ଠିକ ଭାବରେ ପାଣି ନ ପିଇବା ଯୋଗୁଁ ଅନେକ ସମସ୍ୟା ଦେଖାଦେଇଥାଏ। ତେଣୁ ପାଣି ପିଇବା ସମୟରେ ଏସବୁ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ।

drinking waterପାଣି ବିନା ଜୀବନ ଅସମ୍ଭବ। ଶରୀରକୁ ସୁସ୍ଥ ଏବଂ ନିରୋଗ ରଖିବା ପାଇଁ ପାଣିର ଆବଶ୍ୟକ ରହିଛି। ଏଥିପାଇଁ ଡାକ୍ତରମାନେ ପ୍ରଚୁର ପାଣି ପିଇବା ପାଇଁ ପରାମର୍ଶ ଦେଇଥାନ୍ତି। କିନ୍ତୁ ପାଣି ପିଇବା ସମୟରେ ଅଧିକାଂଶ ଲୋକ ଭୁଲ ଭାବେ ପାଣି ପିଇଥାନ୍ତି। ଯଦ୍ୱାରା ଅନେକ ସମସ୍ୟା ଦେଖାଦେଇଥାଏ।

ଠିଆ ହୋଇ ପାଣି ପିଅନ୍ତୁ ନାହିଁ

ଠିଆ ହୋଇ ପାଣି ପିଇବା ଉଚିତ ନୁହେଁ। ଠିଆ ହୋଇ ପାଣି ପିଇବା ଫଳରେ ପାଣିରୁ ମିଳୁଥିବା ଆବଶ୍ୟକୀୟ ପୋଷକ ତତ୍ୱ ମିଳିପାରେ ନାହିଁ। ପାଣିରେ ଥିବା ପୋଷକ ତତ୍ୱ ପେଟର ତଳ ଭାଗକୁ ଚାଲିଯାଇଥାଏ। ଠିଆ ହୋଇ ପାଣି ପିଇଲେ ଆପଣଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ପାରେ।

ଶୀଘ୍ର ପାଣି ପିଅନ୍ତୁ ନାହିଁ

ଅନେକ ସମୟରେ ସାଙ୍ଗସାଥୀଙ୍କ କଥାରେ ପଡ଼ି କିମ୍ବା ବ୍ୟସ୍ତତା ହେତୁ ଆମେ ଜଲଦି ଜଲଦି ପାଣି ପିଇଥାଉ। ପାଣିକୁ ଏକା ନିଶ୍ୱାସରେ ପିଇବା ଠିକ ନୁହେଁ। ଏପରି ପାଣି ପିଇବା ଫଳରେ ପାଣିରେ ଥିବା କ୍ଷତିକାରକ ଧାତୁ କିଡନି ଏବଂ ମୂତ୍ରାଶୟରେ ଜମା ହୋଇଥାଏ। ଯାହାକି ପରବର୍ତ୍ତୀ ସମୟରେ କିଡନି ଷ୍ଟୋନ ଏବଂ ଟ୍ୟୁମରର କାରଣ ହୋଇଥାଏ। ଧିରେ ଧିରେ ପାଣି ପିଇବା ଯୋଗୁଁ ପାଚନ ତନ୍ତ୍ର ମଜଭୁତ ହୋଇଥାଏ।

drinking waterଭୋଜନର ଠିକ ପୂର୍ବରୁ କିମ୍ବା ପରେ ପାଣି ପିଅନ୍ତୁ ନାହିଁ

ଖାଇବା ପୂର୍ବରୁ ପାଣି ପିଇବା ଫଳରେ ଭୋକ ନଷ୍ଟ ହୋଇଯାଏ ଏବଂ ଅଧିକ ଖାଦ୍ୟ ଖାଇହୁଏ ନାହିଁ। ଭୋକ ଲାଗୁଥିବା ସମୟରେ ପାଣି ପିଇବା ସକାଶେ ପେଟ ଫୁଲ ଥିବା ପରି ମନେ ହୁଏ ଏବଂ ସଠିକ ନ ଖାଇବା ଶରୀରକୁ ହେତୁ ପର୍ଯ୍ୟାପ୍ତ ପୋଷକ ମିଳିପାରେ ନାହିଁ। ତେଣୁ ଖାଇବା ପୂର୍ବରୁ ପାଣି ପିଅନ୍ତୁ ନାହିଁ। ଖାଦ୍ୟ ଖାଇବା ପରେ ଆପଣ ପାଣି ପିଇଲେ ଖାଦ୍ୟ ଠିକ ଭାବେ ହଜମ ହୋଇପାରେ ନାହିଁ। ଅନେକ ସମୟରେ ବାନ୍ତି ମଧ୍ୟ ହୋଇଥାଏ।

ବହୁତ ପାଣି ପିଇବା ଅନୁଚିତ

ଶରୀର ସୁସ୍ଥ ରହିବା ପାଇଁ ପାଣି ପିଇବା ଉଚିତ। କିନ୍ତୁ ଅଧିକ ପାଣି ପିଇବା ଭଲ ନୁହେଁ। ଅଧିକ ପାଣି ପିଇବା ଦ୍ୱାରା ହାଇପୋନାଟ୍ରେମିଆ ବା ଓ୍ଵାଟର ଇନଟକ୍ସିକେସନ ହୋଇଥାଏ। ଅଧିକ ପାଣି ପିଇବା ଫଳରେ ଶରୀରରେ ସୋଡିୟମ୍ ସ୍ତର ବହୁତ କମ ହୋଇଯାଇଥାଏ। ଯଦ୍ୱାରା ମସ୍ତିଷ୍କରେ ଯନ୍ତ୍ରଣା ମଧ୍ୟ ହୋଇଥାଏ।

ଓ୍ଵାର୍କଆଉଟ ପୂର୍ବରୁ କିମ୍ବା ପରେ ପାଣି ପିଅନ୍ତୁ ନାହିଁ

ଅନେକ ଲୋକ ୱର୍କଆଉଟ ପୂର୍ବରୁ ଏବଂ ପରେ ପାଣି ପିଇଥାନ୍ତି। ଏପରି କରନ୍ତୁ ନାହିଁ। ଏଥିଯୋଗୁଁ ମୁଣ୍ଡବିନ୍ଧା ହୋଇଥାଏ। ଓ୍ଵାର୍କଆଉଟ କରିବାର ଅଧଘଣ୍ଟା ପୂର୍ବରୁ ଅତିକମରେ ୨୫୦ ମିଲି ପାଣି ପିଇବା ଉଚିତ। ଓ୍ଵାର୍କଆଉଟ ମଝିରେ ଆପଣ ପାଣି ପିଇ ପାରିବେ।