ଅଧିକାଂଶ ଲୋକ ଆମିଷରେ ଚିକେନ ବା ମାଂସ ଖାଇବାକୁ ପସନ୍ଦ କରନ୍ତି। ଉପଯୁକ୍ତ ପରିମାଣରେ ମାଂସ ଖାଇବା ଫଳରେ ଶରୀରକୁ ଅନେକ ଉପକାର ମିଳିଥାଏ।

foodପ୍ରାୟ ଲୋକ ଆମିଷ ବିନା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ। ବିଶେଷ କରି ମାଂସ ବିନା ସେମାନେ ଖାଇବା ଖାଇପାରନ୍ତି ନାହିଁ। ଜାଣି ରଖନ୍ତୁ ଏହି ମାଂସ ଶରୀର ପାଇଁ ବେଶ ଉପାଦେୟ। ଚିକେନ ବା ମାଂସ ଖାଇବା ଫଳରେ ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ ମ କେବଳ ସେତିକି ନୁହେଁ ମାଂସରୁ ଆମ ଶରୀରକୁ ଆବଶ୍ୟକୀୟ ଭିଟାମିନ ମଧ୍ୟ ମିଳିଥାଏ।

ମାଂସ ହେଉଛି ପ୍ରୋଟିନର ସବୁଠାରୁ ଭଲ ଉତ୍ସ। ମାଂସ ଖାଇବା ଶରୀରକୁ ଆବଶ୍ୟକୀୟ ପ୍ରୋଟିନ ମିଳିବା ସହ ଓଜନ ହ୍ରାସ ହୋଇଥାଏ।

ମାଂସରେ ଫସଫରସ ଭରପୂର ହୋଇ ରହିଛି। ଯାହାକି ହାଡ଼ରେ କ୍ୟାଲସିୟମର ଅଭାବ ପୂରଣ କରିଥାଏ। ଖାଦ୍ୟରେ ଚିକେନ ମାଂସ ଖାଇବା ଦ୍ୱାରା ହାଡ଼ ଶକ୍ତ ହୋଇଥାଏ ଏବଂ ଅଷ୍ଟିଓପୋରୋସିସ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।

ଗରମ ଚିକେନ ସୁପ୍ ହେଉଛି ଥଣ୍ଡା ପାଇଁ ସବୁଠାରୁ ଭଲ ଉପଚାର। ଏହା ରୋଗ ପ୍ରତିରୋଧକ ଶକ୍ତିରେ ବୃଦ୍ଧି କରିବା ସହ ଗଳା ଯନ୍ତ୍ରଣାର ଉପଶମ କରିଥାଏ।

ମାଂସରେ ଭଲ ପରିମାଣର ଭିଟାମିନ୍ ବି, ଇ ଏବଂ କେ ରହିଛି ଯାହା ଶରୀରରେ ଆରବିସି ବା ରକ୍ତକଣିକା ଉତ୍ପାଦନକୁ ପ୍ରୋତ୍ସାହିତ କରିଥାଏ। ମାଂସ କଲିଜାରୁ ଶରୀରକୁ ଯଥେଷ୍ଟ ପରିମାଣର ଲୌହ ମିଳିଥାଏ। ଶରୀରରେ ଲୌହର ମାତ୍ରା ଠିକ ରହିବା ଫଳରେ ରକ୍ତହୀନତା ଆଶଙ୍କା ହ୍ରାସ ହୋଇଥାଏ।

foodମାଂସରେ ଥିବା ଭିଟାମିନ ଇ ଏବଂ କେ କେଶ ଝଡ଼ିବା ଏବଂ କେଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଚିକେନ ଖାଇବା ଫଳରେ ନଖ ମଜଭୁତ ରହିବା ସହ ପତଳା ନଖ ଏବଂ ନଖ ଭାଙ୍ଗିବାର ଭୟ ନଥାଏ।

ମାଂସରେ ପ୍ରଚୁର ପରିମାଣରେ ଭିଟାମିନ୍ ବି ରହିଛି ଯାହା ଚିନ୍ତା ଏବଂ ଉଦାସୀନତାକୁ ରୋକିବାରେ ସହାୟକ ହୋଇଥାଏ। ଚିକେନ ଖାଇବା ଫଳରେ ଅଲଜାଇମର ହେବାର ଆଶଙ୍କା ନଥାଏ। ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ଆବଶ୍ୟକ ମାତ୍ରାରେ ଚିକେନ ମାଂସ ଖାଆନ୍ତୁ।

ମଧୁମେହ ରୋଗରେ ଆକ୍ରାନ୍ତ ବ୍ୟକ୍ତି ପାଇଁ ମାଂସ ବେଶ ଲାଭଦାୟକ। ଚିକେନରୁ ମିଳୁଥିବା ପ୍ରୋଟିନ ଟାଇପ ୨ ଡାଇବେଟିସ ରୋଗୀଙ୍କ ଶରୀର ପାଇଁ ଭଲ ହୋଇଥାଏ। ଏହି ରୋଗୀମାନଙ୍କ ନିକଟରେ ବହୁମୂତ୍ର ସମସ୍ୟା ଦେଖାଯାଇଥାଏ। ମାଂସ ଖାଇବା ଫଳରେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

ମାଂସରେ ପ୍ରଚୁର ପରିମାଣରେ ଭିଟାମିନ ବି୩ ଏବଂ ଆଣ୍ଟି-କ୍ୟାନ୍ସର ଗୁଣ ରହିଛି। ତେଣୁ ଉପଯୁକ୍ତ ପରିମାଣର ମାଂସ ଖାଇବା ଫଳରେ କର୍କଟ ରୋଗ ହେବାର ଆଶଙ୍କା ନଥାଏ।