ଜୀବନଶୈଳୀରେ ପରିର୍ବତ୍ତନ ଏବଂ ଖାଦ୍ୟପାନୀୟରେ ଅନିୟମିତା ଯୋଗୁଁ ହାଇପୋଟେନ୍‌ସନ୍‌ ବା ନିମ୍ନ ରକ୍ତଚାପ ସମସ୍ୟା ହୋଇଥାଏ।

blood pressure

ନିମ୍ନ ରକ୍ତଚାପ କଣ?

ଶରୀରରେ ସିଷ୍ଟୋଲିକ ଚାପ ୯୦ ଏବଂ ଡାଇଷ୍ଟୋଲିକ ଚାପ ୬୦ରୁ କମ ରହିଲେ ରକ୍ତଚାପ ନିମ୍ନକୁ ଖସିଆସେ। ନିଶାଦ୍ରବ୍ୟର ସେବନ, ଶରୀରରେ ପାଣିର ମାତ୍ରା କମିଗଲେ ଏବଂ ଔଷଧର ଖରାପ ପ୍ରଭାବ ଯୋଗୁଁ ନିମ୍ନ ରକ୍ତଚାପ ଦେଖାଦିଏ। ଅଧିକ ସମୟ ଭୋକରେ ରହିଲେ ମଧ୍ୟ ନିମ୍ନ ରକ୍ତଚାପ ସମସ୍ୟା ହୋଇପାରେ।

ନିମ୍ନ ରକ୍ତଚାପ କାରଣରୁ ଶରୀରର ଅନ୍ୟ ଅଙ୍ଗକୁ ରକ୍ତ ପ୍ରବାହ ସଠିକ ଭାବେ ହୋଇପାରେ ନାହିଁ। ମଧୁମେହ, ଥାଇରଏଡ ଭଳି ହରମୋନଜନିତ ରୋଗ ନିମ୍ନ ରକ୍ତଚାପର ଅନ୍ୟ କାରଣ।

ନିମ୍ନ ରକ୍ତଚାପର ଲକ୍ଷଣ (Symptoms of Low blood pressure in Odia)

ମୁଣ୍ଡ ବୁଲେଇବା

ତଳେ ପଡିଯିବା

ସାମ୍ନା ଜିନିଷ ଧୂଆଁ ଭଳି ଦିଶିବା

ବାନ୍ତି ଲାଗିବା

ଥକ୍କା ଅନୁଭବ ହେବା

ହାତ ଗୋଡ ଥଣ୍ଡା ପଡ଼ିଯିବା

ନିଶ୍ୱାସପ୍ରଶ୍ୱାସରେ କଷ୍ଟ ଲାଗିବା

ଖାଇବାକୁ ଇଚ୍ଛା ନ ହେବା

ବର୍ତ୍ତମାନ ଛୋଟପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକ ହାଇପୋଟେନସନର ଶୀକାର ହେଉଛନ୍ତି। ନିମ୍ନ ରକ୍ତଚାପ ଯୋଗୁଁ  ଶରୀରର ସବୁ ଅଙ୍ଗକୁ ପର୍ଯ୍ୟାପ୍ତ ପରିମାଣରେ ରକ୍ତ ପହ଼ହଞ୍ଚି ପାରେ ନାହିଁ। ଫଳରେ ହୃଦଘାତ, କିଡ୍‌ନି ସମସ୍ୟା ଏବଂ ମସ୍ତିଷ୍କ ଜନିତ ସମସ୍ୟା ହୋଇଥାଏ। ଅତ୍ୟଧିକ ନିମ୍ନ ରକ୍ତଚାପ ଶରୀରକୁ ଦୁର୍ବଳ କରିଦିଏ। ଅନେକ ସମୟରେ ବ୍ୟକ୍ତି ଚେତା ହରାଇ ତଳେ ପଡ଼ିଯାଏ। ହାଇପୋଟେନସନ ପ୍ରଭାବରେ ମୁଣ୍ଡର ଶିରା ଛିଡ଼ିଯିବାର ଆଶଙ୍କା ରହିଛି।

food that prevent blood pressure

ନିମ୍ନ ରକ୍ତଚାପରୁ ମୁକ୍ତି ପାଇବେ କେମିତି?

ରକ୍ତଚାପକୁ ନିୟନ୍ତ୍ରଣ ରଖିବାକୁ ହେଲେ ଖାଦ୍ୟପାନୀୟରେ ପରିବର୍ତ୍ତନ ଆଣିବାକୁ ହେବ।

ଅଧିକ ପରିମାଣର ପାଣି ପିଅନ୍ତୁ। ଦିନ ତମାମ ପ୍ରର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ। ଆପଣ ଚାହିଁଲେ ଫଳ ରସ ପିଇପାରିବେ।

ଖାଦ୍ୟରେ ଲୁଣର ମାତ୍ରା କମ୍‌ କରନ୍ତୁ।

ଶୋଇବାରୁ ଉଠିବା ବେଳେ ସଙ୍ଗେସଙ୍ଗେ ନ ଉଠି ଧୀରେ ଧୀରେ ଉଠିବା ଦରକାର।

ରକ୍ତଚାପ ନିୟନ୍ତ୍ରିତ ରଖିବା ପାଇଁ ବ୍ୟାୟାମ କରିବା ଜରୁରୀ। ପ୍ରତିଦିନ ୩୦ ରୁ ୪୦ମିନିଟ ବିଭିନ୍ନ ଶାରୀରିକ ବ୍ୟାୟାମ ସହ ଯୋଗ କଲେ ରକ୍ତଚାପ ନିୟନ୍ତ୍ରଣ ରହିଥାଏ।

କୌଣସି ଔିଷଧ ସେବନ କରିବା ଆଗରୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଦରକାର।

ଧୂମପାନ ଓ ମଦ୍ୟପାନ ଭଳି ନିଶାଦ୍ରବ୍ୟ ହାଇପୋଟେନସନ ସୃଷ୍ଟି କରିଥାଏ। ତେଣୁ ନିଶାଦ୍ରବ୍ୟଠାରୁ ଦୂରରେ ରହିବା ଉଚିତ।

ସବୁଜ ପନିପରିବା ଏବଂ ଉପଯୁକ୍ତ ପୋଷଣଯୁକ୍ତ ଖାଦ୍ୟ ଖାଆନ୍ତୁ।

ନିମ୍ନ ରକ୍ତଚାପର ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରି ଔଷଧ ସେବନ କରିବା ଦରକାର।