ଶାରୀରିକ ଦୁର୍ବଳତା ଯୋଗୁଁ ଗୋଡ଼ ହାତ ଥରିଥାଏ ବୋଲି ଅନେକଙ୍କ ଧାରଣ ରହିଛି। ମାତ୍ର ଏହା ସମ୍ପୂର୍ଣ୍ଣ ଠିକ ନୁହେଁ। ଗୋଡ଼ ହାତ ଥରିବାର ଅନ୍ୟ କାରଣ କ’ଣ ଆସନ୍ତୁ ଜାଣିବା।

trembling of handଆଜିକାଲି ଭୁଲ ଖାଦ୍ୟପେୟ ଅଭ୍ୟାସ ପାଇଁ ପ୍ରାୟ ସମସ୍ତ ବ୍ୟକ୍ତିଙ୍କଠାରେ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଉଛି। ପ୍ରତ୍ୟେକ ରୋଗର କିଛି ନା କିଛି ପ୍ରାରମ୍ଭିକ ଲକ୍ଷଣ ରହିଛି। ଯାହାକୁ ଆମେ ସାଧାରଣତଃ ଅଣଦେଖା କରିଥାଉ। ସେହିପରି ଆରମ୍ଭରୁ ଗୋଡ଼ ହାତ ଥରିବା ସମସ୍ୟାର ଚିକିତ୍ସା କରାଗଲେ ରୋଗର ଉପଶମ ହୋଇପାରିବ।

ରକ୍ତହୀନତା

ଶରୀରରେ ରକ୍ତହୀନତା ଦେଖାଦେଲେ ମଧ୍ୟ ହାତ ଥରିବା ଆରମ୍ଭ ହୁଏ। ଆନେମିଆ ପାଇଁ ଶରୀର ଦୁର୍ବଳ ଲାଗେ। ତେବେ ନିଜ ଡାଏଟ ଉପରେ ବିଶେଷ ଧ୍ୟାନ ଦେବା ସହ ରକ୍ତ ପରୀକ୍ଷା କରାଇ ନିଅନ୍ତୁ।

ମଧୁମେହ

ଦେହ ଥରିବା ମଧୁମେହର ଲକ୍ଷଣ ମଧ୍ୟ ହୋଇପାରେ। ଶରୀରରେ ଶର୍କରା ସ୍ତର କମ କିମ୍ବା ବେଶୀ ହୋଇଗଲେ ଚାପ ବଢ଼ିଯାଏ। ଯାହାଫଳରେ ହାତ ଥରିବା ଆରମ୍ଭ ହୋଇଥାଏ। ଏପରିସ୍ଥଳେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

trembling of handରକ୍ତଚାପ

ରକ୍ତଚାପ ନର୍ମାଲ ନରହିଲେ ମଧ୍ୟ ହାତ ଥରିବା ଭଳି ଲକ୍ଷଣ ଦେଖାଯାଏ। ରକ୍ତଚାପ ବଢ଼ିଲେ କିମ୍ବା କମିଲେ ଗୋଡ଼ ହାତ ଥରିବା ଆରମ୍ଭ ହୁଏ। ଯଦି ଲଗାତର ଆପଣଙ୍କ ରକ୍ତଚାପ ସମସ୍ୟା ରହୁଛି ନିହାତି ଭାବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

କୋର୍ଟିସଲ ହରମୋନ

ଶରୀରରେ ଥିବା କୋର୍ଟିସଲ ହରମୋନ ବଢ଼ିବା ଦ୍ବାରା ଚାପ ବଢ଼ିଯାଇଥାଏ। ଯାହା ଫଳରେ ହାତ ଥରିବା, ଚିଡ଼ଚିଡ଼ା ଲାଗିବା, କଥା ଭୁଲିବା ଭଳି ସମସ୍ୟା ଦେଖାଯାଏ।