ଅଧିକ ପରିଶ୍ରମ କାରଣରୁ କିମ୍ବା କ୍ଲାନ୍ତି ଜନିତ ଥକ୍କାପଣକୁ ଅଣଦେଖା କରିବା ଉଚିତ ନୁହେଁ। ଏହି ସମସ୍ୟା କ୍ରୋନିକ ଫାଟିଗ୍ୟୁ ସିଣ୍ଡ୍ରୋମର କାରଣ ହୋଇପାରେ।

chronic fatigue syndromeଅଧିକାଂଶ ସମୟରେ ଆମେ ଗୋଟିଏ ଦିନରେ ଅଧିକ କାମ କରିଦେଇଥାଉ। ସେଥିପାଇଁ ଆମକୁ ଥକ୍କାପଣ ଅନୁଭବ ହୋଇଥାଏ। ଭ୍ରମଣ ଜନିତ କାରଣ ଯୋଗୁଁ ମଧ୍ୟ ଆମେ କ୍ଲାନ୍ତ ହୋଇଯାଇଥାଉ। ଏହି ସମସ୍ୟା ଦୂର କରିବା ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରିଥାଉ। ଶୋଇକି ଉଠିବା ପରେ ଏବଂ ଚାହା ପିଇ ସାରିବା ପରେ ମଧ୍ୟ ଏହି ଥକ୍କା ପଣରୁ ମୁକ୍ତି ମିଳିନଥାଏ। ଏହି ସମସ୍ୟାକୁ ଡାକ୍ତରୀ ଭାଷାରେ କ୍ରୋନିକ ଫାଟିଗ୍ୟୁ ସିଣ୍ଡ୍ରୋମ ବୋଲି କୁହାଯାଏ। କ୍ରନିକ ଫାଟିଗ୍ୟୁ ସିଣ୍ଡ୍ରୋମ ବା CFS ମାୟାଲଜିକ ଏନସେଫାଲୋମିଏଲାଇଟିସ ଭାବେ ଜଣାଶୁଣା। ଏହି ସିଣ୍ଡ୍ରୋମ ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ଲୋକ ସମସ୍ତଙ୍କୁ ଆକ୍ରାନ୍ତ କରିପାରେ।

କ୍ରୋନିକ ଫାଟିଗ୍ୟୁ ସିଣ୍ଡ୍ରୋମର ଲକ୍ଷଣ (symptoms of chronic fatigue syndrome in odia)

ଥକ୍କାପଣ ଅନୁଭବ ହେବା

ଶୋଇକି ଉଠିବା ପରେ ମଧ୍ୟ ନିଦ ଲାଗିବା

ଗୋଡ଼ ହାତ ଯନ୍ତ୍ରଣା ହେବା

କାମ କରିବାକୁ ଇଚ୍ଛା ପ୍ରକାଶ ନ କରିବା

ଚିଡ଼ଚିଡ଼ ହେବା

ଦୁର୍ବଳ ଲାଗିବା

ସ୍ମୃତି ଶକ୍ତି ହରାଇବା

ଏକାଗ୍ରତା ହ୍ରାସ ପାଇବା

ଥକ୍କାପଣ ଅନ୍ୟ କୌଣସି ଗୁରୁତର ରୋଗର ଲକ୍ଷଣ ହୋଇଥିବାରୁ ଅନେକ ସମୟରେ କ୍ରୋନିକ ଫାଟିଗ୍ୟୁ ସିଣ୍ଡ୍ରୋମ ଚିହ୍ନଟ କରିବାରେ ଅସୁବିଧା ଦେଖାଦେଇଥାଏ। ଫଳରେ ଆରମ୍ଭରୁ ଚିକିତ୍ସା ନ ହୋଇପାରିଲେ ରୋଗର ଜଟିଳତା ବଢ଼ିଯାଇଥାଏ।

chronic fatigue syndromeକ୍ରୋନିକ ଫାଟିଗ୍ୟୁ ସିଣ୍ଡ୍ରୋମର କାରଣ (causes of chronic fatigue syndrome in odia)

କ୍ରୋନିକ ଫାଟିଗ୍ୟୁ ସିଣ୍ଡ୍ରୋମର କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ।

କୌଣସି ଜୀବାଣୁ ସଂକ୍ରମଣ

ଦୁର୍ବଳ ପ୍ରତିରୋଧକ ଶକ୍ତି

ଶାରୀରିକ ଏବଂ ମାନସିକ ଚାପ

ଶରୀରରେ ହରମୋନ ଅସନ୍ତୁଳନ

ଅନ୍ୟାନ୍ୟ ପରିବେଶ କାରକ

କ୍ରମାଗତ ଅନିଦ୍ରା ରହିବା

ମାଂସପେଶୀ ଯନ୍ତ୍ରଣା

ବାରମ୍ବାର ମୁଣ୍ଡବିନ୍ଧା

ବାରମ୍ବାର ଗଳା ଯନ୍ତ୍ରଣା ହେବା

୩୦ରୁ ୪୦ ବର୍ଷ ମଧ୍ୟରେ ହେଉଥିବା ଥକ୍କାପଣର କାରଣ ଥାଇରଏଡ଼ ହୋଇଥାଇପରେ। ଥାଇରଏଡ଼ ଗ୍ରନ୍ଥି ଶରୀରରେ ହରମୋନ ତିଆରି କରିଥାଏ। ବୟସ ବଢ଼ିବା ସହ ସେହି ହରମୋନର ମାତ୍ରା କମ ହୋଇଯାଇଥାଏ। ଫଳରେ ଥକ୍କାପଣ ସମସ୍ୟା ଦେଖା ଯାଇଥାଏ।

ଅଧିକାଂଶ ଲୋକଙ୍କ କ୍ରୋନିକ ଫାଟିଗ୍ୟୁ ସିଣ୍ଡ୍ରୋମ ବଂଶାନୁକ୍ରମିକ ହୋଇଥାଏ।

chronic fatigue syndromeକ୍ରୋନିକ ଫାଟିଗ୍ୟୁ ସିଣ୍ଡ୍ରୋମର ଜଟିଳତା (complications of chronic fatigue syndrome in odia)

ସାଧାରଣତଃ କ୍ରୋନିକ ଫାଟିଗ୍ୟୁ ସିଣ୍ଡ୍ରୋମ ୪୦ ରୁ ୫୦ ବର୍ଷର ଲୋକଙ୍କ ନିକଟରେ ଦେଖାଯାଇଥାଏ।

ପୁରୁଷଙ୍କ ଅପେକ୍ଷା ଦୁଇରୁ ଚାରି ଗୁଣ ମହିଳାମାନେ କ୍ରୋନିକ ଫାଟିଗ୍ୟୁ ସିଣ୍ଡ୍ରୋମରେ ଆକ୍ରାନ୍ତ ହେବାର ଆଶଙ୍କା ଥାଏ।

ଥକ୍କାପଣ ଲାଗି ରହିବା ଯୋଗୁଁ ବ୍ୟକ୍ତି ଚାପ ଗ୍ରସ୍ତ ହୋଇପଡ଼େ।

କୌଣସି କାମ ନ କରି ଥକ୍କାପଣ ଅନୁଭବ କରୁଥିଲେ ଖୁବଶୀଘ୍ର ଶରୀରରେ ହୃଦଜନିତ ସମସ୍ୟା ଦେଖା ଯିବାର ଆଶଙ୍କା ରହିଛି।

ପ୍ରତିଦିନ ଥକ୍କାପଣ ଯକୃତ ରୋଗର କାରଣ ହୋଇପାରେ।

ଅଧିକ ଥକ୍କା ଯୋଗୁଁ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଯନ୍ତ୍ରଣା ହୋଇଥାଏ। ଫଳରେ ସଠିକ ଭାବେ ଶୋଇ ହୁଏ ନାହିଁ।

କ୍ରୋନିକ ଫାଟିଗ୍ୟୁ ସିଣ୍ଡ୍ରୋମର ଚିକିତ୍ସା (treatment of chronic fatigue syndrome in odia)

କ୍ରୋନିକ ଫାଟିଗ୍ୟୁ ସିଣ୍ଡ୍ରୋମ ପାଇଁ କୌଣସି ନିର୍ଦ୍ଦିଷ୍ଟ ଉପଶମ ନାହିଁ।

ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ଭିନ୍ନ ଭିନ୍ନ ଲକ୍ଷଣ ଥାଏ। ସେମାନଙ୍କର ଲକ୍ଷଣ ଉପଶମ ପାଇଁ ବିଭିନ୍ନ ପ୍ରକାରର ଚିକିତ୍ସା ଆବଶ୍ୟକ ହୋଇପାରେ। ଲୋ-ଡୋଜ୍ ଆଣ୍ଟିଡେପ୍ରେସାଣ୍ଟ ଥେରାପି ଏବଂ ଫିଜିଓ ଥେରାପି ମାଧ୍ୟମରେ ଚିକିତ୍ସା କରାଯାଇଥାଏ।

chronic fatigue syndromeନିରାକରଣ (prevention of chronic fatigue syndrome in odia)

ଏରୋବିକ ବ୍ୟାୟାମ ଏବଂ ଯୋଗ କରନ୍ତୁ।

ସବୁଜ ପନିପରିବା ଏବଂ ଫଳମୂଳ ଖାଆନ୍ତୁ।

ସଠିକ ନିଦରେ ଶୁଅନ୍ତୁ।

ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ।

ଚାହା ଏବଂ କଫି ପିଇବା ଅଭ୍ୟାସ ଛାଡ଼ନ୍ତୁ। ବିଶେଷ କରି ମଦ୍ୟପାନ ଏବଂ ଧୂମ୍ରପାନଠାରୁ ଦୂରେଇ ରୁହନ୍ତୁ।

ଏକ ଶୋଇବା ରୁଟିନ ତିଆରି କରନ୍ତୁ। ପ୍ରତିଦିନ ରାତିରେ ଗୋଟିଏ ସମୟରେ ଶୋଇବାକୁ ଯାଆନ୍ତୁ ଏବଂ ସମାନ ସମୟରେ ଉଠିବାକୁ ଚେଷ୍ଟା କରନ୍ତୁ।