ପ୍ରତିବର୍ଷ ମେ’ ୩୧ରେ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଏ। ଏହି ଦିବସ ମାଧ୍ୟମରେ ତମାଖୁ ସେବନ ଦ୍ୱାରା ହେଉଥିବା କ୍ଷତି ବିଷୟରେ ଲୋକଙ୍କୁ ସଚେତନ କରାଯାଏ।

ଫିଲ୍ମ ଆରମ୍ଭ ପୂର୍ବରୁ କିମ୍ବା ଟେଲିଭିଜନରେ ବିଭିନ୍ନ ସମୟରେ ଏକ ବାର୍ତ୍ତା ଆସିଥାଏ ଯେ  ‘ତମାଖୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ’। ଟିଭି, ପୋଷ୍ଟର, ବ୍ୟାନର ମାଧ୍ୟମରେ ସବୁବେଳେ ତମାଖୁ କ୍ଷତିକାରକ ବିଷୟରେ ସଚେତନ କରାଯାଏ। ଏହି ସଚେତନତା ଅଭିଯାନକୁ ଆହୁରି ମଜଭୁତ କରିବା ପାଇଁ ପ୍ରତିବର୍ଷ ମେ’ ୩୧ରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଏ। ଏହା ମାଧ୍ୟମରେ ତମାଖୁ ସେବନ ଦ୍ୱାରା ହେଉଥିବା କ୍ଷତି ବିଷୟରେ ଲୋକଙ୍କୁ ସଚେତନ କରାଯାଏ। ତମାଖୁ ଆମ ପାଇଁ କିପରି ସାଂଘାତିକ ହୋଇପାରେ ସେ ବିଷୟରେ ଲୋକଙ୍କୁ କୁହାଯାଏ।

ପ୍ରତିବର୍ଷ ଏହି ଦିବସ ପାଇଁ ଏକ ସ୍ୱତନ୍ତ୍ର ଥିମ୍‌ ରହିଥାଏ। ଚଳିତ ବର୍ଷ ଏହି ଦିବସର ଥିମ୍‌ ରହିଛି, “Commit to quit today and sign the pledge. ଏହାର ଅର୍ଥ ହେଉଛି ଧୂମପାନ ଏବଂ ତମାଖୁ ପରିତ୍ୟାଗ କରନ୍ତୁ ଏବଂ ବିଜୟୀ ହୁଅନ୍ତୁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ୧୯୮୭ ରେ ପ୍ରଥମଥର ପାଇଁ ବିଶ୍ୱ ତମାଖୁ ଦିବସ ପାଳନ କରାଯାଇଥିଲା| ତମାଖୁ ସେବନ ହେତୁ ମୃତ୍ୟୁହାର ଅହେତୁକ ବୃଦ୍ଧି ଯୋଗୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦିବସ ପାଳନ ପାଇଁ ଘୋଷଣା କରିଥିଲା।

ଏକ ରିପୋର୍ଟ ଅନୁସାରେ ପ୍ରତିବର୍ଷ ତମାଖୁ ସେବନ କାରଣରୁ ୮ ନିୟୁତରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଥାନ୍ତି। ଧୂମପାନ କରୁନଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଏହା ମାରାତ୍ମକ ହୋଇପାରେ।

world no tobacco day

ଅଧିକ ପଢ଼ନ୍ତୁ: ତମାଖୁ ଛାଡ଼ନ୍ତୁ, ମୁଖ କର୍କଟରୁ ବଞ୍ଚନ୍ତୁ

ତମାଖୁ ସେବନ ଯୋଗୁଁ କେଉଁ ରୋଗ ହୋଇଥାଏ?

କର୍କଟ: ପ୍ରତିବର୍ଷ ଆମ ଦେଶରେ ବହୁତ ଲୋକ ଫୁସଫୁସ୍ କର୍କଟ ଯୋଗୁଁ ପ୍ରାଣ ହରାଇଥାନ୍ତି। ଧୂମପାନ କରିବା ଏହି କର୍କଟ ରୋଗର ମୁଖ୍ୟ କାରଣ। ଏହାଛଡ଼ା ତମାଖୁ ଜାତୀୟ ଅନ୍ୟ ଉତ୍ପାଦ ଯୋଗୁଁ ଲୋକମାନଙ୍କର ପାଟି, ସ୍ୱର ତନ୍ତ୍ରୀ, ଗଳା, କିଡ୍‌ନି, ସର୍ଭିକ୍ସ, ଲିଭର, ବ୍ଲାଡର, ପାନକ୍ରିୟାଜ୍‌ରେ କର୍କଟ ରୋଗ ହୋଇଥାଏ।

ଫୁସଫୁସ୍ ରୋଗ: ଧୂମପାନ କରିବା ଯୋଗୁଁ ଫୁସଫୁସରେ କର୍କଟ ଭଳି ଅନ୍ୟ ଗୁରୁତର ରୋଗ ବି ହୋଇଥାଏ। ଧୂମପାନକାରୀ ମାନେ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲମୋନାରି ଡିଜିଜ୍‌(ସିଓପିଡି) ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଥାଏ। ଚିନ୍ତାର ବିଷୟ ହେଲା ଏହି ରୋଗର କୌଣସି ଉପଚାର ନାହିଁ। ତେବେ ଧୂମପାନ ଛାଡ଼ିଦେଲେ ଏହା ନିୟନ୍ତ୍ରଣରେ ରହିଥାଏ। ଅନ୍ୟପଟେ ଧୂମପାନ ନ୍ୟୁମୋନିଆ ଓ ଆସ୍ଥମା ଭଳି ରୋଗକୁ ଆହୁରି ଜଟିଳ କରିଦେଇଥାଏ।

ହୃଦରୋଗ: ହୃଦରୋଗ ସହିତ ଧୂମପାନର ଖୁବ୍ ଅଧିକ ସଂପର୍କ ରହିଛି। ହୃଦରୋଗରେ ମୃତ୍ୟୁବରଣ କରୁଥିବା ପ୍ରତି ୫ ଜଣ ଲୋକଙ୍କ ମଧ୍ୟରୁ ଜଣେ ଧୂମପାନ କରିଥାନ୍ତି। ସିଗାରେଟ୍‌ରେ ଥିବା ନିକୋଟିନ୍ ଆମ ଶରୀରରେ ଥିବା ଧମନୀକୁ ଶକ୍ତ କରି ଦେଇଥାଏ। ଏହାଦ୍ୱାରା ହୃଦ୍‌ସ୍ପନ୍ଦନ ବୃଦ୍ଧି ପାଇବା ସହିତ ରକ୍ତଚାପ ବଢ଼ିଯାଇଥାଏ। ଫଳରେ ହୃଦଘାତର ଆଶଙ୍କା ରହେ।

ମଧୁମେହ: ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଧୂମପାନ କରୁଥିବା ଲୋକଙ୍କୁ ଅନ୍ୟମାନଙ୍କ ଅପେକ୍ଷା ଟାଇପ-୨ ମଧୁମେହ ହେବାର ଆଶଙ୍କା ୩୦/୪୦% ଅଧିକ ଥାଏ। ପୁଣି ଯଦି ଆପଣଙ୍କୁ ମଧୁମେହ ଥାଏ ଏବଂ ଆପଣ ଧୂମପାନ କରୁଥାନ୍ତି ତାହେଲେ ସୁଗର ସ୍ତରକୁ ନିୟନ୍ତ୍ରଣରେ ରଖିବା କଷ୍ଟକର ହୋଇପଡ଼େ। ଏହାର କାରଣ ହେଲା ଧୂମପାନ କରିବା ଯୋଗୁଁ ରକ୍ତରେ ଶର୍କରାର ସ୍ତର ବଢ଼ିଯାଇଥାଏ। ଏହାଯୋଗୁଁ ଇନସୁଲିନ୍ ପ୍ରସ୍ତୁତ କରିବା ଲାଗି ଶରୀରର କ୍ଷମତା କମିଯାଏ।

ଟିବି: ଧୂମପାନ ଟ୍ୟୁବରକୁଲୋସିସ୍‌(ଟିବି)ର ଅନ୍ୟତମ ପ୍ରମୁଖ କାରଣ। ଏହି ରୋଗ ବିଶ୍ୱର ମୋଟ ଜନସଂଖ୍ୟାର ଏକ ଚତୁର୍ଥାଂଶକୁ ପ୍ରଭାବିତ କରିଥାଏ। ତମାଖୁ ଜାତୀୟ ଉତ୍ପାଦ ବ୍ୟବହାର କରିବା ଦ୍ୱାରା ଫୁସଫୁସ୍ କ୍ଷତିଗ୍ରସ୍ତ ହୋଇଥାଏ। ସେହିପରି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବି କମିଯାଏ। ଏହାଯୋଗୁଁ ଧୂମପାନକାରୀ ମାନେ ଟିବି ସଂକ୍ରମଣର ଅଧିକ ଶିକାର ହୋଇଥାନ୍ତି।

ଅଧିକ ପଢ଼ନ୍ତୁ: ସିଗାରେଟ୍‌ ନ ଟାଣିଲେ ବି ଏହାର ଧୂଆଁ ହୋଇଥାଏ ମାରାତ୍ମକ

ତମାଖୁ ଛାଡ଼ିବାର ଉପକାରିତା

  • ମାତ୍ର ୨୦ ମିନିଟ୍ ମଧ୍ୟରେ ରକ୍ତଚାପ କମିଯିବ
  • ୧୨ ଘଣ୍ଟା ପରେ ରକ୍ତରେ ଥିବା କାର୍ବନ୍ ମନୋକ୍ସାଇଡ୍‌ର ସ୍ତର ସାଧାରଣ ହୋଇଯିବ
  • ଦୁଇରୁ ୧୨ ସପ୍ତାହ ପରେ ରକ୍ତ ସଞ୍ଚାଳନରେ ଉନ୍ନତି ହେବ, ଫୁସଫୁସର କାର୍ଯ୍ୟଦକ୍ଷତା ବଢ଼ିବ
  • ଏକରୁ ନଅ ମାସ ପରେ କାଶିବା ଏବଂ ଅଣନିଃଶ୍ୱାସୀ ହେବା କମିଯିବ
  • ବର୍ଷକ ପରେ ହୃଦରୋଗର ଆଶଙ୍କା ଅଧା ହୋଇଯିବ
  • ୫ରୁ ୧୫ ବର୍ଷ ପରେ ହୃଦଘାତର ଆଶଙ୍କା କମିଯିବ
  • ୧୦ ବର୍ଷ ପରେ ଫୁସଫୁସ୍ କର୍କଟ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଅଧା କମିଯିବ୧