ଗର୍ଭାବସ୍ଥାରେ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ଏହି ସମୟରେ କେଉଁ କେଉଁ ଖାଦ୍ୟ ପାନୀୟ ଖାଇବା ଉଚିତ।

schizophenia during pregnancyବର୍ତ୍ତମାନ ସମୟରେ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟକୁ ନେଇ ବହୁତ ଚିନ୍ତାରେ ରହୁଛନ୍ତି। ଏହାର କାରଣ ହେଉଛି ଖରାପ ଜୀବନଶୈଳୀ ଏବଂ ଖାଦ୍ୟପେୟ। ବିଶେଷ କରି ଗର୍ଭଧାରଣ ସମୟରେ ହେଉଥିବା ସମସ୍ୟା ଆପଣଙ୍କ ଖୁସି ଏବଂ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ପ୍ରସୂତି ଡାକ୍ତର ଏହି ସମୟରେ ସୁସ୍ଥ ଆହାରକୁ ନେଇ ପରାମର୍ଶ ଦେଇଥାନ୍ତି।

ଫଲିକ ଏସିଡଯୁକ୍ତ ଖାଦ୍ୟ ପଦାର୍ଥକୁ ଗର୍ଭବତୀ ମହିଳାମାନେ ଖାଦ୍ୟରେ ସାମିଲ କରିବା ଉଚିତ। ପାଳଙ୍ଗ ଶାଗ, ମେଥି ଶାଗ ଇତ୍ୟାଦି ନିୟମିତ ଖାଆନ୍ତୁ। ଏଥିରେ ଭିଟାମିନ ବି ସହିତ ଫଲିକ ଏସିଡ ବି ରହିଥାଏ। ଯଦ୍ୱାରା ଫର୍ଟିଲିଟିକୁ ଦୃଢ଼ ହୋଇଥାଏ।

ଗର୍ଭଧାରଣ ସମୟରେ ହରମୋନାଲ ଆକ୍ଟିଭିଟି ବା ହରମୋନ କାର୍ଯ୍ୟକଳାପରେ ସୁଧାର ଆଣିବା ପାଇଁ ମ୍ୟାଗ୍ନେସିୟମ ଏବଂ ଭିଟାମିନ ବି ଆବଶ୍ୟକ ହୋଇଥାଏ। ପ୍ରତିଦିନ କୌଣସି ନା କୌଣସି ଭିଟାମିନ ବି କିମ୍ବା ମ୍ୟାଗ୍ନେସିୟମଯୁକ୍ତ ଖାଦ୍ୟ ଖାଆନ୍ତୁ।

ଗର୍ଭଧାରଣ ସମୟରେ ପର୍ଯ୍ୟାପ୍ତ ମାତ୍ରାରେ ଜିଙ୍କ ଥିବା ଖାଦ୍ୟ ଖାଆନ୍ତୁ। ଯଦ୍ୱାରା ଶରୀରକୁ ଆବଶ୍ୟକୀୟ ଭିଟାମିନ ଡି ମିଳିଥାଏ।

foodସବୁଜ ପନିପରିବା ଖାଇବା ଦ୍ୱାରା ଉଭୟ ମା’ ଏବଂ ଶିଶୁ ସୁସ୍ଥ ରହିଥାନ୍ତି। ଏଥିରେ ଥିବା ଆଇରନ, ଫଲିକ ଏସିଡ ଏବଂ ଆଣ୍ଟି ଅକ୍ସିଡାଣ୍ଟ ମହିଳାଙ୍କ ଗର୍ଭଧାରଣ ସମୟରେ ମଧ୍ୟ ସହାୟକ ହୋଇଥାଏ।

ଜଲଦି ଗର୍ଭଧାରଣ କରିବା ପାଇଁ ଏବଂ ଗର୍ଭଧାରଣ ସମୟରେ ସୁସ୍ଥ ରହିବା ପାଇଁ ମହିଳାମାନେ ନିଜର ଖାଦ୍ୟରେ ଡ୍ରାଏ ଫ୍ରୁଟ ଖାଆନ୍ତୁ। ଏଥିରେ ଥିବା ଓମେଗା-୩-ଫ୍ୟାଟି ଏସିଡ ଶରୀରକୁ ନିରୋଗ ଏବଂ ସତେଜ ରଖିଥାଏ।

ଗର୍ଭବତୀ ମହିଳାମାନେ ପ୍ରତିଦିନ କମଳା, ଷ୍ଟ୍ରବେରୀ ଏବଂ ବ୍ଲୁବେରୀ ଭଳି ଫଳ ଖାଆନ୍ତୁ। ଏଥିରେ ଥିବା ଭିଟାମିନ ସି ଶରୀରକୁ ସୁସ୍ଥ ରଖିଥାଏ।

ନିଜ ଖାଦ୍ୟରେ ଗହମ ରୁଟି, ବ୍ରାଉନ ରାଇସ ଏବଂ ବିନ୍ସ ଜରୁରୀ ଭାବେ ସାମିଲ କରନ୍ତୁ। ଏହା ପାଚନ ତନ୍ତ୍ରକୁ ମଜଭୁତ କରିବା ସହିତ ଫର୍ଟିଲିଟିକୁ ବଢ଼ାଇଥାଏ।