ଶିଶୁ ଜନ୍ମ ହେବାର ୧୨ରୁ ୧୫ ମାସ ମଧ୍ୟରେ କଥା କହିବା ଆରମ୍ଭ କରେ। ଅନେକ ସମୟରେ ପିଲାମାନେ ବିଳମ୍ବରେ କଥା କହନ୍ତି। ଏହାର କାରଣ ଏବଂ ନିରାକରଣ ବିଷୟରେ ସାଇକୋଲୋଜିଷ୍ଟ ସମ୍ବିତ ନନ୍ଦ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (speech and language delay of child in odia)

ପିଲାମାନଙ୍କ ବିଳମ୍ବରେ କଥା କହିବା ନେଇ ଅଧିକାଂଶ ବାପାମା’ ବ୍ୟସ୍ତ ହୋଇପଡ଼ନ୍ତି। ଏହା କୌଣସି ରୋଗ ନୁହେଁ, ଏହାକୁ ଏକ ପ୍ରକାର ସମସ୍ୟା କୁହାଯାଇପାରେ। ପିଲାମାନେ ସାଧାରଣତଃ ଜନ୍ମର ୧୨ ମାସରୁ କଥା କହିବା ଆରମ୍ଭ କରନ୍ତି। ଏହି ସମୟରୁ ଅଧିକ ବିଳମ୍ବ ହୋଇଗଲେ ଶିଶୁର କଥା କହିବା ନେଇ ସନ୍ଦେହ ସୃଷ୍ଟି ହୋଇଥାଏ।

ପିଲାଟି ଜନ୍ମ ହେବାର ୧୨ରୁ ୧୫ ମାସ ଗୋଟିଏ ଶବ୍ଦ କହିବା ଆରମ୍ଭ କରେ। ୧୫ ମାସରୁ ୧୮ ମାସ ମଧ୍ୟରେ ଦୁଇଟିକିଆ ଶବ୍ଦ (ପାଣି ଦେ, ମୁଁ ଖାଇବି) ଭଳି କଥା କହିପାରେ। ସାଧାରଣ ଶିଶୁ ୧୮ ମାସ ବେଳକୁ ତିନୋଟି ଲେଖାଁଏ ଶବ୍ଦ ଏକାସାଙ୍ଗରେ କହିପାରେ। ଜନ୍ମର ଦେଢ ବର୍ଷ ପର୍ଯ୍ୟନ୍ତ ଶିଶୁ କୌଣସି କଥା ନ କହି କେବଳ ଇଙ୍ଗିତ କରେ, ସେହି ଅବସ୍ଥାକୁ ଡିଲେ ଲାଙ୍ଗୁଏଜ ବା କଥା କହିବାରେ ବିଳମ୍ବତା ବୋଲି କହିଥାଉ।

କାରଣ  (Causes of speech delay in Odia)

ଜନ୍ମ ସମୟରେ ପିଲାମାନଙ୍କ ପାଖରେ ଓଟିଜିମୋ ସ୍ପେକ୍ଟ୍ରମ ରୋଗ ଦେଖାଯାଉଛି। ଏହି ରୋଗଗ୍ରସ୍ତ ଶିଶୁମାନେ ୨ବର୍ଷ ପର୍ଯ୍ୟନ୍ତ କଥା କହିପାରନ୍ତି ନାହିଁ। ଏହି ରୋଗରେ ଆକ୍ରାନ୍ତ ପିଲାମାନେ ସାଧାରଣ ପିଲାଙ୍କ ପରି ବ୍ୟବହାର କରିଥାଆନ୍ତି ଏବଂ ଖାଇବା, ପିଇବା ଏବଂ ଅନ୍ୟାନ୍ୟ କାମରେ ମଧ୍ୟ ସଠିକ ପ୍ରତିକ୍ରିୟା ଦେଇପାରନ୍ତି।

ଶିଶୁମାନେ ସବୁକାମ କଥା ନ ହୋଇ ଇଙ୍ଗିତ ସାହାଯ୍ୟରେ କରିଥାଆନ୍ତି। ଘରେ ମା’ମାନେ ପିଲାମାନଙ୍କୁ ଚୁପ କରେଇବା ପାଇଁ ହାତରେ ମୋବାଇଲ ଧରାଇ ଦିଅନ୍ତି। ଅନେକ କ୍ଷେତ୍ରରେ ବାପାମା’ ଚାକିରି କରୁଥିବା କାରଣରୁ ପିଲାର ଦେଖାଶୁଣା ପାଇଁ ଆୟା ରଖିଦିଅନ୍ତି। ଆୟାମାନେ ନିଜ କାମରେ ବ୍ୟସ୍ତତା ଯୋଗୁଁ ପିଲାଙ୍କ ସହ କଥା ହୋଇପାରନ୍ତି ନାହିଁ।

ଛୁଆମାନେ ଅଧିକ ସମୟ ମୋବାଇଲ ଧରିବା ହେତୁ ଟିଭି ମୋବାଇଲରେ ଆସୁଥିବା ଟିତ୍ରକୁ ଉପଭୋଗ କରନ୍ତି। ଯାହା ଫଳରେ ପିଲା କଥା ନ ହେବା ଯୋଗୁଁ ଭାଷା ବାବଦରେ ଅଧିକ କିଛି ଜାଣିପାରିନଥାଏ। ଅଧିକ ସମୟ ଟିଭି ଦେଖିବା ଫଳରେ ଶିଶୁଟି କାହା ସହ କଥା ହୋଇପାରେ ନାହିଁ। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବଦଳି ହେବା କାରଣରୁ ଶିଶୁଟି ନୂଆ ଜାଗାର ଭାଷା ଶିଖିବାକୁ ଡେରି କରେ। ଛୋଟ ବୟସରୁ ସ୍କୁଲରେ ବିଭିନ୍ନ ଭାଷା ଶୁଣେ ଏବଂ ଏକ ନିର୍ଦ୍ଦିଷ୍ଟ ଭାଷାରେ କଥା କହିବା ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି।

ଚିକିତ୍ସା (Treatment of speech delay in Odia)

ଯେଉଁ ପିଲାମାନେ ୨ ବର୍ଷ ପର୍ଯ୍ୟନ୍ତ କଥା କହିପାରୁନାହାନ୍ତି ସେମାନଙ୍କୁ ପ୍ଲେ ସ୍କୁଲ ପଠାଇପାରିବା।

ସ୍ପିଚ ଥେରାପିଷ୍ଟ କିମ୍ବା ସାଇକୋଲୋଜିଷ୍ଚଟଙ୍କ ସହ ପରାମର୍ଶ କରି ଚିକିତ୍ସା କରାଇପାରିବେ।

ବିଭିନ୍ନ ପରୀକ୍ଷା ମାଧ୍ୟମରେ ଛୁଆ କେତେ ଦିନ କଥା କହିବାରେ ବିଳମ୍ବ କରୁଛି, ସେ ବାବଦରେ ଜାଣିହେବ।

ଆବଶ୍ୟକସ୍ଥଳେ କଥା କହିବା ପାଇଁ ତାଲିମ ମଧ୍ୟ ଦିଆଯାଉଛି।

ଚିକିତ୍ସା ପଦ୍ଧତି (Treatment procedure of speech delay in Odia)

ଡେନଭରସ ଡେଭଲପମେଣ୍ଟ ସ୍କ୍ରିନିଂ ମାଧ୍ୟମରେ ଶିଶୁର କଥା ଶୈଳୀ, ଆଖିର ସ୍ଥିତିର ପରୀକ୍ଷା କରାଯାଏ। ଏଥିରେ ବୋତଲ ଠିପି ବନ୍ଦ କରି ପାରୁଛି କି ନାହିଁ ଏବଂ ସିଧା ଗାର ପକାଇପାରୁଛି କି ନାହିଁ ଭଳି ଅନ୍ୟାନ୍ୟ ପରିକ୍ଷା କରାଯାଏ। ଶିଶୁଟି ଭାଷାକୁ କେତେ ମାତ୍ରାରେ ବୁଝିପାରୁଛି ସେ ନେଇ ବିଭିନ୍ନ ଟେଷ୍ଟ ଦ୍ୱାରା ଜାଣିହେଉଛି।

ନିରାକରଣ (prevention of speech delay in Odia)

ଜନ୍ମର ଦେଢ଼ ବର୍ଷ ପର୍ଯ୍ୟନ୍ତ ଶିଶୁର କାର୍ୟ୍ୟକଳାପକୁ ଧ୍ୟାନ ଦିଅନ୍ତୁ।

ଘରେ ଅଧିକ ସମୟ ପିଲାମାନଙ୍କ ସହ କଟାନ୍ତୁ।

ଖାଇବା ସମୟରେ କିମ୍ବା ଫାଙ୍କା ସମୟରେ ଶିଶୁମାନଙ୍କୁ କାହାଣୀ କହନ୍ତୁ।

ପ୍ରତ୍ୟେକ କାମ କରିବା ସମୟରେ ସେହି କାମ ବାବଦରେ ଛୁଆଙ୍କୁ କହନ୍ତୁ।

କାମ କରିବା ସହ କଥା କହିବା ଫଳରେ ଶିଶୁ ଉକ୍ତ ଜିନିଷ ବିଷୟରେ ଜାଣିପାରେ।

ପିଲାଙ୍କୁ ମୋବାଇଲ ଏବଂ ଟିଭିରୁ ଦୂରେଇ ରଖନ୍ତୁ।

ମା’ମାନେ ଛୁଆଙ୍କ ସହ କାଳ୍ପନିକ ଖେଳ ଖେଳିବା ଦରକାର।

ଅନ୍ୟ ପିଲାଙ୍କ ସହ ମିଶିବାକୁ ସୁଯୋଗ ଦିଅନ୍ତୁ।

୨ ବର୍ଷ ପରେ କୌଣସି ସୁଫଳ ନ ମିଳିପାରିଲେ ଶିଶୁ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ  ଡାକ୍ତର ସମ୍ବିତ ନନ୍ଦଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on speech delay in children based on the interview with Dr. Sambit Nanda, Psychologist.