sugar for health

ଚା’, କଫି ଆଦିରେ ଚିନି ନ ପକାଇଲେ ଏହା ସ୍ୱାଦହୀନ ଭଳି ଲାଗିଥାଏ। ହେଲେ ଚିନି ପାଟିକୁ ଯେତିକି ମିଠା ଶରୀର ପାଇଁ ସେତିକି କ୍ଷତିକାରକ। ତେଣୁ, ଆପଣ ଚିନି ପରିବର୍ତ୍ତେ ଏହିସବୁ ଜିନିଷ ନିଜ ମିଠାଜାତୀୟ ଖାଦ୍ୟରେ ମିଶାଇ ମଜା ଉଠାଇପାରିବେ।

ଚିନିଜାତୀୟ ଖାଦ୍ୟରେ କ୍ୟାଲୋରୀ ବ୍ୟତୀତ ଶରୀର ପାଇଁ ଉପକାରୀ ଅନ୍ୟ କିଛି ପୋଷକ ତତ୍ତ୍ୱ ନଥାଏ। ତେଣୁ ପୁଷ୍ଟିକର ବିଶେଷଜ୍ଞମାନେ ଉତ୍ତମ ସ୍ୱାସ୍ଥ୍ୟ ଓ ଓଜନ ହ୍ରାସ ପାଇଁ ଚିନି ନ ଖାଇବାକୁ ପରାମର୍ଶ ଦେଇଥା’ନ୍ତି। ଅତ୍ୟଧିକ ଚିନିଜାତୀୟ ଦ୍ରବ୍ୟ ଖାଇବା ଦ୍ୱାରା ବ୍ୟକ୍ତିଜଣକ ସର୍ବପ୍ରଥମେ ମୋଟାପା ଦ୍ୱାରା ପ୍ରଭାବିତ ହୋଇଥା’ନ୍ତି। କାରଣ ଚିନି ଖାଇବା ଦ୍ୱାରା ଶରୀରରେ ଲିପୋପ୍ରୋଟିନ ଲିପୋଜ ତିଆରି ହୋଇଥାଏ। ଏହାଯୋଗୁ ଆମର କୋଷିକାଗୁଡ଼ିକରେ ଚର୍ବି ଜମା ହେବାକୁ ଲାଗେ, ଫଳରେ ମୋଟାପା ବଢ଼ିଚାଲେ।

ଅତ୍ୟଧିକ ଚିନି ଖାଇବା ଦ୍ୱାରା ତା’ର ପ୍ରଭାବ ସିଧା ଆମର ପାଚନ ତନ୍ତ୍ର ଉପରେ ପଡ଼ିଥାଏ। ତାହା ଦୁର୍ବଳ ହେବାକୁ ଲାଗିବାରୁ ଯକୃତ ଖରାପ ହେବାର ଆଶଙ୍କା ସୃଷ୍ଟି ହୁଏ।

ତେବେ ଚିନି ବଦଳରେ ଆପଣ ଖାଦ୍ୟରେ ଏହିସବୁ ଦ୍ରବ୍ୟ ମିଶାଇ ଚା’ କଫି ଏବଂ ମିଠାର ମଜା ଉଠାଇପାରିବେ।

lemon and honey mix

ମହୁ: ଚିନିର ବିକଳ୍ପ ଭାବେ ଆପଣ ମହୁ ଖାଇପାରିବେ। ମହୁରେ ଚିନି ଅପେକ୍ଷା କମ୍‌ ଗ୍ଲାଇକାମିକ୍‌ ଇଣ୍ଡେକ୍ସ ଥାଏ। ମହୁ ରକ୍ତ ଶର୍କରାକୁ ବଢ଼ାଏ ନାହିଁ।

ଖଜୁରି: ଖଜୁରି ଅତ୍ୟଧିକ ପୁଷ୍ଟିକର। ଖଜୁରିରେ ଆଇରନ୍, ମିନେରାଲ୍ସ, ଫାଇବର, କ୍ୟାଲସିୟମ୍, ଫସଫରସ୍ ଓ ଭିଟାମିନ୍ ଭରପୁର ମାତ୍ରାରେ ରହିଥାଏ। ଗ୍ଲୁକୋଜରେ ଭରପୁର ଖଜୁରି ଡାଇବେଟିସ୍ ରୋଗୀଙ୍କ ପାଇଁ ବେଶ୍ ଉପଯୋଗୀ। ଏଥିରେ କୋଲେଷ୍ଟ୍ରଲ୍ ନଥାଏ। ଏହା ହୃଦରୋଗ, କ୍ୟାନ୍ସର ଭଳି ମାରାତ୍ମକ ରୋଗ ଭଲ କରିବା ସହାୟକ ହୋଇଥାଏ। ଖଜରିରେ ପ୍ରାକୃତିକ ଚିନି ଥାଏ। ଏକ ମଧ୍ୟମ ଆକାରର ଖଜୁରିରେ ୬ ଗ୍ରାମ ଚିନି ଥାଏ। ଆପଣ ଖଜୁରିକୁ ଚିନି ବଦଳରେ ଖାଇପାରିବେ।

ମାପେଲ ସିରପ: ମାପେଲ ଗଛରୁ ମାପେଲ ସିରପ ପ୍ରସ୍ତୁତ କରାଯାଏ। ଏହି ସରପରେ ପୋଟାସିୟମ୍‌, କ୍ୟାଲସିୟମ୍‌, ଆଇରନ, ଜିଙ୍କ ଓ ମାଙ୍ଗାନିଜ ଭଳି ଖଣିଜ ପଦାର୍ଥ ଥାଏ। ମାପେଲ ସିରପ୍‌ରେ ମହୁ ଅପେକ୍ଷା ଅଧିକ ଆଣ୍ଟି ଅକ୍ସିଡାଣ୍ଟ ଥାଏ। ଏହାର ଗ୍ଲାଇକାମିକ୍‌ ଇଣ୍ଡେକ୍ସ ଚିନିଠାରୁ ବହୁତ କମ୍‌।