ଅଧିକ ପଢ଼ନ୍ତୁ: କୋଭିଡ୍‌ରୁ ସୁସ୍ଥ ହେବା ପରେ କେମିତି ନେବେ ସ୍ୱାସ୍ଥ୍ୟର ଯତ୍ନ? ଜାଣନ୍ତୁ ୫ଟି କଥା

ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମଣ ବଢ଼ିବାରେ ଲାଗିଥିବା ବେଳେ ଅନେକ ଲୋକ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରୁଛନ୍ତି। କୋଭିଡ୍-୧୯ରୁ ସୁସ୍ଥ ହେବା ପରେ ମଧ୍ୟ କେତେକ ଲୋକଙ୍କୁ ପୁଣିଥରେ କରୋନା ସଂକ୍ରମଣ ହେଉଛି। ତେଣୁ ସୁସ୍ଥ ହେବା ପରେ ମଧ୍ୟ କ’ଣ ସବୁ ସତର୍କତା ଅବଲମ୍ବନ କରିବେ, ଜାଣନ୍ତୁ।

କୋଭିଡ୍‌-୧୯ରୁ ସୁସ୍ଥ ହେବା ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ

ବାହାରକୁ ଗଲେ ମାସ୍କ ବ୍ୟବହାର କରନ୍ତୁ। ବାରମ୍ବାର ହାତକୁ ସାବୁନରେ ଧୁଅନ୍ତୁ କିମ୍ବା ସାନିଟାଇଜ୍ କରନ୍ତୁ। ସମସ୍ତଙ୍କ ସହ ସାମାଜିକ ଦୂରତା ଅବଲମ୍ବନ କରନ୍ତୁ।

କୋଭିଡ୍‌ରୁ ସୁସ୍ଥ ହେବା ପରେ ନଖ ଉଷୁମ ପାଣି ପିଅନ୍ତୁ।

ଯଦି ଦୁର୍ବଳ ଲାଗୁ ନାହିଁ, ତେବେ ଘର କାମ କରିପାରିବେ।

କୋଭିଡ୍‌ରୁ ସୁସ୍ଥ ହେବା ପରେ ହଠାତ୍‌ ଅଧିକ ପରିଶ୍ରମଯୁକ୍ତ କାର୍ଯ୍ୟ କିମ୍ବା ଅତ୍ୟଧିକ ବ୍ୟାୟାମ କରନ୍ତୁ ନାହିଁ।

ଯୋଗାସନ, ପ୍ରାଣାୟାମ ଓ ମେଡିଟେସନ୍‌ କରନ୍ତୁ।

ଡାକ୍ତରଙ୍କ ପରାମର୍ଶରେ ଦୀର୍ଘ ନିଶ୍ୱାସ ପ୍ରଶ୍ୱାସ ନିଅନ୍ତୁ (Breathing exercise)।

ପ୍ରତିଦିନ ସକାଳେ କିମ୍ବା ସନ୍ଧ୍ୟାରେ ଧୀରେ ଧୀରେ ଚାଲନ୍ତୁ।

ବାସି ଖାଦ୍ୟ ଖାଆନ୍ତୁ ନାହିଁ। ଗରମ, ତାଜା ଓ ସହଜରେ ହଜମ ହେଉଥିବା ଖାଦ୍ୟ ଖାଆନ୍ତୁ।

Turmeric milk for health

ଅଧିକ ପଢ଼ନ୍ତୁ: କରୋନା ରୋଗୀ ଖାଇପାରିବେ କି ଫାଭିପିରାଭିର ଔଷଧ?

ପ୍ରତିଦିନ ସକାଳେ ଓ ସନ୍ଧ୍ୟା ବେଳେ ଗୋଟେ ଗ୍ଲାସ କ୍ଷୀରରେ ଅଧ ଚାମଚ ହଳଦୀ ମିଶାଇ ପିଅନ୍ତୁ।

ଯଥେଷ୍ଟ ପରିମାଣରେ ବିଶ୍ରାମ ନିଅନ୍ତୁ।

ଧୂମପାନ ଓ ମଦ୍ୟପାନ କରନ୍ତୁ ନାହିଁ।

ନିଜ ଶରୀରର ତାପମାତ୍ରା, ରକ୍ତଚାପ, ଓ ରକ୍ତ ଶର୍କରା ପରୀକ୍ଷା କରନ୍ତୁ।

ଯଦି କ୍ରମାଗତ କାଶ ବା ତଣ୍ଟି ଦରଜ ହୁଏ, ତେବେ ଲୁଣ ପାଣିରେ କୁଳି କରନ୍ତୁ।

ଗରମ ପାଣି ବାମ୍ପ ନିଅନ୍ତୁ।

ଉଷୁମ ପାଣିରେ ଲୁଣ ଓ ହଳଦୀ ମିଶାଇ କୁଳକୁଜା (Gargling) କରନ୍ତୁ।

ପ୍ରତିଦିନ ସକାଳେ ଗୋଟେ ଚାମଚ ଚ୍ୟବନପ୍ରାଶ ଖାଆନ୍ତୁ।

ଏହି ସବୁ ଆୟୁର୍ବେଦିକ ଉପାୟ ଆପଣଙ୍କୁ ସୁସ୍ଥ ରଖିବା ସହିତ ରୋଗ ସହ ଲଢ଼ିବା ପାଇଁ ଶକ୍ତି ଯୋଗାଇଥାଏ।

ସୌଜନ୍ୟ: ଆୟୁଷ ମନ୍ତ୍ରାଳୟ