କିପରି ନେବେ ଆଖିର ଯତ୍ନ? ଏନେଇ ଚକ୍ଷୁ ବିଶେଷଜ୍ଞ ଡାକ୍ତର ସଂଘମିତ୍ରା ଦାଶ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (Eye care in Odia)

ଆଖି ଆମ ଶରୀରର ଏକ ମୁଖ୍ୟ ଅଙ୍ଗ। ସକାଳେ ଉଠିଲେ ଆଖିର କାମ ଆରମ୍ଭ ହୋଇଯାଏ। ଦିନ ତମାମର କାର୍ଯ୍ୟ କରିବା ପାଇଁ ଆଖି ଉପରେ ନିର୍ଭର କରିବାକୁ ପଡ଼ିଥାଏ। ତେଣୁ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ଭଳି ଆଖିର ଯତ୍ନ ନେବା ଜରୁରୀ।

ଆଖିକୁ କେମିତି ରଖିବେ ସୁରକ୍ଷିତ? (How to keep your Eye safe in Odia)

ବର୍ତ୍ତମାନ ରାସ୍ତା ଦୁର୍ଘଟଣା ଅଧିକ ମାତ୍ରାରେ ବଢ଼ିଯାଇଛି। ଆଖିରେ ସାମାନ୍ୟ ଆଘାତ ଲାଗିବା ମାତ୍ରକେ ଆଖି ନଷ୍ଟ ହେବାର ସମ୍ଭାବନା ଅଧିକ ଥାଏ। ତେଣୁ ଗାଡ଼ି ଚଳାଇବା ସମୟରେ ହେଲମେଟ ପିନ୍ଧି ଗାଡ଼ି ଚଲେଇବା ଉଚିତ।

ଆଖି ଏକ ସମ୍ବେଦନଶୀଳ ଅଙ୍ଗ ହୋଇଥିବା କାରଣରୁ ଶୀଘ୍ର ସଂକ୍ରମଣ ହେବାର ଆଶଙ୍କା ରହିଛି।। ଆଖିରେ କୌଣସି ଦୂଷିତ ପାଣି କିମ୍ବା ଔଷଧ ପକାଇବା ଦ୍ଵାରା ଆଖି ସଂକ୍ରମିତ ହୋଇ ଖରାପ ହେବାର ଆଶଙ୍କା ରହିଛି।

ଫାଷ୍ଟ ଫୁଡ ଏବଂ ବାହାର ଖାଦ୍ୟରୁ ନିଜକୁ ଦୂରେଇ ରଖିବା ସେଥିରେ ଥିବା ତେଲିଆ ଅଂଶ ଆଖି ଉପରେ ଖରାପ ପ୍ରଭାବ ପକାଇଥାଏ।

ପିଲାମାନଙ୍କୁ ଟିଭି ପାଖରେ ବସିବାକୁ ଦିଅନ୍ତୁ ନାହିଁ। ଅତି ପାଖରୁ ବସି ଟିଭି ଦେଖିବା ଫଳରେ ସେଥିରୁ ଆସୁଥିବା ରଶ୍ମୀ ଆଖି ଖରାପ କରାଇଥାଏ। ଅତ୍ୟଧିକ ମୋବାଇଲ ଦେଖିବା ଦ୍ୱାରା ଆଖି ଉପରେ ପ୍ରଭାବ ପଡ଼ିଥାଏ।

ଦୃଷ୍ଟି ଶକ୍ତି କମିଲେ ଜାଣିବେ କେମିତି? (How do you know if your eyeshight is low in Odia)

ଦୃଷ୍ଟିଶକ୍ତି ହେଉଛ ୨ ପ୍ରକାର। ସେଣ୍ଟ୍ରାଲ ଭିଜନ ଏବଂ ପେରିଫେରାଲ ଭିଜନ। ସେଣ୍ଟ୍ରାଲ ଭିଜନରେ ଜଣେ ବ୍ୟକ୍ତିର ଗୋଟିଏ ଆଖିର ଦୃଷ୍ଟି ଶକ୍ତି ଅନ୍ୟ ଆଖି ଅପେକ୍ଷା ଭଲ ହୋଇଥାଏ। ବ୍ୟକ୍ତିଙ୍କର ଗୋଟିଏ ଆଖି ଜିନିଷମାନ କୁହୁଡ଼ିଆ ଭଳି ଦେଖାଯାଏ। ଦୂର ଜିନିଷ ଦେଖିବାରେ ଅସୁବିଧା ଏବଂ ପଢ଼ି ବାରେ ସମସ୍ୟା ଦେଖାଦେଲେ ବ୍ୟକ୍ତି ସେଣ୍ଟ୍ରାଲ ଭିଜନର ଶିକାର ହୋଇଥିବାର ଜଣାପଡ଼େ। ସେଣ୍ଟ୍ରାଲ ଭିଜନର ଚିକିତ୍ସା ସମ୍ଭବ ଏବଂ ଆଖି ନଷ୍ଟ ହେବାର ସମ୍ଭାବନା କମ ଥାଏ। ନିଜ ଦୃଷ୍ଟି ଶକ୍ତି ବାବଦରେ ଜାଣିବା ପାଇଁ ଡାହାଣ ଆଖି ବନ୍ଦ କରି ବାମ ଆଖିରେ ଦେଖନ୍ତୁ ଓ ବାମ ଆଖି ବନ୍ଦ କରି ଡାହାଣ ଆଖିରେ ଦେଖନ୍ତୁ। ଏପରି କରିବା ଫଳରେ ଆଖିର ସମସ୍ୟା ବିଷୟରେ ଅବଗତ ହୋଇପାରିବେ।

ଡାଇବେଟିସ ଏବଂ ଗ୍ଲୋକେମା ରୋଗୀମାନଙ୍କର ଚକ୍ଷୁ ସମସ୍ୟା ପ୍ରଥମରୁ ଜଣାପଡ଼ିନଥାଏ। ଗ୍ଲୋକୋମା ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କର ପାର୍ଶ୍ଵ ଚକ୍ଷୁ ସମସ୍ୟା ଦେଖାଦିଏ। ପେରିଫରାଲ ଭିଜନରେ ଚିକିତ୍ସା କଷ୍ଟକର। କିନ୍ତୁ ଆରମ୍ଭରୁ ଚିକିତ୍ସା କରିବା ଦ୍ୱାରା ଆଖି ସମସ୍ୟାର ଆଶଙ୍କାକୁ ଏଡ଼େଇଦେଇପାରିବ।।

ସୁସ୍ଥ ଆଖି ପାଇଁ ଡାକ୍ତରଙ୍କ ପରାମର୍ଶ (Doctors advice foe healthy eyes in Odia)

ସୁସ୍ଥ ଏବଂ ସଠିକ ଜୀବନଶୈଳୀ ବିତାନ୍ତି।

ଜଙ୍କଫୁଡ ଏବଂ ତେଲିଆ ଖାଦ୍ୟ ଖାଆନ୍ତୁ ନାହିଁ।

ସବୁଜ ପନିପରିବା, କ୍ଷୀର ଏବଂ ଭିଟାମିନ ଏ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଫଳମୂଳରୁ ମଧ୍ୟ ଉପଯୁକ୍ତ ଭିଟାମିନ ଓ ମିନେରାଲ ମିଳିଥାଏ ଯାହା ଆଖିକୁ ସୁସ୍ଥ ରହିଥାଏ।

ଛୋଟ ପିଲାମାନେ ମୋବାଇଲରେ କମ ବ୍ୟବହାର କରିବାକୁ ଦିଅନ୍ତୁ।

ନିୟମିତ ଆଖି ପରୀକ୍ଷା କରାଇବା ସହିତ ଚକ୍ଷୁ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।

 

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସଂଘମିତ୍ରା ଦାଶଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on Eye Care based on the interview with Dr. Sanghamitra Dash, ophthalmologist.