ଅଫିସରେ ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ ବସି କାମ କରିବା ହେତୁ ଆଖି ଯନ୍ତ୍ରଣା ହୋଇଥାଏ। ଆସନ୍ତୁ ଜାଣିବା ଏପରି ସ୍ଥଳେ ଆଖି ଯନ୍ତ୍ରଣାରୁ କିପରି ମୁକ୍ତି ପାଇବା।

eye problemଆଜିକାଲି କମ୍ପ୍ୟୁଟର, ମୋବାଇଲ ଏବଂ ଇଲୋକ୍ଟ୍ରନିକସ ଜିନିଷ ଆମ ଜୀବନର ଏକ ମୁଖ୍ୟ ଅଂଶ ପାଲଟିଛି। ଘରେ ଅଫିସ ସବୁ ସ୍ଥାନରେ କାମ କରିବା ପାଇଁ କମ୍ପ୍ୟୁଟର ଏବଂ ଏବଂ ଲାପଟପ ବ୍ୟବହାର କରୁଛନ୍ତି। କିନ୍ତୁ ଅନେକ ସମୟ ଅଫିସରେ କମ୍ପ୍ୟୁଟର ବ୍ୟବହାର କରିବା ଯୋଗୁଁ ଆଖିରେ କଷ୍ଟ ଅନୁଭବ ହୋଇଥାଏ।

ଅତ୍ୟଧିକ ସମୟ ଅଫିସରେ କମ୍ପ୍ୟୁଟର ଦେଖିବା ଫଳରେ ଆଖି ଉପରେ ଚାପ ପଡ଼ିଥାଏ ଏବଂ ଯନ୍ତ୍ରଣା ହୋଇଥାଏ। ଆଖି କୁଣ୍ଡେଇ ହେବା, ଲାଲ ଦେଖାଯିବା, ଶୁଖିଲା ଦେଖାଯିବା ଏବଂ ଝାପ୍ସା ଦେଖାଯିବା ଭଳି ମନେ ହୁଏ।

ପ୍ରତି ୧୫ରୁ ୩୦ ମିନିଟରେ ଆଖିକୁ ବ୍ରେକ ଦିଅନ୍ତୁ। କହିବାକୁ ଗଲେ ପ୍ରତି ଅଧଘଣ୍ଟାରେ କମ୍ପ୍ୟୁଟରଠାରୁ ଦୂରେଇ ଅନ୍ୟ ଆଡ଼କୁ ଦେଖନ୍ତୁ। ଆଖିଠାରୁ କିଛି ଦୂରତାରେ ଥିବା କୌଣସି ବସ୍ତୁକୁ ୨୦ରୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଦେଖନ୍ତୁ। ଏହା ଫଳରେ ଆଖିକୁ ଆରାମ ମିଳିଥାଏ।

ଆଖିକୁ ଗୋଲାକାର ଆକାର ଭଳି ଅଳ୍ପ ସମୟ ବୁଲାନ୍ତୁ ଏବଂ ଅତି କମରେ ୧ମିନିଟ ବନ୍ଦ କରି ରଖନ୍ତୁ।

ପ୍ରତି ୫ ସେକେଣ୍ଡରେ ଆଖିର ପଲକ ପକାନ୍ତୁ।

ଅଧିକ ଯନ୍ତ୍ରଣା ହେତୁ କେହି କେହି ପେନ କିମ୍ବା ପେନସିଲ ଆଖି ଉପରେ ଚାପି ରଖନ୍ତି। ଏପରି କରିବା ଫଳରେ ସଙ୍ଗେ ସଙ୍ଗେ ଆରାମ ମିଳିଥାଏ ସତ କିନ୍ତୁ ଏହା ଦ୍ୱାରା ଆଖି ଖରାପ ହେବାର ଆଶଙ୍କା ଥାଏ ମ

ଅତି କମରେ ଗୋଟିଏ ହାତ ଦୂରତାରେ ବା ୧୬-୧୮ ଇଞ୍ଚ ଦୂରତାରେ ନିଜର କମ୍ପ୍ୟୁଟର କିମ୍ବା ଫୋନ ରଖନ୍ତୁ।

eye problem

ନିଜର କମ୍ପ୍ୟୁଟର ବା ଫୋନରେ ବଡ଼ ସାଇଜର ଅକ୍ଷର ବା ଫଣ୍ଟ ବ୍ୟବହାର କରନ୍ତୁ ଏବଂ କମ୍ପୁଟର ସ୍କ୍ରିନରେ ଆପଣଙ୍କ ଆବଶ୍ୟକ ଅନୁଯାୟୀ ଲାଇଟ ରଖନ୍ତୁ। କାରଣ କମ୍ପ୍ୟୁଟର ସ୍କ୍ରିନରେ ଅଧିକ କିମ୍ବା କମ ଲାଇଟ ରହିଲେ ଆଖି ଉପରେ ଚାପ ପଡ଼ିଥାଏ।

ଆଖି ଅଧିକ ସମୟ କଷ୍ଟ ହେଉଥିଲେ କମ୍ପ୍ୟୁଟର ସମ୍ନାରୁ ଉଠି ବାହାରେ କିଛି ସମୟ ବୁଲାବୁଲି କରନ୍ତୁ।

କମ୍ପ୍ୟୁଟର ବ୍ୟବହାର କରୁଥିବା ସମୟରେ ଆବଶ୍ୟକୀୟ ସାମଗ୍ରୀ ନିଜ ପାଖାପାଖି ରଖନ୍ତୁ। ଏହା ଫଳରେ ଆପଣଙ୍କୁ ବାରମ୍ବାର ଏପଟ ସେପଟ ଅନେଇବା ଆବଶ୍ୟକ ନାହିଁ।

କମ୍ପ୍ୟୁଟର ଥିବା ଡେସ୍କରେ ଟେବୁଲ ଲ୍ୟାମ୍ପ ବ୍ୟବହାର କରନ୍ତୁ। ଅଧିକ ରାତି ପର୍ଯ୍ୟନ୍ତ ଅଫିସରେ କାମ କରିବା ସମୟରେ ଆପଣ ଏହାର ବ୍ୟବହାର କରିପାରିବେ।

ଆପଣଙ୍କ ବସିବା ସ୍ଥିତି ଠିକ ରଖନ୍ତୁ। ବଙ୍କା ଭାବରେ ବସିବା ଯୋଗୁଁ କମ୍ପ୍ୟୁଟର ଠିକ ଭାବେ ଦେଖାଯାଇନଥାଏ। ଫଳରେ ଆଖି ଉପରେ ପ୍ରଭାବ ପଡ଼ି ଆଖି ଯନ୍ତ୍ରଣା ହୋଇଥାଏ।

mental stressଫୋନ କିମ୍ବା କମ୍ପ୍ୟୁଟରରେ ବ୍ଲୁ-ଲାଇଟ ବା Eye care ମୋଡ ଖୋଲା ରଖନ୍ତୁ। କମ୍ପ୍ୟୁଟର ସ୍କ୍ରିନରୁ ଆସୁଥିବା ନୀଳ ରଶ୍ମି ଆମ ଆଖିର ରେଟିନାକୁ ଧୀରେ ଧୀରେ ନଷ୍ଟ କରିଦେଇଥାଏ।

ମୁଣ୍ଡ ବିନ୍ଧୁଥିବା ସମୟରେ କମ୍ପ୍ୟୁଟର କିମ୍ବା ଫୋନ ବ୍ୟବହାର କରନ୍ତୁ ନାହିଁ।

ପ୍ରଚୁର ପରିମାଣରେ ପାଣି ପିଅନ୍ତୁ।

ଭିଟାମିନ ସି, ଭିଟାମିନ ଏ, ଜିଙ୍କ, ଓମେଗା ଥ୍ରୀଯୁକ୍ତ ଖାଦ୍ୟ ଖାଆନ୍ତୁ। ଏହା ଆପଣଙ୍କ ଆଖିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ଅଫିସରେ କାମ କରୁଥିବା ବ୍ୟକ୍ତି ବର୍ଷକୁ ଥରେ ଆଖି ଡାକ୍ତରଙ୍କ ସହ ପରାମର୍ଶ କରି ଆଖି ପରୀକ୍ଷା କରାଇ ନିଅନ୍ତୁ।

ଆଖି ଅଧିକ ଯନ୍ତ୍ରଣା ହେଉଥିଲେ ଆଖି ଡାକ୍ତରଙ୍କ ସହ ପରାମର୍ଶ କରାଇ ନେବା ଭଲ।