ବର୍ତ୍ତମାନ ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ମୋବାଇଲ ଏବଂ କାନରେ ଇୟର ଫୋନ ଦେଖିବାକୁ ମିଳୁଛି। ଏହି ଇୟର ଫୋନର ବହୁଳ ବ୍ୟବହାର କାନରେ ସମସ୍ୟା ଓ ମସ୍ତିଷ୍କ ରୋଗର କାରଣ ହୋଇଥାଏ।

ear phoneଆଜି କାଲି ମୋବାଇଲ ଫୋନର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। ମୋବାଇଲର ବ୍ୟବହାର କେବଳ କଥାବାର୍ତ୍ତାରେ ସୀମିତ ନାହିଁ ବରଂ ଗେମ ଖେଳିବା, ଭିଡିଓ ଦେଖିବା, ଗୀତ ଶୁଣିବା ପାଇଁ ବ୍ୟବହାର କରାଯାଉଛି। ବିଶେଷ କରି ଯୁବ ସମାଜ ଗୀତ ଶୁଣିବା ଏବଂ ଭିଡିଓ ଦେଖିବା ପାଇଁ ପାଇଁ ଇୟର ଫୋନ ଅଧିକ ପରିମାଣରେ ବ୍ୟବହାର କରୁଛନ୍ତି। କିନ୍ତୁ ଏହାର କୁପ୍ରଭାବ ପ୍ରତି କେହି ବି ଧ୍ୟାନ ଦେଉ ନାହାନ୍ତି।

ଲଗାତାର ଭାବରେ ଇୟର ଫୋନ ବ୍ୟବହାର କଲେ କାନରେ ଯନ୍ତ୍ରଣା ହେବା ସହ କାନରେ ଅନେକ ସମସ୍ୟା ଦେଖା ଦେଇଥାଏ।

ear phone କାନ କେବଳ ୬୫ ଡେସିବଲ ପର୍ଯ୍ୟନ୍ତ ଶବ୍ଦକୁ ସହି ପାରେ। ଏହାଠୁ ଅଧିକ ଶବ୍ଦ ହେଲେ ତାହା କାନ ପାଇଁ କ୍ଷତିକାରକ ହୋଇଥାଏ। ପ୍ରତ୍ୟେକ ଦିନ ଯଦି ୧୦ ଘଣ୍ଟା କାନରେ ଇୟରଫୋନ ବ୍ୟବହାର କରାଯାଏ ତେବେ କାନ ଖରାପ ହୋଇଯିବାର ଆଶଙ୍କା ରହିଛି।

ରାତିରେ ଶୋଇବା ସମୟରେ ନିଦ ନ ଆସିଲେ ଆମେ ଇୟର ଫୋନ ଦ୍ୱାରା ଗୀତ ଶୁଣିଥାଉ। କିନ୍ତୁ ଏପରି କରିବା ଫଳରେ ମୁଣ୍ଡ ବିନ୍ଧିବା ସହ ଭଲ ନିଦ ମଧ୍ୟ ହୋଇନଥାଏ।

ନିୟମିତ ଇୟର ଫୋନ ବ୍ୟବହାର କରିବା ହେତୁ କାନ ଝିଲ୍ଲୀରୁ ଝରୁଥିବା ଅଠାଳିଆ ରସ ଶୁଖିଯାଏ। ଯାହା ଫଳରେ କାନକୁ ଠିକରେ ଶୁଭାଯାଇନଥାଏ।

ଇୟର ଫୋନର ଅଧିକ ବ୍ୟବହାର ଯୋଗୁଁ ମସ୍ତିଷ୍କ ସମସ୍ୟା ଦେଖାଦେଇଥାଏ। ଅନେକଙ୍କ କ୍ଷେତ୍ରରେ ସ୍ମରଣ ଶକ୍ତି ହ୍ରାସ ପାଇଥାଏ।

କାନରେ ଇୟର ଫୋନ ଲଗାଇବା ଫଳରେ କାନର କାନାଲରେ ସଂକ୍ରମଣ ହୋଇଯାଏ। ଇୟର ଫୋନର ଅତ୍ୟଧିକ ବ୍ୟବହାର ହେତୁ କାନରେ ବ୍ୟାକ୍ଟେରିଆ ବୃଦ୍ଧି ପାଇଥାଆନ୍ତି। ଏହି ବ୍ୟାକ୍ଟେରିଆ ଇୟର ଫୋନରେ ବହୁତ ସମୟ ପର୍ଯ୍ୟନ୍ତ ସକ୍ରିୟ ଭାବେ ରହିପାରନ୍ତି। ଫଳରେ ଆପଣଙ୍କ ଇୟର ଫୋନ ଅନ୍ୟ କେହି ବ୍ୟବହାର କଲେ ସେହି ବ୍ୟାକ୍ଟେରିଆ କାନକୁ ଯାଇ ବିଭିନ୍ନ ସମସ୍ୟା କରାଇଥାଏ।

ଅଧିକ ଇୟର ଫୋନ ବ୍ୟବହାର କରିବା ଫଳରେ କାନରେ ମଇଳା ଜମାଟ ବାନ୍ଧି ହୋଇ ରହିଯାଏ। ଯାହା ଦ୍ୱାରା ବ୍ୟକ୍ତି ନିଜର ଶ୍ରବଣ ଶକ୍ତି ହରାଇବସିଥାଏ।

ପ୍ରତିକାର

ଇୟର ଫୋନର କମ ବ୍ୟବହାର କରନ୍ତୁ।

ଇୟର ଫୋନରେ ଉଚ୍ଚ ସ୍ୱରରେ ଗୀତ ଶୁଣନ୍ତୁ ନାହିଁ।

ସବୁବେଳେ ଲାଉଡ ସ୍ପିକର ମାଧ୍ୟମରେ କଥାବାର୍ତ୍ତା କରିବାକୁ ଚେଷ୍ଟା କରନ୍ତୁ।

କୋଳାହଳ ମୁକ୍ତ ଥିବା ଇୟର ଫୋନ ବ୍ୟବହାର କରନ୍ତୁ।

ସବୁ ସମୟରେ ଇୟର ଫୋନକୁ ସଫା କରନ୍ତୁ।

ଗାଡ଼ି ଚଳାଉଥିବା ସମୟରେ ଇୟର ଫୋନ କାନରେ ଲଗାନ୍ତୁ ନାହିଁ।