ଜନ୍ମର ଏକ ଘଣ୍ଟା ମଧ୍ୟରେ ଶିଶୁକୁ ସ୍ତନ୍ୟପାନ କରାଇବା ଜରୁରୀ। କେବଳ ସେତିକି ନୁହେଁ ଶିଶୁ କିପରି ସଠିକ ଭାବେ ସ୍ତନ୍ୟପାନ କରିବ ସେ ଦିଗରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ।

breastfeedingଜନ୍ମ ପରେ ଶିଶୁକୁ ସ୍ତନ୍ୟପାନ କରେଇବା ଜରୁରୀ। କିନ୍ତୁ ସଠିକ ଭାବେ ସ୍ତନ୍ୟପାନ ନ କରାଇବା ଫଳରେ ଶିଶୁ ମା’ କ୍ଷୀରରୁ ପାଉଥିବା ଆବଶ୍ୟକୀୟ ପୋଷଣ ପାଇ ପାରିନଥାଏ। ତେଣୁ ଶିଶୁର ମାନସିକ ଏବଂ ଶାରୀରିକ ବିକାଶ ଠିକ ଭାବେ ହୋଇ ପାରେ ନାହିଁ।

ସଫଳ ସ୍ତନ୍ୟପାନ ଲାଗି ଶିଶୁକୁ ସ୍ତନ ସହିତ ସଠିକ ଭାବରେ ସଂଲଗ୍ନ କରାନ୍ତୁ।

ଜନ୍ମରୁ ଏକ ଘଣ୍ଟା ମଧ୍ୟରେ ଶିଶୁକୁ ମା’ ସ୍ତନ ସହିତ ସଂଲଗ୍ନ କରାନ୍ତୁ।

ଶିଶୁକୁ ଭଲ ଭାବେ କ୍ଷୀର ଖୁଆଇବା ପାଇଁ ମା’ ପାଖରେ ଠିକ ଭାବେ ଧରିବାକୁ ହୋଇଥାଏ।

ସଠିକ ସଂଲଗ୍ନ ସ୍ତନର ଅଗ୍ରଭାଗ ଫୁଲିବା ଓ ଫାଟିବା ସମସ୍ୟା ହୋଇନଥାଏ।

ଉତ୍ତମ ସ୍ତନ ସଂଲଗ୍ନର ଲକ୍ଷଣ

ଶିଶୁର ପାଟି ଖୋଲା ରହିବା ଦରକାର।

ଶିଶୁର ତଳ ଓଠ ବାହାର ଆଡ଼କୁ ଥିବା ଉଚିତ।

ଶିଶୁର ଚିବୁକ ମା’ ସ୍ତନକୁ ଛୁଇଁବା ଆବଶ୍ୟକ।

ଶିଶୁର ଉପର ପାଟି ବାହାରକୁ ଥିବା ଉଚିତ।

ଗୋଟିଏ ଶିଶୁକୁ ଦିନରେ କେତେ ଥର ସ୍ତନ୍ୟପାନ କରାଇବା ଆବଶ୍ୟକ?

ବାରମ୍ବାର ସ୍ତନ୍ୟପାନ କରାଇବା ଦ୍ୱାରା ମା’ର ଅଧିକ କ୍ଷୀର ହୋଇଥାଏ।

ଶିଶୁର ଚାହିଦା ଅନୁସାରେ ଦିନରାତି ସବୁବେଳେ ସ୍ତନ୍ୟପାନ କରାଇବା ଆବଶ୍ୟକ। ଅତି କମରେ ୮ କୁ ୧୦ ଥର ଶିଶୁକୁ ସ୍ତନ୍ୟପାନ କରାଇବା ଉଚିତ।

(ସୌଜନ୍ୟ-ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ପ୍ରକାଶିତ ପୁସ୍ତିକା)