ମଧୁମେହ ରୋଗୀମାନେ ଅଧିକ ସମୟ ଧରି ଉପବାସ ରହିଲେ ହାଇପୋଗ୍ଲାଇସେମିଆ ଭଳି ରୋଗ ଦେଖାଦେଇଥାଏ। ତେବେ ଜାଣନ୍ତୁ ଏହି ହାଇପୋଗ୍ଲାଇସେମିଆ ରୋଗ ବାବଦରେ।

diabetes patient

ଅଧିକ ପଢ଼ନ୍ତୁ: ରକ୍ତରେ ଇନସୁଲିନ୍‌କୁ ବୃଦ୍ଧି କରେ ପାଚିଲା ଅମୃତଭଣ୍ଡା

ଅଧିକାଂଶ ଲୋକମାନେ ପୂଜା ପର୍ବରେ ଉପବାସ କରିଥାନ୍ତି। ସାଧାରଣ ବ୍ୟକ୍ତିଙ୍କ ପାଇଁ ଉପବାସ କୌଣସି କ୍ଷତି ଘଟାଏ ନାହିଁ। କିନ୍ତୁ ମଧୁମେହରେ ପୀଡ଼ିତ ବ୍ୟକ୍ତି ଉପବାସ କରିବା ଫଳରେ ସେମାନଙ୍କ ନିକଟରେ ହାଇପୋଗ୍ଲାଇସେମିଆ ଭଳି ସମସ୍ୟା ଦେଖାଦେଇଥାଏ। ଲଗାତାର ଆଠ ଦଶ ଘଣ୍ଟା ଉପବାସ ପରେ ଆମ ଶରୀର ଗଚ୍ଛିତ ଶର୍କରାକୁ ବ୍ୟବହାର କରି ରକ୍ତର ଶର୍କରା ସ୍ତରକୁ ସ୍ଥିର ରଖିଥାଏ। ପରବର୍ତ୍ତୀ କାଳରେ ଶରୀର ଚର୍ବିକୁ ଶକ୍ତିସ୍ରୋତ ରୂପେ ଉପଯୋଗ କରିଥାଏ, ଯାହାକି ମଧୁମେହ ରୋଗୀଙ୍କ ପାଇଁ ବିପଦ ଆଣିଦିଏ।

ହାଇପୋଗ୍ଲାଇସେମିଆର ଲକ୍ଷଣ

ଶରୀରରେ କମ୍ପନ ହେବା

ଝାଳ ବାହାରିବା

ଭଲ ଭାବରେ ଆଖିକୁ ଦେଖା ନ ଯିବା

ଓଠ, ହାତ ଏବଂ ଗୋଡ଼ ଥରିବା

ଚିଡ଼ଚିଡ଼ା ଲାଗିବା

ମୁଣ୍ଡ ଓଜନିଆ ଭଳି ଲାଗିବା

ଛାତି ଯନ୍ତ୍ରଣା ହେବା

ଥକ୍କାପଣ ଅନୁଭବ ହେବା

ଉପବାସ ସମୟରେ ମଧୁମେହ ରୋଗୀମାନେ କଠିନ ପରିଶ୍ରମ କଲେ ହାଇପୋଗ୍ଲାଇସେମିଆ ବଢ଼ିଯିବାର ଆଶଙ୍କା ଥାଏ। ଦୀର୍ଘ ସମୟ ଧରି ଉପବାସ ରହିବା ଯୋଗୁଁ ଜଳୀୟ ଅଂଶର ଅଭାବରେ ଏପରି ସମସ୍ୟା ହୋଇଥାଏ।

type 2 diabetes

ଅଧିକ ପଢ଼ନ୍ତୁ: କଲରା – ଡାଏବେଟିସ୍ ରୋଗୀଙ୍କ ପାଇଁ ଅବ୍ୟର୍ଥ ଔଷଧ

ନିରାକରଣ

ଉପବାସ ସମୟରେ ଆପଣଙ୍କ ରକ୍ତରେ ଶର୍କରାର ମାତ୍ରା ନିୟମିତ ପରକ୍ଷା କରିବା ଉଚିତ। ଏହା ଦ୍ଵାରା ମଧୁମେହ ରୋଗୀ ନିରାପଦ ରହିଥାଏ।

ମଧୁମେହ ରୋଗୀ ଉପବାସ ନକରିବା ଭଲ। ଡାକ୍ତରଙ୍କ ଠାରୁ ପରାମର୍ଶ ନେଇ ଉପବାସ କରିବା ଉଚିତ। ଇନସୁଲିନ ବ୍ୟବହାର କରୁଥିବା ମଧୁମେହ ରୋଗୀମାନେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ।

ମଧୁମେହ ରୋଗୀଙ୍କ ଖାଦ୍ୟ ସ୍ୱାସ୍ଥ୍ୟକର ହେବା ଉଚିତ। ଅତ୍ୟଧିକ ଖାଦ୍ୟ ଏବଂ ଅସ୍ଵାସ୍ଥ୍ୟକର ଖାଦ୍ୟ ଓଜନ ବଢ଼ାଇବା ସହିତ ରକ୍ତରେ ଶର୍କରା ସ୍ତରରେ ଅସନ୍ତୁଳନ ଆଣିଥାଏ।

ଉପବାସ ସମୟରେ ପାଉଁରୁଟି, ଯଅ, ଅକାଣ୍ଡିଆ ଚାଉଳ ତଥା ବିନସ, ଶିମ୍ବ, ଡାଲିଜାତୀୟ ଖାଦ୍ୟ ଏବଂ ଫଳ ଓ ପନିପରିବା ଆଦି ଖାଇବା ଆବଶ୍ୟକ।

ମିଠା ଜାତୀୟ ଖାଦ୍ୟଠାରୁ ଯେତେ ସମ୍ଭବ ଦୂରରେ ରହନ୍ତୁ।

drinking water

ଅଧିକ ପଢ଼ନ୍ତୁ: ମଧୁମେହ ରୋଗୀ ସାବଧାନ! ଏହି ୬ଟି ଖାଦ୍ୟ କରିଥାଏ ରକ୍ତ ଶର୍କରା ସ୍ତରରେ ଅସନ୍ତୁଳନ

ଅଧିକ ପରିମାଣରେ ପାଣି ପିଇବା ଆବଶ୍ୟକ।

ବାହାର ଖାଦ୍ୟ ନ ଖାଇ ଘରେ ତିଆରି ଖାଦ୍ୟ ଖାଇବା ଭଲ।

ଉଚ୍ଚ ଶର୍କରା ସ୍ତର ଥିବା ମଧୁମେହ ରୋଗୀ ଅଧିକ ସମୟ ଉପବାସ କରନ୍ତି, ତେବେ ଶରୀରରୁ ଜଳୀୟ ଅଂଶ କମିଯାଏ। ତେଣୁ ଉପବାସ ପରେ ଅଧିକ ମାତ୍ରାରେ ପାନୀୟ ପଦାର୍ଥ, ପାଣି, ଫଳରସ ଆଦି ସେବନ କଲେ ଜଳୀୟ ଅଂଶ ଶରୀରରେ ବୃଦ୍ଧି ହୋଇଥାଏ।

ଡାକ୍ତରଙ୍କ ପରାମର୍ଶ ଅନୁସାରେ ସମୟ ଅନୁସାରେ ଇନସୁଲିନର ମାତ୍ରା ବଦଳାଇବା ଉଚିତ।

ମଧୁମେହ ରୋଗୀମାନେ ସିଗାରେଟ ଟାଣିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ।