ମୁଣ୍ଡ ତଳେ ତକିଆ ରଖି ଶୋଇବା ଫଳରେ ଅନେକ ସମସ୍ୟା ଦେଖାଦେଇଥାଏ। 

sleep

ଅଧିକାଂଶ ଲୋକ ମୁଣ୍ଡ ତଳେ ତକିଆ ଦେଇ ଶୋଇବାକୁ ପସନ୍ଦ କରନ୍ତି। ତକିଆ ମୁଣ୍ଡ ତଳେ ନ ଦେଲେ ସେମାନଙ୍କୁ ନିଦ ଦୁଏ ନାହିଁ। ହେଲେ ମୁଣ୍ଡ ତଳେ ମୋଟା, ଉଚ୍ଚା ଓ ଅଧିକ ତକିଆ ଦେଇ ଶୋଇଲେ ପିଠି ବିନ୍ଧା, ବେକ ବିନ୍ଧା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଅବଶ୍ୟ ମୁଣ୍ଡ ତଳେ ତକିଆ ଦେବାର ଅଭ୍ୟାସ ସହଜରେ ଛାଡ଼ିବା କଷ୍ଟକର ହୋଇପଡ଼େ। କିନ୍ତୁ ଏହି ଅଭ୍ୟାସ ଆପଣଙ୍କୁ ଅନେକ ଫାଇଦା ଦେଇଥାଏ।

ବିନା ତକିଆରେ ଶୋଇବା ଫଳରେ ମୁହଁରେ ବ୍ରଣ ହୋଇ ନଥାଏ। ଏହାଛଡ଼ା ବୟସର ପ୍ରଭାବ ଚେହେରା ଉପରେ ପଡ଼ି ନଥାଏ। କହିବାକୁ ଗଲେ ବ୍ୟକ୍ତିର ତ୍ୱଚାରେ ଚମକ ବଜାୟ ରହେ

ଯେଉଁମାନେ ତକିଆରେ ମୁଣ୍ଡ ରଖି ଶୁଅନ୍ତି ନାହିଁ ସେମାନଙ୍କୁ ଭଲ ନିଦ ହୋଇଥାଏ

ମୁଣ୍ଡ ତଳେ ତକିଆ ରଖି ଶୋଇବା ଯୋଗୁଁ ବେକରେ ଯନ୍ତ୍ରଣା ଅନୁଭୂତ ହୋଇ ନଥାଏ। ଖାଲି ସେତିକି ନୁହେଁ ପିଠିରେ ମଧ୍ୟ ଯନ୍ତ୍ରଣା ହୁଏ ନାହିଁ। କାରଣ ବିନା ତକିଆରେ ଶୋଇଲେ ଆମର ବେକ ସିଧା ହୋଇ ରହିଥାଏ। ଏହାଫଳରେ ପିଠିରେ କଷ୍ଟ ଅନୁଭୂତ ହୁଏ ନାହିଁ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ତକିଆରେ ମୁଣ୍ଡ ଦେଇ ଶୋଇଲେ ଆମ ହାଡ଼ ସିଧା ହୋଇ ରହିଥାଏ। ମେରୁଦଣ୍ଡ ଜନିତ ସମସ୍ୟା ହେବାର ଆଶଙ୍କା ଥାଏ

ନିଦ୍ରାହୀନତା ସମସ୍ୟା ଥିଲେ ବିନା ତକିଆରେ ଶୁଅନ୍ତୁ।

ତକିଆ ଖୋଳ କିମ୍ବା ତକିଆ ଅଧିକ ଦିନ ପର୍ଯ୍ୟନ୍ତ ସଫା କରାଗଲେ ବିଭିନ୍ନ ଆଲର୍ଜି ହେବାର ଆଶଙ୍କା ରହିଛି। ବାରମ୍ବାର ସେହି ତକିଆରେ ଶୋଇବା ଫଳରେ ବ୍ୟକ୍ତି ଅନେକ ତ୍ୱଚା ସମ୍ବନ୍ଧୀୟ ସମସ୍ୟାରେ ପଡ଼ିପାରେ

sleep

ବିନା ତକିଆରେ ଶୋଇବା ଫଳରେ ଫ୍ଲାଟ ହେଡ୍‌ ସିଣ୍ଡ୍ରୋମ ହେବାର ଭୟ ନଥାଏ ତେଣୁ ଯେତେ ସମ୍ଭବ ତକିଆଠାରୁ ନିଜକୁ ଦୂରରେ ରଖନ୍ତୁ

ପିଲାମାନଙ୍କୁ ବିନା ତକିଆରେ ଶୋଇବାର ଅଭ୍ୟାସ କରାନ୍ତୁ।

ଭଲ ନିଦରେ ଶୋଇବା ଫଳରେ ଶରୀରରେ ମେଲାଟୋନିନ ଏବଂ କର୍ଟିସୋଲ କ୍ଷରିତ ହୋଇଥାଏ। କର୍ଟିସୋଲ କ୍ୟାନ୍ସର କୋଷ ନଷ୍ଟ କରିବାରେ ସାହାଯ୍ୟ କରିଥାଏ। ତେଣୁ ଭଲ ନିଦ ପାଇଁ ବିନା ତକିଆରେ ଶୋଇବା ଅଭ୍ୟାସ କରନ୍ତୁ