ଛୋଟ ବେଳେ ବାପା ମା’ ପିଲାମାନଙ୍କ ଅନିଚ୍ଛା ସତ୍ତ୍ୱେ ଖାଦ୍ୟ ଖୁଆଇଥାନ୍ତି। ଜବରଦସ୍ତ ଖାଦ୍ୟ ଖୁଆଇବା ଫଳରେ ଛୁଆମାନଙ୍କ ନିକଟରେ ଅନେକ ସମସ୍ୟା ଦେଖା ଦେଇଥାଏ।

babyଛୁଆ ଛୋଟ ଥିବା ଅବସ୍ଥାରେ ବାପା ମା’ମାନେ ସେମାନଙ୍କ ଖାଦ୍ୟପେୟକୁ ନେଇ ବେଶ ଚିନ୍ତିତ ଥାଆନ୍ତି। ତେଣୁ ଦିନର ସବୁ ସମୟରେ ଛୁଆଙ୍କୁ ଖାଦ୍ୟ ଖୁଆଇବା ଠିକ ମନେ କରନ୍ତି। ଯାହାକି ଏକଦମ ଭୁଲ କଥା। ଛୁଆ କେତେ ମାତ୍ରାରେ ଖାଇବ ତାହା ବାପା ମା’ ନିଷ୍ପତ୍ତି ନିଅନ୍ତି। ମାତ୍ର ଛୁଆଙ୍କୁ ଜବରଦସ୍ତ ଖୁଆଇବା ଯୋଗୁଁ ଅନେକ ସମସ୍ୟା ହୋଇଥାଏ। ପିଲାର ଇଚ୍ଛା ନ ଥିବା ସତ୍ତ୍ୱେ ଖାଦ୍ୟ ଦେବା ଫଳରେ ପିଲା ବିରକ୍ତି ଭାବ ପ୍ରକାଶ କରିଥାଏ।

– ଜବରଦସ୍ତି ଖୁଆଇବା ଦ୍ୱାରା ଛୁଆ ଖାଦ୍ୟକୁ ପାଟିକୁ ବାହାର କରିଦେଇଥାଏ ଏବଂ ଉପଯୁକ୍ତ ପରିମାଣର ଖାଦ୍ୟ ଛୁଆ ଶରୀରକୁ ନ ଯାଇ ପରିବା ହେତୁ ବିଭିନ୍ନ ରୋଗ ହୋଇଥାଏ।

– ପିଲାର ଅନିଚ୍ଛା ସତ୍ତ୍ୱେ ଖାଦ୍ୟ ଖାଇବାକୁ ଦେଲେ ସେ ବାନ୍ତି କରିଥାଏ ଏବଂ ପୂର୍ବରୁ ଖାଇଥିବା ଖାଦ୍ୟ ମଧ୍ୟ ବାହାରି ଆସିଥାଏ। ଫଳରେ ଶିଶୁ ଦୁର୍ବଳ ହୋଇପଡ଼େ।

– ଅନେକ ସମୟରେ ଭୋକ ନ ଲାଗୁଥିଲେ ମଧ୍ୟ ଛୁଆଙ୍କୁ ଖାଇବା ଦେଇଥାନ୍ତି। ଏପରି କରିବା ଫଳରେ ସେମାନଙ୍କୁ ସଠିକ ଭୋକ ଲାଗେ ନାହିଁ। ସେମାନେ ପରେ ଖାଇବା ସମୟରେ ସଠିକ ଭାବେ ଖାଦ୍ୟ ଗ୍ରହଣ କରିପାରିନଥାନ୍ତି।

– ଜୋର ଜବରଦସ୍ତ ଖୁଆଇବା ଦ୍ୱାରା ଛୁଆର ଖାଦ୍ୟ ପ୍ରତି ନକରାତ୍ମକ ଭାବନା ସୃଷ୍ଟି ହୋଇଥାଏ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଖାଦ୍ୟକୁ ନେଇ ଛୁଆ ଚିଡ଼ଚିଡ଼ା ହୋଇଯାଏ।

– ପିଲାବେଳେ ଛୁଆଙ୍କୁ ଯେଉଁ ଖାଦ୍ୟ ଜବରଦସ୍ତି ଦିଆଯାଏ ବଡ଼ ହେବା ପରେ ସେ ତାହାକୁ ଖାଇବାକୁ ପସନ୍ଦ କରିନଥାନ୍ତି। ଫଳରେ ଶରୀରରେ ପୋଷଣର ଅଭାବ ଦେଖାଯାଇଥାଏ।

baby foodଏପରି ସ୍ଥଳେ କ’ଣ କରିବେ?

ପିଲା ଖାଇବାକୁ ରାଜି ନ ହେଉଥିଲେ ବାଧ୍ୟ କରି ଖାଇବାକୁ ଦିଅନ୍ତୁ ନାହିଁ।

ପିଲାମାନେ ଛୋଟ ବେଳେ ଖେଳିବାକୁ ପସନ୍ଦ କରନ୍ତି। ତେଣୁ ଖେଳରେ ଖେଳରେ ସେମାନଙ୍କୁ ଖାଦ୍ୟ ଖୁଆନ୍ତୁ।

ଛୁଆମାନଙ୍କ ଖାଦ୍ୟକୁ ନେଇ ଏକ ଭଲ ଟାଇମ ଟେବୁଲ ପ୍ରସ୍ତୁତ କରନ୍ତୁ। ଠିକ ସମୟ ବ୍ୟବଧାନରେ ଖାଦ୍ୟ ଖାଇବାକୁ ଦେଲେ ପିଲା ଖାଇବାକୁ ଇଚ୍ଛା ପ୍ରକାଶ କରିଥାଏ।

ଛୋଟ ବେଳେ ପିଲାଙ୍କୁ ସେରଲାକ୍ସ, ଫଳ ରସ, ଫଳ ସିଝା ଏବଂ ଚକଟା ଖାଦ୍ୟ ଭଳି ଅଳ୍ପ କେତେକ ଖାଦ୍ୟ ଖାଇବାକୁ ଦିଆଯାଇଥାଏ। ପ୍ରତିଦିନ ଏସବୁ ଖାଦ୍ୟ ଏକା ସମୟରେ ଖାଇବା ଫଳରେ ବିରକ୍ତି ହୋଇଯାଏ। ତେଣୁ ନିୟମିତ ସମୟ ପରିବର୍ତ୍ତନ କରି ଏହି ଖାଦ୍ୟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ।

ଖାଇବା ସମୟରେ ଛୁଆମାନଙ୍କୁ ବିଭିନ୍ନ କାହାଣୀ ଏବଂ ଗପ କୁହନ୍ତୁ। ଏହା ଫଳରେ ପିଲା ସହଜରେ ଖାଦ୍ୟ ଖାଇ ଦେଇଥାଏ।