ପ୍ରତିଦିନ ଉଷୁମ ପାଣି ସହ ଲେମ୍ବୁରସ ମିଶାଇ ପିଇଲେ ଶରୀର ପାଇଁ ବେଶ୍ଲାଭଦାୟକ ହୋଇଥାଏ

lemon and honey mix

ପ୍ରାୟ ସମସ୍ତଙ୍କର ସକାଳୁ ଉଠିବା ପରେ ଚା’ କିମ୍ବା କଫି ପିଇବାର ଅଭ୍ୟାସ ରହିଛି। କିନ୍ତୁ ଏହା ବଦଳରେ ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ପିଇବା ଶରୀର ପକ୍ଷେ ଲାଭଦାୟକ ହୋଇଥାଏ।

ସକାଳ ସମୟରେ ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ପିଇବା ଫଳରେ ହଜମ ଶକ୍ତି ବୃଦ୍ଧି ହୋଇଥାଏ। ଆମେ ଖାଉଥିବା ଖାଦ୍ୟ ସଠିକ ଭାବେ ହଜମ କରିବାରେ ଏହି ମିଶ୍ରଣ ସାହାଯ୍ୟ କରିଥାଏ।

ଉଷୁମ ଲେମ୍ବୁ ପାଣିରେ ଭିଟାମିନ ସି ଏବଂ ଆଇରନ ରହିଥାଏ। ନିୟମିତ ଏହି ପାଣି ପିଇବା ଫଳରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ଥଣ୍ଡା ଏବଂ ଜ୍ୱର ହେବାର ଆଶଙ୍କା ନଥାଏ।

ଏହି ପାଣିରେ ଥିବା ପୋଟାସିୟମ ଶରୀରର ହୃତପିଣ୍ଡକୁ ସୁସ୍ଥ ରଖିବା ସହ ମାଂସପେଶୀ ଶକ୍ତ କରାଇଥାଏ।

ପ୍ରତିଦିନ ସକାଳୁ ଉଷୁମ ପାଣିରେ ଲେମ୍ବୁରସ ମିଶାଇ ପିଇବା ଫଳରେ ପାଚନ କ୍ରିୟା ମଜଭୁତ ହୋଇଥାଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ।

ଏହି ପାଣି ଶରୀରର ମେଟାବଲିଜିମ ବଢ଼ାଇବା ସହ ଫ୍ୟାଟ ନଷ୍ଟ କରାଇଥାଏ। ଶରୀରରୁ ଅନାବଶ୍ୟକ ଫ୍ୟାଟ ନଷ୍ଟ ହୋଇଯିବା ଫଳରେ ଓଜନ ଉପରେ ନିୟନ୍ତ୍ରଣ ଆସିଥାଏ।

ଉଷୁମ ପାଣିରେ ଲେମ୍ବୁରସ ମିଶାଇ ପିଇଲେ କିଡ୍‌ନି ଷ୍ଟୋନ ହେବାର ଆଶଙ୍କା ନଥାଏ।

ଭିଟାମିନ୍‌ ସିରେ ଭରପୂର ଥିବା ଲେମ୍ବୁ ତ୍ୱଚା ଲାଗି ବେଶ୍‌ ଭଲ।  ତ୍ୱଚା ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର କରିବାରେ ଏହି ପାଣି ସାହାଯ୍ୟ କରିଥାଏ।