ନବଜାତ ଶିଶୁର ଚର୍ମ ଖୁବ୍ ନରମ ଓ ସମ୍ବେଦନଶୀଳ ଥାଏ। ଜନ୍ମହେବା ପରେ ପରେ ତାକୁ ଥରେ ଭଲ କରି ପରିଷ୍କାର କରିଦିଅନ୍ତୁ। ତାର ମୁହଁ ବେକ, ହାତ, ପାଦ ଓ ଯୌନାଙ୍ଗ ଆଦି ଅପରିଷ୍କାର ଥାଏ। ସାମାନ୍ୟ ଉଷୁମ ପାଣିରେ ତୁଳା ବୁଡାଇ ଏସବୁ ସ୍ଥାନକୁ ପରିଷ୍କାର କରନ୍ତୁ।

new born baby

ଶରୀରର ପ୍ରତ୍ୟେକ ଅଂଶ ପାଇଁ ଅଲଗା ଅଲଗା ତୁଳା ବ୍ୟବହାର କରନ୍ତୁ। କାନ ଓ ନାକ ଭିତର ପରିଷ୍କାର କରିବେ ନାହିଁ। ସେ ସ୍ଥାନଗୁଡିକ ଝିଲ୍ଲୀ ଦ୍ୱାରା ଆବୃତ ହୋଇଥାଏ। ଏହାକୁ ପରିଷ୍କାର କରିବା ଦ୍ୱାରା ଏହା ଶିଶୁ ପାଇଁ କ୍ଷତିକାରକ ହୋଇଥାଏ। ସାବୁନ କିମ୍ବା ଟାଲକମ ପାଉଡର ବ୍ୟବହାର କରିବେ ନାହିଁ। ଶିଶୁର ଚର୍ମ ଖୁବ୍ ସମ୍ବେଦନଶୀଳ ହୋଇଥିବାରୁ ସେ ଏହାକୁ ସହ୍ୟ କରିପାରିବ ନାହିଁ।

ଆଖି ଚାରିପଟ ପରିଷ୍କାର କରିବେ: ତୁଳାକୁ ଉଷୁମ ପାଣିରେ ଭିଜାଇ ଭଲ ଭାବରେ ଚିପୁଡି ଦିଅନ୍ତୁ। ଶିଶୁର ବନ୍ଦ ଆଖିର ଭିତର କୋଣରୁ ବାହାର କୋଣ ଆଡକୁ ଧୀରେ ପୋଛନ୍ତୁ। ଅନ୍ୟ ଏକ ଆଖି ପାଇଁ ଅନ୍ୟ ଏକ ତୁଳା ବ୍ୟବହାର କରନ୍ତୁ। ଫଳରେ କୌଣସି ସଂକ୍ରମଣ ଥିଲେ ତାହା ଏକ ଆଖିରୁ ଅନ୍ୟ ଆଖିକୁ ସଂକ୍ରମଣ ହେବ ନାହିଁ।

baby nail care

ହାତର ପାପୁଲିକୁ ଖୋଲି ପରିଷ୍କାର କରନ୍ତୁ: ଶିଶୁମାନେ ସାଧାରଣତଃ ଦୁଇ ପାପୁଲି ସବୁ ବେଳେ ମୁଠା କରି ରଖିଥାନ୍ତି। ଏହି ବନ୍ଦ ମୁଠାକୁ ଖୋଲି ଓଦା ତୁଳାରେ ତାର ଆଙ୍ଗୁଠି ସନ୍ଦିକୁ ପରିଷ୍କାର କରନ୍ତୁ। ନଖ ଥିଲେ ତାକୁ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ନେଲ କଟରରେ ସାବଧାନତା ସହ କାଟନ୍ତୁ।

ବେକ ସନ୍ଧି ଓ କାଖ ଭିତର ପରିଷ୍କାର କରିବେ: ବେକ ସନ୍ଧି ଓ କାଖରେ ବହୁ ସମୟରେ ମଇଳା ଶୁଖି ରହିଯାଇଥାଏ। ପରିଷ୍କାର କରିବା ବେଳେ ସେ ସବୁଠୁ ସ୍ଥାନକୁ ସଫା କରନ୍ତୁ। ପରିଷ୍କାର କଲା ପରେ ଉଷୁମ ଶୁଖିଲା ତଉଲିଆରେ ଥାଉଡେଇ ସେହି ସ୍ଥାନକୁ ଶୁଖାଇ ଦିଅନ୍ତୁ।

ପାଦକୁ ପରିଷ୍କାର କରିବେ: ଶିଶୁର ପାଦ ଉପର ଓ ତଳ ତଥା ଆଙ୍ଗୁଠି ସନ୍ଧିଗୁଡିକୁ ଭଲ କରି ପୋଛନ୍ତୁ। ଶିଶୁ ଜନ୍ମ ହେବା ପରେ ଥରେ ପରିଷ୍କାର କରିଦିଅନ୍ତୁ। ଏହା ପରେ ୧୫ ଦିନ ଯାଏଁ ତାକୁ ଗାଧୋଇବାର ଆବଶ୍ୟକତା ନାହିଁ। ଏହି ସମୟରେ ଗାଧୋଇଲେ ଶରୀରରେ ତାପ ହୋଇ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ।

ସ୍ୱାସ୍ଥ୍ୟ ପ୍ଲସ୍ ହେଲଥ କ୍ଲବ୍ ଫେସବୁକ୍ ଗ୍ରୁପରେ ଜଏନ କରନ୍ତୁ, ମାଗଣାରେ ଉପାଦେୟ ସ୍ୱାସ୍ଥ୍ୟ ସୂଚନା ଓ ପରାମର୍ଶ ଲାଭ କରନ୍ତୁ ଏବଂ ଅନ୍ୟମାନଙ୍କ ସହିତ ଭାବର ଆଦାନପ୍ରଦାନ କରନ୍ତୁ!
www.facebook.com/groups/swasthyaplus