ଶିଶୁକୁ କେଉଁ ବୟସରେ କେଉଁ ଟିକା ଦିଆଯାଏ? ଟିକାକରଣର ଉପକାରିତାଗୁଡ଼ିକ କ’ଣ? ଏନେଇ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର ମହାକୁଡ଼ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ଅନେକ ସମୟରେ ମାରାତ୍ମକ ରୋଗ ଜୀବାଣୁ ସଂକ୍ରମଣ, ନବଜାତ ଶିଶୁମାନଙ୍କର ମୃତ୍ୟୁର କାରଣ ସାଜିଥାଏ। ଶିଶୁ ଜନ୍ମ ହେବା ପରେ ଟିକାକରଣ କରିବା ଦ୍ୱାରା ଏହି ସଂକ୍ରମଣରୁ ରକ୍ଷା ମିଳେ। ତେଣୁ ଜନ୍ମ ହେବା ପରେ ଶିଶୁର ଟିକାକରଣ ନିତ୍ୟାନ୍ତ ଜରୁରୀ। ସରକାରଙ୍କ ପକ୍ଷରୁ ଟିକାଦାନ ମାଗଣାରେ କରାଯାଉଛି।

ଶିଶୁ ଜନ୍ମ ହେବାର ପ୍ରଥମ ୭ ଦିନ ଭିତରେ ବିସିଜି, ପୋଲିଓ ଏବଂ ହେପାଟାଇଟ୍‌ସ ବି’ର ଟିକା ନେବା ଜରୁରୀ। ଯଦି ଜଣେ ଶିଶୁ ଜନ୍ମ ହେବାର ପ୍ରଥମ ୭ ଦିନ ମଧ୍ୟରେ କୌଣସି ଟିକା ନେଇପାରୁ ନାହାନ୍ତି, ତେବେ ୧୫ ଦିନ ଭିତରେ ଟିକା ନେଇପାରିବେ। ଏହାପରେ ଦେଢ଼ମାସ, ଅଢ଼େଇ ମାସ ପରେ ଡିପିଟି, ପୋଲିଓ, ରୋଟାଭାଇରସ ଓ ନିମୋନିଆକୁ ରୋକିବା ପାଇଁ ଟିକା ଦିଆଯାଉଛି।

ବର୍ତ୍ତମାନ ଓଡ଼ିଶାରେ ନିମୋନିଆ ଟିକାକୁ ସରକାରୀ ସ୍ତରରେ ଦିଆଯାଉନାହିଁ। କିନ୍ତୁ ବହୁତ ଶୀଘ୍ର ନିମୋନିଆ ଟିକା ସରାକାରୀ ସ୍ତରରେ ମାଗଣାରେ ଦିଆଯିବ।

ଅଧିକ ପଢ଼ନ୍ତୁ: କରୋନା ସମୟରେ କିପରି ନେବେ ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ଯତ୍ନ?

ସରକାରୀ ଏବଂ ଘରୋଇ ଟିକାକରଣରେ ମଧ୍ୟରେ କ’ଣ ଫରକ?

ସରକାରୀ ଓ ଘରୋଇ ସ୍ତରରେ ଯେଉଁ ଟିକା ମିଳୁଛି ତାହା ସମ୍ପୂର୍ଣ୍ଣ ଭାବରେ ଭଲ। ଲୋକେମାନେ ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉଭୟ ଘରୋଇ ମେଡିକାଲ ଓ ସରକାରୀ ସ୍ତରରେ ଟିକାକରଣ କରିପାରିବେ। ଯେଉଁଠିବି ଟିକା ଦେଲେ ତାହାର ରେଜଲ୍ଟ ସମାନ।

ହେମନେ ରଖନ୍ତୁ, ଯେଉଁ ଟିକା ସରକାରୀ ସ୍ତରରେ ମାଗଣାରେ ମିଳୁ ନାହିଁ ଏବଂ ସେହି ଟିକାର ଉପାଦେୟତା ଜରୁରୀ ଅଛି ବୋଲି ଡାକ୍ତର ଆପଣଙ୍କୁ ପରାମର୍ଶ ଦେଇଛନ୍ତି, ତାହା ଆପଣ ଘରୋଇ ମେଡିକାଲରୁ ନିଜ ଶିଶୁକୁ ଦେଇପାରିବେ। ଯେପରିକି ନିମୋନିଆ, ଇନ୍‌ଫ୍ଲୁଏନ୍‌ଜା, ହେପାଟାଇଟ୍ସ ଏ, ହାଡ଼ଫୁଟି ପାର୍ଇ ଟିକା ଏବଂ ଟାଇଫଏଡ୍‌ ଟିକା ଘରୋଇ ସ୍ତରରେ ଦିଆଯାଉଛି।syringe, doctor, needle swasthya plus odia

ଅଧିକ ପଢ଼ନ୍ତୁ: କିପରି ନେବେ ନବଜାତ ଶିଶୁର ଚର୍ମର ଯତ୍ନ?

ଟିକାକରଣର ଉପକାରିତା (Benefits of vaccinating children in Odia)

ଟିକାକରଣର ଉପକାରିତା ସବୁଠୁ ଅଧିକ। ଏହା ଶିଶୁକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ।

ଭାରତରେ ପ୍ରତି ହଜାର ଶିଶୁଙ୍କ ମଧ୍ୟରୁ ୩୮ ଜଣ ଶିଶୁ ମୃତ୍ୟୁମୁଖରେ ପଡ଼ୁଛନ୍ତି। ପୂର୍ବାପେକ୍ଷା ଭାରତରେ ଏହି ମୃତ୍ୟୁହାର କମି କମି ଆସୁଛି। ଯେଉଁ ୩୮ ଜଣ ଶିଶୁ ଜନ୍ମ ହେବାର ଗୋଟେ ବର୍ଷ ମଧ୍ୟରେ ମୃତ୍ୟୁମୁଖରେ ପଡ଼ୁଛନ୍ତି, ସେମାନେ ସଂକ୍ରମଣ ଜନିତ ରୋଗରେ ପଡ଼ି ମୃତ୍ୟୁରେ ପଡ଼ୁଛନ୍ତି।

ଡାଇରିଆ, ନିମୋନିଆ, ପୋଲିଓ, ଟାଇଫଏଡ୍‌ ରୋଗ ଦ୍ୱାରା ପୂର୍ବରୁ ଶିଶୁଙ୍କର ମୃତ୍ୟୁ ଅଧିକ ହେଉଥିଲା। ହେଲେ ଟିକାକରଣ ପରଠୁ ବିଭିନ୍ନ ସମସ୍ୟାରୁ ମୁକୁଳିପାରୁଛନ୍ତି।

ଜନ୍ମ ବେଳେ ଯେଉଁ ପିଲାଙ୍କର ଓଜନ ୨ କିଲୋଗ୍ରାମ୍‌ରୁ କମ୍‌ ଥାଏ, ସେମାନଙ୍କୁ ଜନ୍ମ ବେଳେ ହେପାଟାଇଟ୍ସ ବି ଟିକା ଦିଆଯାଏ ନାହିଁ।

ଜନ୍ମରୁ କେତେ ବର୍ଷ ଯାଏଁ ଟିକା ନେଇପାରିବେ?

ସାଧାରଣତଃ ୧୦ ବର୍ଷ ବେଳକୁ ପିଲାର ସମସ୍ତ ଟିକାକରଣ ସରିଯାଇଥାଏ।

ସରକାରୀ ସ୍ତରରେ ୫ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କୁ ଟିକାକରଣ କରାଯାଉଛି। କିଛି ଟିକା ୧୦ ବର୍ଷ ବୟସରେ ଦିଆଯାଏ। ଯଦି ଜଣେ ଛୁଆବେଳେ କିଛି ଟିକା ନେଇ ନାହିଁ, ତେବେ ୧୫ ବା ୧୭ ବର୍ଷ ବୟସରେ ସେଇ ଟିକା ନେଇପାରିବେ। ଏହାଛଡ଼ା ୧୦ ବର୍ଷରୁ ୪୫ ବର୍ଷ ପର୍ଯ୍ୟନ୍ତ ଉଭୟ ପୁରୁଷ କିମ୍ବା ମହିଳା ସର୍ଭାଇକାଲ କ୍ୟାନ୍‌ସରରୁ ସୁରକ୍ଷିତ ରହିବା ପାଇଁ ଏକ ଟିକା ନେଇପାରିବେ।

ଅଧିକ ପଢ଼ନ୍ତୁ: ଶିଶୁ ପାଇଁ ମା’ କ୍ଷୀର – ଶ୍ରେଷ୍ଠ ଉପହାର

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ନିର୍ମଳ କୁମାର ମହାକୁଡ଼ଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on Child Vaccination based on the interview with Dr. Nirmal Kumar Mahakud, Pediatrics.