ୍ରତ୍ୟେକ ଶାଗରେ କିଛି ନା କିଛି ଔଷଧୀୟ ଗୁଣ ରହିଛି। ସେହିପରି ସଜନା ଶାଗ ଆମ ଶରୀର ପକ୍ଷେ ହିତକର ହୋଇଥାଏ। ଏହାର ଶାଗ, ପତ୍ର ଏବଂ ଡାଳ ଖାଇବାକୁ ଲୋକମାନେ ପସନ୍ଦ କରନ୍ତି। ସଜନା ଶାଗକୁ ଇଂରାଜୀରେ ଡ୍ରମଷ୍ଟିକ ଲିଫ ବୋଲି କୁହାଯାଏ। କେହି କେହି ଏହାକୁ ବାରମାସୀ ଛୁଇଁ ବୋଲି କହିଥାଆନ୍ତି।

ଛୋଟ ଛୁଆ ଏବଂ କିଶୋର ପିଲାମାନଙ୍କ ପାଇଁ ସଜନାପତ୍ର ଏକ ଶକ୍ତିବର୍ଦ୍ଧକ ଟନିକ ରୂପେ କାମ କରେ। ବୟସ ଅନୁସାରେ ହଜମ ଶକ୍ତି ବୃଦ୍ଧି ନିମନ୍ତେ ସଜନାରସ ପାନ କରିବା ଆବଶ୍ୟକ। ଏହାର ଛୁଇଁ ଓ ପତ୍ରକୁ ପାଣିରେ ଗରମ କରି ତାର ବାମ୍ଫକୁ ଶୁଙ୍ଘିଲେ ଶ୍ୱାସରୋଗ ଭଲ ହୋଇଯାଏ।

ସଜନା ଶାଗ ଖାଦ୍ୟ ହଜମ ବଢ଼ାଇବା ସହ ଅନ୍ତଃନଳୀକୁ ସୁରକ୍ଷିିତ ରଖେ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦୂର କରେ।

ସଜନା ଶାଗ ଖାଇବା ଫଳରେ ହାଡ଼ ମଜବୁତ ହୁଏ ଏବଂ ରକ୍ତ ପରିଷ୍କାର ହୋଇଯାଏ।

ଚର୍ବି ସମସ୍ୟା ଥିଲେ ସଜନା ଶାଗ ଖାଇବା ଦ୍ୱାରା ଶରୀରରେ ଚର୍ବିର ମାତ୍ରା ସନ୍ତୁଳିତ ରହିଥାଏ।

ତଟକା ସଜନା ପତ୍ର ରସରେ ଲେମ୍ବୁରସ ମିଶାଇ ମୁହଁରେ ଲଗାଇଲେ ମୁଖ ବ୍ରଣ ଓ ମୁହଁର କଳା ଦାଗ ଭଲ ହୋଇଯାଏ।

ଚାମଚେ ସଜନା ରସରେ ଏକ ଚାମଚ ମହୁ ଏବଂ ପଇଡ଼ ରସ ମିଶାଇ ପିଇଲେ ଉଦର ଯନ୍ତ୍ରଣାରୁ ମୁକ୍ତି ମିଳେ।

ସଜନା ଶାଗରେ ଆଣ୍ଟିଅକ୍ସିଡାଣ୍ଟର ପରିମାଣ ଅଧିକ ଥିବାରୁ ଏହା ଉଚ୍ଚ ରକ୍ତଚାପ ରୋଗୀମାନଙ୍କ ପାଇଁ ଲାଭଦାୟକ ହୋଇଥାଏ।

ସଜନା ମଞ୍ଜି, ପିପ୍ପଳ ଓ ଗୋଲମରିଚକୁ ଗୁଣ୍ଡ କରି ଶୁଙ୍ଘିଲେ ନାକର ଘା’ ଭଲ ହୋଇଯାଏ।

ଅଧଗ୍ଲାସ ପଇଡ଼ ପାଣିରେ ଚାମଚେ ସଜନାଫୁଲ ରସ ମିଶାଇ ଦିନକୁ ଦୁଇ ଥର ପିଇଲେ ମୂତ୍ରାଶୟ ଜଳାପୋଡ଼ାରୁ ଉପଶମ ମିଳିଥାଏ।

ଏକ ଚାମଚ କାକୁଡ଼ି ରସରେ ଚାରି ଚାମଚ ସଜନା ପତ୍ର ମିଶାଇ ଦିନକୁ ଥରେ ପିଇଲେ ପରିସ୍ରା ପୋଡ଼ା ଭଲ ହୋଇଯାଏ।

ଚାମଚେ ସଜନାପତ୍ର ରସରେ ୧୦ ଗ୍ରାମ ସୈନ୍ଧବ ଲବଣ ମିଶାଇ ଦିନକୁ ଥରେ ଖାଇଲେ ବହୁମୂତ୍ର ରୋଗ ଭଲ ହୋଇଯାଏ।

ସଜନା ଶାଗ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

ସଜନା ଶାଗ ଆଖିର ଦୃଷ୍ଟିଶକ୍ତି ବଢ଼ାଇଥାଏ।

ସଜନା ଶାଗରେ କ୍ୟାରେଟିନ ରହିଛି ଯାହା ଶରୀରକୁ କୋଷ କ୍ଷୟରୁ ରକ୍ଷା କରେ।

ସଜନା ଶାଗରେ ଭିଟାମିନ କେ ଥିବାରୁ ସ୍ନାୟୁର କାର୍ଯ୍ୟ ଦକ୍ଷତା ତ୍ୱରିତ ହୋଇଥାଏ।

ସଜନା ଶାଗକୁ ଗରମ କରି ଲୁଣ କିମ୍ବା ହଳଦୀ ସହ ମିଶାଇ ଯାଦୁରେ ଲଗାଇଲେ ଯାଦୁ ଭଲ ହୋଇଯାଏ।

ସଜନା ଶାଗରେ ପ୍ରଚୁର ପରିମାଣରେ ଭିଟାମିନ ଏ, ସି ଏବଂ କ୍ୟାଲସିୟମ ରହିଥାଏ।

ସଜନା ପତ୍ରର ରସକୁ ପିଇଲେ ଆମାଶୟ, ଡାଇରିଆ, ହଇଜା ଏବଂ ଜଣ୍ଡିସ ଭଳି ରୋଗ ଭଲ ହୋଇଯାଏ।