ଅଷ୍ଟିଓପୋରୋସିସ୍‌ ହେବାର କାରଣ କ’ଣ? କେମିତି ଏହାକୁ ରୋକିପାରିବା? ଏନେଇ ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସ୍ମରଜିତ ପଟ୍ଟନାୟକ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ବୟସ ବଢ଼ିବା ସହିତ ଆମ ଶରୀରର ହାଡ଼ଗୁଡ଼ିକରେ ଛୋଟ ଛୋଟ ଛିଦ୍ର ହେବା ଯୋଗୁଁ ଏହା ଫମ୍ପା ହୋଇଯାଏ। ଫଳରେ ହାଡ଼ଗୁଡ଼ିକରେ ଆଉ ପୂର୍ବ ଭଳି ଶକ୍ତି ରହେ ନାହିଁ। ଛୋଟ ଆଘାତ ଲାଗିଲେ କିମ୍ବା ପଡ଼ିଗଲେ ହାଡ଼ ଭାଙ୍ଗିଯିବାର ଆଶଙ୍କା ରହିଥାଏ। ଏହି ରୋଗକୁ ଆମେ ଅଷ୍ଟିଓପୋରସିସ୍ ବୋଲି କହିଥାଉ।

ଅଷ୍ଟିଓପୋରୋସିସ୍‌ର ଅର୍ଥ ହେଲା ହାଡ଼ ପୋରିଆ ହୋଇଯିବା। ଅଷ୍ଟିଓପୋରୋସିସ୍‌ରେ ହାଡ଼ଗୁଡ଼ିକ ଫମ୍ପା ହୋଇଯାଏ। ହାଡ଼ ଆମ ଶରୀରକୁ ରକ୍ଷା କରେ ଓ ଶରୀରର ଆକୃତି ବା ପୋଷ୍ଛରକୁ ଠିକ୍‌ ରଖେ।

ଅଷ୍ଟିଓପୋରୋସିସ୍‌କୁ ନିରବ ରୋଗ ବୋଲି କୁହାଯାଏ। ଅଷ୍ଟିଓପୋରୋସିସ୍‌ରେ କୌଣସି ପ୍ରକାର ଲକ୍ଷଣ ଜଣାପଡ଼େ ନାହିଁ। କେତେକ କ୍ଷେତ୍ରରେ ହାଡ଼ ଦରଜର ଲକ୍ଷଣ ଜଣାପଡ଼ିଥାଏ। ଅଷ୍ଟିଓପୋରୋସିସ୍‌ ରୋଗୀ ପଡ଼ିଗଲେ କିମ୍ବା ଛୋଟ ଆଘାତ ଲାଗିଲେ ହାଡ଼ ଭାଙ୍ଗିଯିବାର ଆଶଙ୍କା ଥାଏ। ତେଣୁ ଅଷ୍ଟିଓପୋରୋସିସ୍‌ ସମସ୍ୟା ଥିବା ଲୋକମାନେ ନିଜ ଦୈନନ୍ଦିନ ଜୀବରେ ସାମଧାନତା ଅବଲମ୍ବନ କରିବା ଦରକାର।

osteoporosis

ଅଧିକ ପଢ଼ନ୍ତୁ: ବୟସ ଥାଉ ଥାଉ ସଚେତନ ହୁଅନ୍ତୁ – ଅଷ୍ଟିଓପୋରୋସିସ୍ ହେବାରୁ ବଞ୍ଚନ୍ତୁ

କାହିଁକି ହୁଏ ଅଷ୍ଟିଓପୋରୋସିସ୍‌ (Why does osteoporosis occur in Odia)

ମଣିଷ ଶରୀରରେ ପ୍ରତିଦିନ ହାଡ଼ ତିଆରି ହୁଏ ଓ କ୍ଷୟ ମଧ୍ୟ ହୋଇଥାଏ। ପାଖାପାଖି ୩୦ରୁ ୩୫ ବର୍ଷ ବୟସ ଯାଏଁ ହାଡ଼ ତିଆରି ହେବାର କ୍ଷମତା ଅଧିକ ହୋଇଥାଏ ଓ କ୍ଷୟ ସଂଖ୍ୟା କମ୍‌ ହୋଇଥାଏ। ହେଲେ ୩୫ ବର୍ଷ ପରେ ହାଡ଼ ତିଆରି ହେବା ଧୀରେ ଧୀରେ କମିଥାଏ ଓ ହାଡ଼ କ୍ଷୟ ଅଧିକ ହୋଇଥାଏ। ତେଣୁ ଗୋଟେ ବୟସ ପରେ ଉଭୟ ପୁରୁଷ ଓ ମହିଳା ଅଷ୍ଟିଓପୋରୋସିସ୍‌ ରୋଗର ଶିକାର ହୋଇପାରନ୍ତି।

ମେନୋପଜ୍‌ ଯୋଗୁଁ ମହିଳାଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଏ। ଏହାଛଡ଼ା ମଦ୍ୟପାନ, ଧୂମପାନ କରୁଥିବା ବ୍ୟକ୍ତିଙ୍କର ଅଷ୍ଟିଓପୋରୋସିସ୍‌ ସମସ୍ୟା ହେବାର ଆଶଙ୍କା ଅଧିକ।

ଅଷ୍ଟିଓପୋରୋସିସ୍‌ଚିକିତ୍ସା (Treatment of osteoporosis in Odia)

ଅଷ୍ଟିଓପୋରୋସିସ୍‌ର ପ୍ରଥମ ଚିକିତ୍ସା ହେଲା ଶାରୀରିକ ଭାବେ ଫିଟ୍ ରହିବା ଏବଂ ବ୍ୟାୟାମ କରିବା। ପ୍ରତିଦିନ ସୂର୍ଯ୍ୟକିରଣରେ କିଛି ସମୟ ବୁଲିବା ଦରକାର। ମଦ୍ୟପାନ, ଧୂମପାନ ଭଳି ମାଦକଦ୍ରବ୍ୟରୁ ନିଜକୁ ଦୂରେଇ ରଖିବା ଦରକାର। ହେଲେ ଏସବୁ କରିବା ପରେ ବି କୌଣସି ରୋଗ କାରଣରୁ ବା ଜେନେଟିକ୍‌ କାରଣରୁ ଅଷ୍ଟିଓପୋରୋସିସ୍‌ ହେବାର ଆଶଙ୍କା ରହିଛି, ତେବେ ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ଖାଇବା ଜରୁରୀ।

bone infection

ଅଧିକ ପଢ଼ନ୍ତୁ: ମେରୁଦଣ୍ଡ ଯନ୍ତ୍ରଣା କାହିଁକି ହୁଏ? ଜାଣନ୍ତୁ କେମିତି ପାଇବେ ମୁକ୍ତି

ଅଷ୍ଟିଓପୋରୋସିସ୍‌ନିରାକରଣ(Prevention of osteoporosis in Odia)

ଭିଟାମିନ୍‌ ଡି ଶରୀରର କ୍ୟାଲସିୟମ୍‌ ଶୋଷିବା କ୍ଷମତାକୁ ଉନ୍ନତ କରିଥାଏ, ହାଡ଼କୁ ମଜଭୁତ କରିଥାଏ। ପ୍ରତିଦିନ ସକାଳେ ସୂର୍ଯ୍ୟକିରଣରେ ଚାଲନ୍ତୁ। 

ସଠିକ୍‌ ଡାଏଟ୍‌ ଆପଣାନ୍ତୁ।

ନିଜକୁ ଫିଟ୍‌ ରଖିବା ପାଇଁ ବ୍ୟାୟାମ କରନ୍ତୁ।

ଏହାଛଡ଼ା ଅଷ୍ଟିଓପୋରୋସିସ୍‌ ହେବାର ଆଶଙ୍କା ଅଛି କି ନାହିଁ ଜାଣିବା ପାଇଁ ଡେକ୍ସା ସ୍କାନ କରେଇପାରିବେ। ଯେହେତୁ ଅଷ୍ଟିଓପୋରୋସିସ୍‌ର କୌଣସି ଲକ୍ଷଣ ଜଣାପଡ଼ିନଥାଏ, ତେଣୁ ବର୍ଷକୁ ଥରେ ଡେକ୍ସା ସ୍କାନ କରି ହାଡ଼ର ସାନ୍ଧ୍ରତା ଜାଣିପାରିବେ।

ଅଷ୍ଟିଓପୋରୋସିସ୍‌ ରୋଗୀ କ’କରିବେ ନାହିଁ? (What osteoporosis patients should not do)

ଅଷ୍ଟିଓପୋରୋସିସ୍‌ ହେଲେ ଏହାର ପ୍ରଭାବ ମେରୁଦଣ୍ଡ ଉପରେ ଅଧିକ ପଡ଼ିଥାଏ। ତେଣୁ, ହଠାତ୍‌ ତଳକୁ ଝୁଙ୍କନ୍ତୁ ନାହିଁ। ଅଷ୍ଟିଓପୋରୋସିସ୍‌ ରୋଗୀ ହଠାତ୍‌ ତଳକୁ ଝୁଙ୍କିଗଲେ ବା ଉଠିଗଲେ ଅଣ୍ଟା ଭାଙ୍ଗି ଯିବାର ଆଶଙ୍କା ଥାଇପାରେ। ତେଣୁ ଆଣ୍ଠୁଗଣ୍ଠି, ଅଣ୍ଟା ଉପରେ ଅଧିକ ଚାପ ପକାନ୍ତୁ ନାହିଁ। ଅଷ୍ଟିଓପୋରୋସିସ୍‌ ରୋଗୀ ହଠାତ୍‌ ବିଞ୍ଛଣାରୁ ଉଠି ଠିଆ ହେବା, ହଠାତ୍‌ ବସିପଡ଼ିବା ଭଳି କାମ କରନ୍ତୁ ନାହିଁ। ଯାହାବି କରୁଛନ୍ତି ଧୀରେ ଧୀରେ କରନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସ୍ମରଜିତ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Causes & prevention of osteoporosis, in Odia language, is based on an extensive interview with senior orthopaedic surgeon Dr Smarajit Patnaik.