ଜାଣନ୍ତୁ, କିଡ୍‌ନି ରୋଗର ଲକ୍ଷଣ ସମ୍ପର୍କରେ। ଲକ୍ଷଣ ଜାଣିଲେ ସିନା ଜିଣିବା।

kidney

ପ୍ରାଥମିକ ଅବସ୍ଥାରେ ମୁଣ୍ଡ ବୁଲାଇବା ସହ ଥକ୍କା ଅନୁଭବ ହୋଇଥାଏ, ଯାହାକୁ ଲୋକେ ଉଚ୍ଚ ରକ୍ତଚାପ କିମ୍ବା ଦୁର୍ବଳତା ଭାବି ପାଖ ମେଡିସିନ୍ ଷ୍ଟୋରରୁ ଔଷଧ ଖାଇଥା’ନ୍ତି।

ପ୍ରାଥମିକ ଅବସ୍ଥା

ପାଦ ଫୁଲିବା

ଜ୍ୱର ନ ଛାଡିବା

ଭୋକ ନ ଲାଗିବା

ରନ୍ଧା ଖାଦ୍ୟର ମହକରେ ବିମୁଖତା ପ୍ରକାଶ ହୋଇଥାଏ

digestion

ଦ୍ୱିତୀୟ ଅବସ୍ଥା

ପରିସ୍ରା ନ ଲାଗିବା

କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦେବା

ପେଟରେ ଗ୍ୟାସ୍‌ ସମସ୍ୟା ଦେଖାଦେବା

ବାନ୍ତି ବାନ୍ତି ଲାଗିବା

ଖାଦ୍ୟ ଖାଇବା ଲାଗି ଇଛା ନହେବା

ତୃତୀୟ ଅବସ୍ଥା

ସାଧାରଣତଃ ଏହି ଅବସ୍ଥାରେ ରୋଗୀ ଅଧିକ ଦୂର୍ବଳ ହୋଇଯିବା ସହ ସିରିୟସ ହୋଇଯାଇଥାନ୍ତି।

ଆଦୌ ପରିସ୍ରା ନ ହେବା

ଝାଡ଼ା ନହେବା

ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା

ଅନେକ ସମୟ ଧରି ଖାଦ୍ୟ ଖାଇବାକୁ ଇଛା ନହେବା

ପେଟ ଫୁଲିବା

ଉପରୋକ୍ତ ଲକ୍ଷଣରୁ ଯଦି କିଛି ସମସ୍ୟା ଦେଖାଦେଉଛି ତେବେ ବିଳମ୍ବ ନକରି ନିକଟସ୍ଥ ମେଡିକାଲ ଯାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏହାସହ ଶରୀରରେ କୌଣସି ଅସୁବିଧା ଦେଖାଗଲେ ତାହାକୁ ହାଲାକା ଭାବେ ନନେଇ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ। କାରଣ ଅନେକ ସମୟରେ ରୋଗୀ କିଛି ହୋଇନି କହି ବିଳମ୍ବରେ ଯାଇଥାନ୍ତି ମେଡିକାଲେ ଯେଉଁଥି ଲାଗି ରୋଗ ଭଲ ହେବା ପାଇଁ ଅଧିକ ସମୟ ସହ ଟଙ୍କା ବି ଲାଗିଥାଏ।

ଏହି ସମସ୍ୟାକୁ ଦୂର କରିବାର ଗୋଟିଏ ସମାଧାନ ହେଉଛି ନିୟମିତ ହେଲ୍‌ଥ ଚେକ୍‌ଅପ୍। ଆପଣ ସୁସ୍ଥ ଥିଲେ ମଧ୍ୟ ନିୟମିତ ବ୍ୟବଧାନରେ ରୁଟିନ୍ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଦରକାର। ଏଥିରେ ବିଭିନ୍ନ ପ୍ରକାର ପରୀକ୍ଷା କରାଯାଇଥାଏ। ୪୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ନିୟମିତ ହେଲ୍‌ଥ ଚେକ୍‌ଅପ୍ ନିହାତି ଦରକାର। ସେହିପରି ସୁସ୍ଥ ବ୍ୟକ୍ତି ମଧ୍ୟ ବର୍ଷକୁ ଥରେ ହେଲ୍‌ଥ ଚେକ୍‌ଅପ୍‌ କରିବା ଦରକାର।