ପୂରା ଶରୀରକୁ ସୁଦୃଢ଼ ଓ ମଜଭୁତ କରିବା ପାଇଁ ପ୍ଲାଙ୍କ୍‌ ହେଉଛି ଉତ୍ତମ ବ୍ୟାୟାମ। ପ୍ଲାଙ୍କ୍‌ କରିବା ଦ୍ୱାରା ଅଣ୍ଟା, ପେଟ, ମେରୁଦଣ୍ଡ ସୁଦୃଢ଼ ରହିଥାଏ।

ପ୍ଲାଙ୍କ୍‌ କରିବାର ଫାଇଦା

ଆପଣ କେତେ ସମୟ ପ୍ଲାଙ୍କ୍‌ କରୁଛନ୍ତି, ସେହି ଅନୁଯାୟୀ ଆପଣଙ୍କ କ୍ୟାଲୋରି ଖର୍ଚ୍ଚ ହେବ। ମନେକର, ଜଣେ ୬୫ କିଲୋଗ୍ରାମ୍‌ର ବ୍ୟକ୍ତି ଗୋଟେ ମିନିଟ୍‌ ପାଇଁ ପ୍ଲାଙ୍କ୍‌ ବ୍ୟାୟାମ କରୁଛନ୍ତି। ତେବେ ତାଙ୍କର ୩ କ୍ୟାଲୋରି ଖର୍ଚ୍ଚ ହୋଇଥାଏ।

ପ୍ଲାଙ୍କ୍‌ କରିବା ଦ୍ୱାରା ଶରୀରର ସନ୍ତୁଳନ ବଜାୟ ରହେ।

କାନ୍ଧ, ମେରୁଦଣ୍ଡ, ଅଣ୍ଟାକୁ ମଜଭୁତ କରେ।

ପେଟରୁ ଚର୍ବି କମିଥାଏ।

ପିଠି ବିନ୍ଧା, ବେକ ବିନ୍ଧା ଓ ଅଣ୍ଟା ବିନ୍ଧା ଦୂର ହୋଇଥାଏ।

ମେଟାବଲିଜିମ୍‌କୁ ସୁଦୃଢ଼ କରିଥାଏ।

କାନ୍ଧ କିମ୍ବା ହାତରେ ଯନ୍ତ୍ରଣା ଥିଲେ ଏହି ବ୍ୟାୟାମ କରନ୍ତୁ ନାହିଁ।

ଗର୍ଭବତୀ ମହିଳାମାନେ ଏହି ବ୍ୟାୟାମ କରନ୍ତୁ ନାହିଁ।

ପ୍ଲାଙ୍କ୍‌ କରିବା ବେଳେ ନିଶ୍ୱାସ ପ୍ରଶ୍ୱାସକୁ ଧରି ରଖନ୍ତୁ ନାହିଁ।

ପ୍ରଥମଥର ପାଇଁ ଯେଉଁମାନେ ପ୍ଲାଙ୍କ୍‌ କରୁଛନ୍ତି ସେମାନେ ୧ ମିନିଟ୍‌ ପାଇଁ କରିପାରିବେ।

କେମିତି କରିବେ ପ୍ଲାଙ୍କ୍‌?

ଷ୍ଟେପ୍‌-୧: ତଳେ ଏକ ମ୍ୟାଟ୍‌ ପକାଇ ତା’ଉପରେ ପେଟ ମାଡ଼ି ଶୋଇବେ।

ଷ୍ଟେପ୍‌-୨: ହାତ ଓ ପାଦକୁ ଭୂମିରେ ରଖି ନିଜ ଶରୀରକୁ ଉପରକୁ ଉଠାନ୍ତୁ।

ଷ୍ଟେପ୍‌-୩: ଏଭଳି ସ୍ଥିତିରେ ୧୦ ସେକେଣ୍ଡ ରହନ୍ତୁ।

ଷ୍ଟେପ୍‌‌-୪: ୧୦ ସେକେଣ୍ଡ ପରେ ପୂର୍ବସ୍ଥିତିକୁ ଫେରିଯାଆନ୍ତୁ। ଏହାକୁ ୧୦ ସେକେଣ୍ଡ ପାଇଁ ୩ ଥର ଅଭ୍ୟାସ କରନ୍ତୁ।