ସଠିକ ପୋଷଣ ଏବଂ ସୁସ୍ଥ ଶରୀର ପାଇଁ ରେନ ବୋ ଡାଏଟ ଚାର୍ଟ ଆପଣାନ୍ତୁ।

rain bow diet chart

ଶରୀର ସୁସ୍ଥ ରହିବା ପାଇଁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟର ଆବଶ୍ୟକ ରହିଛି। ଗୋଟିଏ ଦିନରେ ସବୁ ଭିଟାମିନଯୁକ୍ତ ଖାଦ୍ୟ ଖାଇଦେଲେ ଶରୀରକୁ ଶକ୍ତି ମିଳିନଥାଏ। ବରଂ ସବୁଦିନ ସବୁ ପ୍ରକାର ଭିଟାମିନ ଖାଇବା ଫଳରେ ଶରୀରର ରୋଗ ପ୍ରତିରକ୍ଷା ପ୍ରଣାଳୀରେ ସୁଧାର ଆସିଥାଏ। ତେବେ କିପରି ଜାଣିବେ ଆପଣ ପ୍ରତିଦିନ ଖାଉଥିବା ଖାଦ୍ୟ ଭିଟାମିନ ଯୁକ୍ତ କି ନୁହେଁ? ସେଥିପାଇଁ ପ୍ରସ୍ତୁତ କରନ୍ତୁ ରେନ ବୋ ଡାଏଟ ଚାର୍ଟ। ଏହି ଚାର୍ଟକୁ ରେନ ବୋ ଏଥିପାଇଁ କୁହାଯାଇଥାଏ କାରଣ ଏଥିରେ ଖାଦ୍ୟର ରଙ୍ଗ ଅନୁସାରେ ଖାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥାଏ।

ସବୁଦିନ ଅଲଗା ଅଲଗା ରଙ୍ଗର ଫଳ ପ୍ଲେଟ ଖାଦ୍ୟ ପ୍ରତି ଆଗ୍ରହ ବଢ଼ାଇ ଦେଇଥାଏ। ଖାଲି ସେତିକି ନୁହେଁ, ଶରୀର ସୁସ୍ଥ ଏବଂ ନିରୋଗ ରହିବା ପାଇଁ ଫଟୋକେମିକାଲର ଭୂମିକା ରହିଛି। ଫଳର ରଙ୍ଗ ଫଟୋକେମିକାଲ ଉପରେ ନିର୍ଭର କରେ। ଏହି କେମିକାଲ ଶରୀରର ବିଷାକ୍ତ ପଦାର୍ଥ ନଷ୍ଟ କରିଦେଇଥାଏ। ତେଣୁ ପ୍ରତ୍ୟେକ ଦିନ ସବୁ ରଙ୍ଗର ଫଳ ଆପଣଙ୍କ ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଯୋଗାଇଥାଏ।

ଲାଲି ରଙ୍ଗର ଫଳ

ଲାଲି ରଙ୍ଗର ଫଳ କହିଲେ ସେଓ, ଲିଚୁ, ତରଭୁଜ ଆଦି ଫଳକୁ ବୁଝିଥାଉ। ଏହି ସବୁ ଫଳରେ ଲାଇସୋପିନ ଫଟୋକେମିକାଲ ସହ ଟ୍ରିମେଣ୍ଡସ ନାମକ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି ଯାହା ହାର୍ଟ ସମସ୍ୟା, କ୍ୟାନ୍ସର ଦୂର କରିଥାଏ। ବିଟ ରୁଟରେ ଥିବା ଆଣ୍ଟିଇନଫ୍ଲାମେଟାରୀ ଗୁଣ ଶରୀରର ତ୍ୱଚା ସମ୍ଭନ୍ଧୀୟ ସମସ୍ୟାରୁ ଉପଶମ ଦେଇଥାଏ। ପ୍ରତିଦିନ ଗୋଟିଏ ଲେଖାଏଁ ସେଓ ଖାଇବା ଫଳରେ ପେଟ ସମ୍ଭନ୍ଧୀୟ ରୋଗ ଭଲ ହୋଇଥାଏ।

green vegetables

ସବୁଜ ରଙ୍ଗ

ଡାକ୍ତରମାନେ ସବୁ ସମୟରେ ସବୁଜ ପନିପରିବା ଖାଇବାକୁ ପରାମର୍ଶ ଦେଇଥାନ୍ତି। ସବୁଜ ପନିପରିବାରେ କ୍ୟାଲସିୟମ, ପୋଟାସିୟମ, ଆଇରନ, ମ୍ୟାଗନେସିୟମ, ଭିଟାମିନ ବି, ସି, କେ, ଇ ଏବଂ ମିନେରାଲ ରହିଛି। ତେଣୁ ଭେଣ୍ଡି, ଜହ୍ନି, ପାଳଙ୍ଗ ଭଳି କେତେକ ଖାଦ୍ୟ ଖାଇବା ଫଳରେ ହଜମ ପ୍ରକ୍ରିୟା ସଠିକ ଭାବେ ହୋଇଥାଏ।

ହଳଦିଆ ରଙ୍ଗ

ପାଚିଲା କଦଳୀ, ହଳଦୀ ଆଦି ହଳଦିଆ ରଙ୍ଗଯୁକ୍ତଖାଦ୍ୟ କେବଳ ଶରୀର ନୁହେଁ ମସ୍ତିଷ୍କକୁ ମଧ୍ୟ ସୁସ୍ଥ ରଖିଥାଏ। ଏହି ରଙ୍ଗର ଖାଦ୍ୟ ତ୍ୱଚା, ଆଖି, କେଶ ଏବଂ ହାଡ଼ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। କମଳାରେ ଥିବା ଭିଟାମିନ ସି, କୋଲାଜେନ ତ୍ୱଚାରେ ଚମକ ଆଣିଦିଏ। ହଳଦିଆ ରଙ୍ଗର ଫଳରେ ଥିବା ବାଇ ଫ୍ଲାଭୋନଏଡ ଏବଂ କେରଟିନଏଡ କ୍ୟାନ୍ସର କୋଷକୁ ନଷ୍ଟ କରିଦେଇଥାଏ।

ନୀଳ- ବାଇଗଣୀ ରଙ୍ଗ

ବ୍ଲୁ ବେରୀ, ନୀଳ ଅଙ୍ଗୁରୁ, ବାଇଗଣୀ ବନ୍ଧାକୋବି, ବାଇଗଣ ଭଳି ପରିବା ଏବଂ ଫଳରେ ଆନ୍ଥୋସିଆନିନ ନାମକ ଫଟୋକେମିକାଲ ରହିଛି। ଯାହା କି କୋଲେଷ୍ଟ୍ରୋଲ ଏବଂ ହାର୍ଟ ସମ୍ପର୍କିତ ରୋଗ ଏବଂ ଅଲଝାଇମାର ସମସ୍ୟା ଦୂର କରିଥାଏ।

orange juice

କମଳା ରଙ୍ଗ

କମଳା ରଙ୍ଗ ଆଖି ଏବଂ ତ୍ୱଚାକୁ ସୁସ୍ଥ ରଖିଥାଏ। ପ୍ରତିଦିନ ଗୋଟିଏ ଲେଖାଏଁ କମଳା ଖାଇବା ଫଳରେ ଶରୀରରେ ଭିଟାମିନ ଏ ର ଅଭାଵ ପୂରଣ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। କଖାରୁ, ଗାଜର ଭଳି କମଳା ରଙ୍ଗର ପରିବାରେ ଥିବା ଭିଟାମିନ ସି, ଭିଟାମିନ ବି ସିକ୍ସ, ଫାଇବର, ଲାଇସୋପିନ ଶରୀରକୁ ବିଭିନ୍ନ ସଂକ୍ରମଣ କବଳରୁ ରକ୍ଷା କରିଥାଏ।

ଧଳା ରଙ୍ଗ

ଛତୁ, ମୂଳା ଭଳି ଧଳା ରଙ୍ଗର ପରିବାରେ କ୍ୟାଲସିୟମ, ପ୍ରୋଟିନ, ପ୍ରବାୟୋଟିକ, ଭିଟାମିନ କେ, ସି, ଫୋଲେଟ, ଫାଇବର ରହିଥାଏ। ଫୁଲକୋବି, ଆଳୁ ଭଳି ଧଳା ପରିବା ଖାଇବା ଫଳରେ ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ମିଳିଥାଏ। ଫଳରେ ରକ୍ତ ଚାପ, କୋଲେଷ୍ଟ୍ରୋଲ ସ୍ତର ସଠିକ ରହିଥାଏ।