ଓଜନ କମ୍‌ କରିବା ପାଇଁ ଏବଂ ଫିଟ୍‌ ରହିବା ପାଇଁ ଏରୋବିକ୍‌ ଏକ ଉତ୍ତମ ବ୍ୟାୟାମ। ନିୟମିତ ଏରୋବିକ୍ଏକ୍ସରସାଇଜ୍‌ କରିବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ। ଆସନ୍ତୁ ଜାଣିବା ଏରୋବିକ୍‌ ଏକ୍ସରସାଇଜ୍‌ କରିବାର ଫାଇଦା ସମ୍ପର୍କରେ।

ହୃଦୟ ସୁସ୍ଥ ରହେ

ହୃଦ୍‌ରୋଗୀଙ୍କୁ ଡାକ୍ତର ଏରୋବିକ୍ସ ଏକ୍ସରସାଇଜ୍‌ କରିବାକୁ ପରାମର୍ଶ ଦେଇଥାଆନ୍ତି। କାରଣ ବ୍ୟାୟାମ ଆପଣଙ୍କ ହୃଦୟକୁ ସୁସ୍ଥ ରଖିଥାଏ। ଏରୋବିକ୍‌ ଏକ୍ସରସାଇଜ୍‌ ରକ୍ତଚାପ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ। ଏହି ବ୍ୟାୟାମ କରିବାରେ ଅତ୍ୟଧିକ ଝାଳ ବାହାରିଥାଏ, ଫଳରେ ଶରୀରରୁ ଚର୍ବି ହ୍ରାସ ପାଇଥାଏ ଓ ଖରାପ କୋଲେଷ୍ଟ୍ରୋଲ କମ୍‌ କରିଥାଏ।

ରକ୍ତ ଶର୍କରା ନିୟନ୍ତ୍ରଣ କରିଥାଏ

ନିୟମିତ ଶାରୀରିକ ବ୍ୟାୟାମ କରିବା ଦ୍ୱାରା ଇନ୍‌ସୁଲିନ୍‌ ସ୍ତର ନିୟନ୍ତ୍ରିତ ହୋଇଥାଏ ଓ ଶର୍କରା ସ୍ତର କମ୍‌ ହୋଇଥାଏ।

ଅଧିକ ପଢ଼ନ୍ତୁ: କମିବ ଓଜନ – ଖାଲିପେଟରେ ପିଅନ୍ତୁ ଏହି ପାନୀୟ

ନିଦ ଭଲ ହୋଇଥାଏ

ରାତିରେ ଭଲ ନିଦ ହେଉନଥିଲେ ବା ଶୋଇବା ବେଳେ ବାରମ୍ବାର ନିଦ ଭାଙ୍ଗୁଥିଲେ ଏରୋବିକ୍‌ ଏକ୍ସରସାଇଜ୍‌ କରିବା ଆରମ୍ଭ କରିଦିଅନ୍ତୁ। ନିୟମିତ ଏହି ବ୍ୟାୟାମ କରିବା ଦ୍ୱାରା ରାତିରେ ଭଲ ନିଦ ହୋଇଥାଏ। ନିଦ ଭଲ ହେଲେ ମାନସିକ ଚାପ, ଚିଡ଼ଚିଡ଼ା ପଣ ଦୂର ହୋଇଥାଏ।

ଓଜନ କମ୍‌ ହୋଇଥାଏ

ଓଜନ କମ୍‌ କରିବା ପାଇଁ ସନ୍ତୁଳିତ ଆହାର ଓ ବ୍ୟାୟାମର ଭୂମିକା ରହିଛି। ତେଣୁ ନିୟମିତ ଏରୋବିକ୍‌ ଏକ୍ସରସାଇଜ୍‌ କରିବା ଦ୍ୱାରା ଓଜନ କମ୍‌ ହୋଇଥାଏ।