kidney stone

ମଣିଷ ଶରୀରରେ ପ୍ରତ୍ୟେକ ଅଙ୍ଗ ନିଜ ନିଜର କାର୍ଯ୍ୟ କରିଥାଆନ୍ତି। ସେହିପରି କିଡ୍‌ନି ବା ବୃକକ ତା’ର କାର୍ଯ୍ୟ କରିଥାଆନ୍ତି। ସେହିପରି ହୃତପିଣ୍ଡକୁ (ହାର୍ଟ) ରକ୍ତ ଯିବା ପୂର୍ବରୁ ରକ୍ତକୁ ଛାଣିବା କାମ ହେଉଛି ବୃକକର। ବୃକକ୍ ରକ୍ତରୁ ବର୍ଯ୍ୟବସ୍ତୁକୁ ପରିସ୍ରା ଆକାରରେ ବାହାର କରିବା ପାଇଁ ସାହାଯ୍ୟ କରେ। ବୃକକର ଆକାର ଶିମ୍ବ ମଞ୍ଜି ଭଳି ହେଲେ ଏହାର ଯତ୍ନ ନ ନେଲେ ଷ୍ଟୋନ୍, ଫେଲ୍ୟୁୟର ଭଳି ବିଭିନ୍ନ ପ୍ରକାର ସାଂଘାତିକ ରୋଗ ହେବାର ଆଶଙ୍କା ରହିଛି। ତେବେ ଆସନ୍ତୁ ଜାଣିବା ଦୈନନ୍ଦିନ ଜୀବନରେ କେମିତି ନେବେ କିଡ୍‌ନିର ଯତ୍ନ?

ପାଣି ପିଅନ୍ତୁ 

ସାଧାରଣତଃ ଦେଖାଯାଏ ଯେ ଶରୀରରେ ପାଣିର ଅଭାବ ନାନାଦି ରୋଗର କାରଣ। ସେହିଭଳି ସୁସ୍ଥ ବୃକକ୍ ପାଇଁ ମଧ୍ୟ ଶରୀରରେ ସଠିକ୍ ପରିମାଣର ଜଳ ରହିବା ଆବଶ୍ୟକ। ଜଣେ ସୁସ୍ଥ ବ୍ୟକ୍ତି ଦିନକୁ ପ୍ରାୟ ୧୦ରୁ ୧୨ ଗ୍ଲାସ ପାଣି ପିଇବା ଆବଶ୍ୟକ। 

exercise

ନିୟମିତ ବ୍ୟାୟାମ କରନ୍ତୁ 

ସପ୍ତାହକୁ ଅତିକମ୍‌ରେ ୫ ଦିନ ଏବଂ ୩୦ରୁ ୧ ଘଣ୍ଟା ପାଇଁ ବ୍ୟାୟାମ କରନ୍ତୁ। ବ୍ୟାୟାମ କରିବା ଦ୍ୱାରା କିଡ୍‌ନି ସହିତ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଭଲ ରହିଥାଏ।

ଧୂମପାନରୁ ନିବୃତ୍ତ ରହନ୍ତୁ 

କିଡ୍‌ନି ରୋଗର ପ୍ରଥମ କାରଣ ହେଉଛି ହେଉଛି ଧୂମପାନ। ଧୂନପାନ ଶରୀରର ରକ୍ତ ବାହିକାକୁ ନଷ୍ଟ କରିଦେଇଥାଏ, ଯାହାଦ୍ୱାରା ଶରୀରର ରକ୍ତ ପ୍ରବାହ କମିଯାଏ। ଧୂମପାନ ଦ୍ୱାରା କିଡ୍‌ନି କ୍ୟାନସର ଭଳି ଭୟଙ୍କର ରୋଗ ହେବାର ଆଶଙ୍କା ଥାଏ।

medicine

ବିନା ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ ନାହିଁ 

ଅଧିକାଂଶ ସମୟରେ ଦେଖିବାକୁ ମିଳେ ଯେ, ସାମାନ୍ୟ ଥଣ୍ଡା, ଜ୍ୱର, କାଶ ହେଲେ ଲୋକେ ପାଖରେ ଥିବା ମେଡିସିନ୍‌ ଷ୍ଟୋରରୁ ମେଡିସିନ୍‌ ଆଣି ଖାଇଦିଅନ୍ତି। ହେଲେ ଏହା କିଡ୍‌ନି ରୋଗର କାରଣ ହୋଇପାରେ। ଅଧିକ ପେନ୍‌କିଲର ଖାଇବା ମଧ୍ୟ କିଡ୍‌ନି ରୋଗର କାରଣ। କୌଣସି ସମସ୍ୟା ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଆନ୍ତୁ ନାହିଁ।

ନିୟମିତ ବ୍ୟବଧାନରେ ଡାକ୍ତରଙ୍କ ପରାମର୍ଶ କରନ୍ତୁ

ବର୍ତ୍ତମାନ ସମୟରେ ଲୋକମାନଙ୍କ ପାଖରେ ସଚେତନତାର ଅଭାବ ରହିଛି। କିଛି ରୋଗ ହେଲେ ବା ଲକ୍ଷଣ ଜଣାପଡ଼ିଲେ ଲୋକେ ଡାକ୍ତରଙ୍କ ପାଖକୁ ଯାଇଥାଆନ୍ତି। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ। ବର୍ଷକରେ କିମ୍ବା ଦୁଇ ବର୍ଷରେ ଥରେ ନିଜ ଶରୀରର ସମ୍ପୂର୍ଣ୍ଣ ପରୀକ୍ଷା କରାଇ ନିଅନ୍ତୁ। କୌଣସି ସମସ୍ୟା ଥିଲେ ଆପଣ ପ୍ରଥମ ଷ୍ଟେଜ୍‌ରୁ ଜାଣିପାରି ଏହାର ଚିକିତ୍ସା କରିପାରିବେ।