ଚକ୍ଷୁ ବ୍ୟାୟାମ ବା ଆଇ ଏକ୍ସରସାଇଜ ମାଧ୍ୟମରେ ଦୃଷ୍ଟି ଶକ୍ତି ବୃଦ୍ଧି କରିହେବ। ତେବେ ଆସନ୍ତୁ ଜାଣିବା କିପରି କରିବା ଆଖି ବ୍ୟାୟାମ।

ଆଖି ହେଉଛି ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ସକାଳେ ଆଖି ଖୋଲିବା ମାତ୍ରକେ ଆଖିର କାମ ଆରମ୍ଭ ହୋଇଯାଏ। ତେଣୁ ଆଖିର ଯତ୍ନ ନେବା ଜରୁରୀ। ଆଖିକୁ ସୁସ୍ଥ ଏବଂ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏକ ସରଳ ଉପାୟ ହେଉଛି ଚକ୍ଷୁ ବ୍ୟାୟାମ ବା ଆଇ ଏକ୍ସରସାଇଜ। ଆଖିରେ ବିଭିନ୍ନ ଶୈଳୀରେ ବ୍ୟାୟାମ କରିବା ଦ୍ୱାରା ଆଖି ସୁସ୍ଥ ରହିଥାଏ। ନିୟମିତ ଭାବେ ଆଖି ଏକ୍ସସରସାଇଜ କଲେ ଅଧିକ ବୟସ ପର୍ଯ୍ୟନ୍ତ ସବୁକିଛି ସ୍ପଷ୍ଟ ଦେଖାଯାଇଥାଏ।

ଅଧିକ ସମୟ ଧରି ଫୋନ ଦେଖିବା ଓ ନିଦ ସମ୍ପୂର୍ଣ୍ଣ ନହେଲେ ଆଖିକୁ ଆରାମ ମିଳିପାରେ ନାହିଁ। କମ୍ପୁଟର ଆଗରେ ଘଣ୍ଟା ଘଣ୍ଟା ଧରି କାମ କରିବା କାରଣରୁ ଆଖି ଉପରେ ଚାପ ପଡ଼ିଥାଏ। ଏଥିପାଇଁ କିଛି ଯୋଗ ଓ ବ୍ୟାୟାମ କରି ଆପଣ ଚାହିଁଲେ ଆଖିକୁ ସୁସ୍ଥ ରଖିପାରିବେ।

ଦିନସାରା କମ୍ପ୍ୟୁଟରରେ କାମ କରୁଥିବା ଲୋକଙ୍କ ନିକଟରେ ଡିଜିଟାଲ ଆଖି ଷ୍ଟ୍ରେନ୍ ନାମକ ସାଧାରଣ ସମସ୍ୟା ଦେଖାଦିଏ। ଆଖି ଅଧିକ ସମୟ ଶୁଖିଲା ରହିଲେ ଏବଂ ଆଖି ଉପରେ ଅଧିକ ଚାପ ପଡ଼ିଲେ ଏହି ଷ୍ଟ୍ରେନ ଦେଖାଯାଏ। ଆଖି ଷ୍ଟ୍ରେନ କାରଣରୁ ମୁଣ୍ଡ ବିନ୍ଧିବା ସହ ଆଖିକୁ ଠିକ ଭାବରେ ଦେଖାଯାଏ ନାହିଁ। କିଛି ସରଳ ଚକ୍ଷୁ ବ୍ୟାୟାମ ଆପଣଙ୍କୁ ଡିଜିଟାଲ ଆଖି ଷ୍ଟ୍ରେନ୍ ଦୂର କରିବାରେ ସାହାଯ୍ୟ କରିପାରେ।

କିପରି କରିବେ ଆଖି ବ୍ୟାୟାମ?

ବିଭିନ୍ନ ପ୍ରକାରର ଆଖି ବ୍ୟାୟାମ ଅଛି ଯାହାକୁ ଆପଣ ନିଜ ଆବଶ୍ୟକତା ଅନୁସାରେ କରିପାରିବେ।

ଆଙ୍ଗୁଠି ପ୍ରତି ଧ୍ୟାନ ଦିଅନ୍ତୁ

ଏହି ଶୈଳୀ ଆପଣଙ୍କ ଧ୍ୟାନ ଗୋଟିଏ ଜାଗାରେ ଅଧିକ ସମୟ ରହିପାରିବ। ବସିବା କିମ୍ବା ଶୋଇବା ସମୟରେ ଆପଣ ଏହି ଅଭ୍ୟାସ କରିପାରିବେ।

ପ୍ରଥମେ ନିଜ ଆଙ୍ଗୁଠିକୁ ଆଖି ସିଧାରେ ସାମାନ୍ୟ ଦୂରରେ ରଖନ୍ତୁ।

ଆପଣଙ୍କ ଆଙ୍ଗୁଠି ଉପରେ ଧ୍ୟାନ ଦିଅନ୍ତୁ।

ଧୀରେ ଧୀରେ ଆଙ୍ଗୁଠିକୁ ମୁହଁରୁ ଦୂରେଇ ଦିଅନ୍ତୁ।

କିଛି ସମୟ ପାଇଁ ସ୍ଥିର ଭାବେ ରହିବାକୁ ଚେଷ୍ଟା କରନ୍ତୁ।

ପୁଣି ଆଙ୍ଗୁଠିକୁ ଧୀରେ ଧୀରେ ଆଖି ସାମ୍ନାକୁ ଆଣନ୍ତୁ ଏବଂ ଆଙ୍ଗୁଠି ଉପରେ ଧ୍ୟାନ ରଖିବାକୁ ଚେଷ୍ଟା କରନ୍ତୁ।

ତିନିଥର ଏହି ଅଭ୍ୟାସକୁ ପୁନରାବୃତ୍ତି କରନ୍ତ।

ନିକଟ ଏବଂ ଦୂର ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ

ଏହା ଅନ୍ୟ ଏକ ଫୋକସ ବ୍ୟାୟାମ। ଆପଣ ବସିବା ଅବସ୍ଥାରେ ମଧ୍ୟ ଏହି ବ୍ୟାୟାମ କରିପାରିବେ।

ଆପଣଙ୍କ ଆଙ୍ଗୁଠିକୁ ମୁହଁରୁ ପ୍ରାୟ ୧୦ ଇଞ୍ଚ ଦୂରେଇ ରଖନ୍ତୁ ଏବଂ ୧୫ସେକେଣ୍ଡ ପାଇଁ ଆଙ୍ଗୁଠିକୁ ଧ୍ୟାନ ଦିଅନ୍ତୁ।

ବର୍ତ୍ତମାନ ପ୍ରାୟ ୧୦ ରୁ ୨୦ ଫୁଟ ଦୂରରେ ଏକ ବସ୍ତୁ ଦେଖିବାକୁ ଚେଷ୍ଟା କରନ୍ତୁ ଏବଂ ୧୫ ସେକେଣ୍ଡ ପାଇଁ ଏହା ଉପରେ ଧ୍ୟାନ ଦିଅନ୍ତୁ।

ପୁଣି ଧୀରେ ଧୀରେ ଆପଣଙ୍କର ଧ୍ୟାନକୁ ଆଙ୍ଗୁଠି ଉପରକୁ ଫେରାଇ ଆଣନ୍ତୁ।

ଏହି ବ୍ୟାୟାମ ପ୍ରତିଦିନ ପାଞ୍ଚ ଥର ପୁନରାବୃତ୍ତି କରନ୍ତୁ।

ଚିତ୍ର ଆଠ

ଆପଣଙ୍କ ସାମ୍ନାରେ ଥିବା ଚଟାଣ ଉପରେ ଏକ ବିନ୍ଦୁ ଦିଅନ୍ତୁ। ଏହି ବିନ୍ଦୁକୁ ଧ୍ୟାନ ସହକାରେ ଦେଖିବାକୁ ଚେଷ୍ଟା କରନ୍ତୁ।

ମନରେ ୮ ଭଳି ଏକ କଳ୍ପନା ଚିତ୍ର ଭାବନ୍ତୁ।

୩୦ ସେକେଣ୍ଡ ପାଇଁ ଅନୁସନ୍ଧାନ ଜାରି ରଖନ୍ତୁ, ତାପରେ ଦିଗ ପରିବର୍ତ୍ତନ କରନ୍ତୁ।

୨୦-୨୦-୨୦ ନିୟମ

ଅତ୍ୟଧିକ କମ୍ପ୍ୟୁଟର ବ୍ୟବହାର କରୁଥିବା ଲୋକମାନଙ୍କ ପାଇଁ ଏହି ୨୦-୨୦-୨୦ ନିୟମ ଭଲ କାମ ଦେଇଥାଏ। ଆଖିକୁ ସୁସ୍ଥ ରଖିବା ପାଇଁ ପ୍ରତି ୨୦ ମିନିଟରେ ୨୦ ସେକେଣ୍ଡ ପାଇଁ ୨୦ ଫୁଟ ଦୂରକୁ ଦେଖନ୍ତୁ।

ପେନସିଲ ପୁସଅପ

ଦୁଇଟି ଆଖି ମଝି ଭାଗରେ ଏକ ପେନସିଲର ପଛ ପାଖକୁ ଲଗାଇ ରଖନ୍ତୁ।

ଧୀରେ ଧୀରେ ପେନସିଲକୁ ବୁଲାନ୍ତୁ ଏବଂ ନାକ ଆଡ଼କୁ ଆଣିବାକୁ ଚେଷ୍ଟା କରନ୍ତୁ।

ଗୋଟିଏ ଦିନରେ ପ୍ରାୟ ଆପଣ ଏହି ଅଭ୍ୟାସକୁ ୨୦ଥର ପୁନରାବୃତ୍ତି କରିପାରିବେ।

: ଅଧିକ ସମୟ ବସି କାମ କରୁଥିଲେ, ପ୍ରତି ୩ କିମ୍ୱା ୪ ଘଣ୍ଟାରେ ଆଖିକୁ କିଛି ସମୟ ପାଇଁ ବନ୍ଦ କରନ୍ତୁ। କମ୍ପ୍ୟୁଟର ସାମ୍ନାରେ ବସୁଥିଲେ, ଏପରି ପୂରା ଦିନରେ ୪ରୁ ୫ ଥର କରନ୍ତୁ। ଏହାଦ୍ୱାରା ଆଖିକୁ ଆରାମ ମିଳିବ।

: ଆଖିକୁ କିଛି ସମୟ ବନ୍ଦ କରି ଲମ୍ବା ନିଶ୍ୱାସ ନିଅନ୍ତୁ। ଏପରି କରିବା ଦ୍ୱାରା ଆଖି ସୁସ୍ଥ ରହିପାରିବ।

: ଦୁଇ ହାତ ପାପୁଲିକୁ ଗରମ ହେବା ପର୍ଯ୍ୟନ୍ତ ଘଷନ୍ତୁ। ଗରମ ହେବା ପରେ ପାପୁଲିକୁ ନେଇ ଆଖି ଉପରେ ରଖନ୍ତୁ।

: ଆଖିକୁ ବାମ ପାଖ ଏବଂ ଡାହାଣ ପାଖ, ତଳ ଉପର ବାରମ୍ବାର ବୁଲାନ୍ତୁ। ଯେକୌଣସି ସମୟରେ ଆପଣ ଆଖିକୁ ଚାରିଆଡ଼କୁ ବୁଲାଇପାରିବେ।