ବିଶିଷ୍ଟ ମନୋବିଜ୍ଞାନୀ ଡାକ୍ତର ନିଧି ଗର୍ଗଙ୍କଠାରୁ ମାନସିକ ଉଦ୍‌ବେଗ ରୋଗ ବା ଆଙ୍ଗଜାଇଟି ବିଷୟରେ ଅଧିକ ଜାଣିବା।

ଆଙ୍ଗଜାଇଟି ବା ମାନସିକ ଉଦ୍‌ବେଗ ରୋଗ। ଏହା ଏମିତି ଏକ ରୋଗ ଯେଉଁଥିରେ ରୋଗୀ ଅଧିକା ଚିନ୍ତା କରିଥାଏ। ଏହି ଚିନ୍ତା ଏତେ ବଢ଼ିଯାଇ ଥାଏ କି ଏହା ଦୈନିକ ଜୀବନରେ ସମସ୍ୟା ସୃଷ୍ଟି କରେ। ଫଳରେ ରୋଗୀଠାରେ ଛାନିଆ ଓ ବ୍ୟସ୍ତତା ସବୁବେଳେ ଲାଗି ରହେ। ଦୀର୍ଘ ଦିନ ଧରି ଏହି ସମସ୍ୟା ଜାରି ରହିଲେ ବ୍ୟକ୍ତିଙ୍କର ପାରିବାରିକ, ସାମାଜିକ ଜୀବନ ଉପରେ ତାର ପ୍ରଭାବ ପଡ଼ିଥାଏ। 

ମାନସିକ ଉଦ୍‌ବେଗ ହେବାର କାରଣ କ’ଣ? (Causes of Anxiety in Odia)

ଆନୁବଂଶିକ

ପରିବେଶଜନିତ ପ୍ରଭାବ

ବ୍ୟକ୍ତିଗତ କିମ୍ବା ବୃତ୍ତିଗତ ଜୀବନରେ ସମସ୍ୟାର ସାମ୍ନା କରିବା

ମହିଳାମାନଙ୍କ କ୍ଷେତ୍ରରେ ଆଙ୍ଗଜାଇଟି ଡିସ୍‌ଅର୍ଡର ଅଧିକ ଦେଖାଯାଏ।

Sorrow before a cloud-banked valley.

ଅଧିକ ପଢ଼ନ୍ତୁ: ଅଳ୍ପ ବୟସରୁ ଅଟିଜିମକୁ କିପରି ଚିହ୍ନିବେ?

ମାନସିକ ଉଦ୍‌ବେଗ ହେବାର ଲକ୍ଷଣ (Symptoms of Anxiety in Odia)

ଚିଡ୍‌ଚିଡ୍‌ ହେବା

ଭୟ ଲାଗି ରହିବା

ଝାଳ ବୋହିବା

ଥରିବା

ଅତ୍ୟଧିକ ଖାଇବା କିମ୍ବା କମ୍‌ ଖାଇବା

ଏହି ଲକ୍ଷଣ ଦେଖି ଜାଣି ହୁଏ କି, ଜଣେ ଆଙ୍ଗଜାଇଟି ଡିସ୍‌ଅର୍ଡରରେ ପୀଡ଼ିତ ଅଛନ୍ତି କି ନାହିଁ। ଯଦି ଏହି ସମସ୍ୟା ୯୦ ଦିନରୁ ଅଧିକ ଦିନ ଧରି ଲାଗି ରହିଥାଏ, ତେବେ ଏହାକୁ ଆଙ୍ଗ୍‌ଜାଇଟି ଡିସଅର୍ଡର ଭାବେ ଚିହ୍ନଟ କରାଯାଇଥାଏ। 

ଏହି ସମସ୍ୟା ଥିବା ବ୍ୟକ୍ତି ନିଜ ମନକୁ ଶାନ୍ତ କରିପାରିପାରନ୍ତି ନାହିଁ।

stressed girl

ଅଧିକ ପଢ଼ନ୍ତୁ: ଛୋଟ ପିଲା ଅସ୍ଥିର ହେବା ଏକପ୍ରକାର ମାନସିକ ସମସ୍ୟା

ମାନସିକ ଉଦ୍‌ବେଗ କେଉଁ ବୟସରେ ଅଧିକ ଦେଖାଯାଏ?

ବର୍ତ୍ତମାନ ସମୟରେ ୩୫ ବର୍ଷରୁ କମ୍‌ ବୟସର ବ୍ୟକ୍ତିଙ୍କଠାରେ ମାନସିକ ଉଦ୍‌ବେଗ ବା ଆଙ୍ଗଜାଇଟି ଡିସ୍‌ଅର୍ଡର ଅଧିକ ଦେଖାଦେଉଛି। ମେଟ୍ରୋ ଅଞ୍ଚଳରେ ରହୁଥିବା ଅଧିକାଂଶ କିଶୋରଙ୍କଠାରେ ମାନସିକ ଉଦ୍‌ବେଗ ସମସ୍ୟା ଦେଖାଯାଇଥାଏ। କିନ୍ତୁ, ମୋଟାମୋଟି ଭାବରେ କହିବାକୁ ଗଲେ ମାନସିକ ଉଦ୍‌ବେଗ ଯେକୌଣସି ବୟସରେ ଦେଖାଯାଇଥାଏ।

ମାନସିକ ଉଦ୍‌ବେଗର ଚିକିତ୍ସା (Treatment of Anxiety in Odia)

ଆଙ୍ଗଜାଇଟି ଡିଜଅର୍ଡର ପାଇଁ ସାଇକୋଲୋଜିକାଲ ଥେରାପି ବ୍ୟବହାର କରାଯାଏ। ‘ଟକ୍‌ ଥେରାପି’ ଅର୍ଥାତ୍‌ ରୋଗୀଙ୍କ ସହ କଥା ହୋଇ ସେମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ କରାଯାଏ। ଏହାସହ ସେମାନଙ୍କୁ ରିଲାକ୍ସ ରହିବାକୁ ପରାମର୍ଶ ଦିଆଯାଏ।

ମାନସିକ ଉଦ୍‌ବେଗ ରୋଗୀ ଯେତେ ଜଲଦି ନିଜର ଚିକିତ୍ସା କରିବେ ସେତେ ଜଲଦି ସୁସ୍ଥ ହୋଇପାରିବେ। କେତେକ ରୋଗୀ ବହୁତ ଡେରିରେ ଡାକ୍ତରଙ୍କ ପାଖକୁ ଯାଇଥା’ନ୍ତି। ସେମାନଙ୍କୁ ଔଷଧ ଓ ଥେରାପି ଦେଇ ଚିକିତ୍ସା କରାଯାଏ।

ମାନସିକ ଉଦ୍‌ବେଗର ନିରାକରଣ

ମାନସିକ ଉଦ୍‌ବେଗ ନ ହେବା ପାଇଁ ହେଲେ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ହେବ। ଷ୍ଟ୍ରେସ୍‌ ବା ମାନସିକ ଚାପ କମ୍‌ କରନ୍ତୁ। ଜୀବନରେ ଯେତିକି ଚାପ ନେଇପାରୁଛନ୍ତି, ସେତିକି ନିଅନ୍ତୁ।

ବୃତ୍ତିଗତ ଜୀବନରେ କାମକୁ ନେଇ ଅଧିକ ଚାପଗ୍ରସ୍ତ ହୁଅନ୍ତୁ ନାହିଁ।

ତେଲ, ଛଣାଛଣି, ଜଙ୍କଫୁଡ୍‌, ମିଠାଜାତୀୟ ଖାଦ୍ୟ କମ୍‌ କରନ୍ତୁ।

ନିୟମିତ ଭାବେ ଯୋଗ, ଧ୍ୟାନ, ପ୍ରାଣାୟମ କରନ୍ତୁ। ଏହା ମନକୁ ସ୍ଥିର ରଖିବାରେ ସହାୟକ ହେବ।

 ବିଳମ୍ବିତ ରାତି ଯାଏ ଅନିଦ୍ରା ରହିବା ଉଚିତ୍ ନୁହେଁ। ରାତିରେ ଜଲଦି ଶୋଇ ସକାଳୁ ଜଲଦି ଉଠନ୍ତୁ।

ମାନସିକ ରୋଗକୁ ଜାଣିବା ଦରକାର

ମାନସିକ ରୋଗକୁ ଅଧିକାଂଶ ସମୟରେ ଅଣଦେଖା କରାଯାଏ। ଲୋକେ ଏହାକୁ ସାଧାରଣ କଥା ଭାବିକରି ଏଡ଼ାଇ ଦିଅନ୍ତି। କେତେକ ଲୋକ ଡରନ୍ତି ଯେ, ଯଦି ,ସେ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ଯିବେ, ତା’ହେଲେ ସିଏ ପାଗଳ। କିନ୍ତୁ, ଏହା ସମ୍ପୂର୍ଣ୍ଣ ଭୁଲ। ପ୍ରାରମ୍ଭିକ ଅବସ୍ଥାରୁ ମାନସିକ ଚାପ, ଉଦ୍‌ବେଗର ଚିକିତ୍ସା କରାନଗଲେ, ଏହି ସମସ୍ୟା ବଢ଼ିଥାଏ।

ପରିବାର ସଦସ୍ୟଙ୍କ ଭୂମିକା (The role of a family in Odia)

ମାନସିକ ଉଦ୍‌ବେଗ, ଚାପ କମେଇବାକୁ ହେଲେ ପରିବାର ଲୋକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କାରଣ ରୋଗୀ ନିଜ ପରିବାର ଓ ସାଙ୍ଗସାଥୀଙ୍କ ସହ ଅଧିକ ସମୟ ବିତାଇଥାଏ। ପରିବାର ଲୋକ ରୋଗୀଙ୍କୁ ଯେତିକି ସହଯୋଗ କରିବେ, ସକରାତ୍ମକ ଚିନ୍ତାଧାରା ରଖିବେ, ସେତେ ଜଲଦି ରୋଗୀଙ୍କ ଚାପ କମିବ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ନିଧି ଗର୍ଗଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Anxiety Disorders, in Odia language, is based on an extensive interview with Psychologist Dr. Nidhi Garg.