କରୋନା ମହାମାରୀ ସମୟରେ ବହୁ ଲୋକ ଘରେ ରହି ଅଫିସ୍ କାମ କରୁଛନ୍ତି। ତେବେ ଅଫିସ୍ କାମ ଓ ଘର କାମ ମଧ୍ୟରେ ନିୟନ୍ତ୍ରଣ ରକ୍ଷା କରିବାକୁ ଚେଷ୍ଟା କରି ସେମାନେ ମାନସିକ ଭାବେ ଚାପଗ୍ରସ୍ତ ହୋଇ ପଡୁଛନ୍ତି। ଏହି ଚାପ ଯୋଗୁଁ ବର୍ଣ୍ଣଆଉଟ୍ ସିଣ୍ଡ୍ରୋମ ଭଳି ମାନସିକ ରୋଗ ହୋଇପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଏକ ନୂଆ ରୋଗ ଭାବେ ଚିହ୍ନଟ କରିଛି। ଦୀର୍ଘ ଅବଧି ଧରି କାମ କରିବା ଯୋଗୁ ଏହି ସମସ୍ୟା ହୋଇଥାଏ ବୋଲି WHO ବର୍ଣ୍ଣନା କରିଛି।

ଲକ୍ଷଣ (Symptoms of burnout syndrome in Odia)

-କାମକୁ ନେଇ ସବୁବେଳେ ଚିନ୍ତାଗ୍ରସ୍ତ ରହିବା

-ଚିଡ଼ଚିଡ଼ ହେବା

-କାର୍ଯ୍ୟଦକ୍ଷତା କମିଯିବା

-କୌଣସି କଥା ଉପରେ ଧ୍ୟାନ ନ ରହିବା

-ରକ୍ତଚାପ ଅନାଚକ ବଢ଼ିବା କିମ୍ବା କମିବା

-ବହୁତ ଅଧିକ ଭୋକ ଲାଗିବା କିମ୍ବା ଭୋକ ନ ଲାଗିବା

-ପ୍ରତି କଥାକୁ ନକରାତ୍ମକ ଢଙ୍ଗରେ ଚିନ୍ତା କରିବା

ଅଧିକ ପଢ଼ନ୍ତୁ: ୟୋ-ୟୋ ଡାଏଟ୍ ସିଣ୍ଡ୍ରୋମକୁ ଅଣଦେଖା କରନ୍ତୁ ନାହିଁ

କିଭଳି ରକ୍ଷା ପାଇବେ

-ପ୍ରଥମେ ଶାରୀରିକ ଭାବେ କିଭଳି ସୁସ୍ଥ ରହିବେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଖାଦ୍ୟ-ପେୟ ଉପରେ ଗୁରୁତ୍ୱ ଦେବା ଅଧିକ ଜରୁରୀ। ନିୟମିତ ଭାବେ ବ୍ୟାୟାମ ଜାରି ରଖନ୍ତୁ। ସମ୍ଭବ ହେଲେ ୭-୮ ଘଣ୍ଟା ଶୁଅନ୍ତୁ। ଏହାଦ୍ୱାରା ମାନସିକ ଚାପ କମିବ।

-ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ନିଜର ମନ ମୁତାବକ କାମ କରନ୍ତୁ। ବିଶେଷ କରି ଗୀତ ଗାଇବା, ନାଚିବା, କୌଣସି ବାଦ୍ୟଯନ୍ତ୍ର ବଜାଇଲେ ମନ ଫୁର୍ତ୍ତି ହୋଇଥାଏ।

-ସମୟ ମିଳିଲେ ସାଙ୍ଗମାନଙ୍କ ସହ କଥା ହୁଅନ୍ତୁ। ଏହାଦ୍ୱାରା ଆପଣ ମାନସିକ ଭାବେ ଦୃଢ଼ ମନେ କରିବେ।

-କାମକୁ ନେଇ ଯୋଜନା କରନ୍ତୁ। ଏହାଦ୍ୱାରା ଆପଣଙ୍କୁ କାମର ଚାପ ଅଧିକ ପ୍ରଭାବିତ କରିବ ନାହିଁ।

ଅଧିକ ପଢ଼ନ୍ତୁ: ଅଧିକ ଥକ୍କାପଣ ଯୋଗୁଁ ହୋଇପାରେ କ୍ରୋନିକ ଫାଟିଗ୍ୟୁ ସିଣ୍ଡ୍ରୋମ