rice with roti

ଡାଏବେଟିସ୍‌ ରୋଗୀଙ୍କ ଜଳଖିଆ କେଉଁ ଭଳି ହେବା ଦରକାର ଓ କେଉଁ ସମୟରେ ଖାଇବା ଦରକାର।

ରାତିରେ ୮ରୁ ୧୦ ଘଣ୍ଟାର ନିଦ ପରେ ଆମ ଶରୀରରେ ଶର୍କରା ପରିମାଣ କମିଯାଇଥାଏ। ତେଣୁ ସକାଳେ ଉଠିବାର ଘଣ୍ଟେ କିମ୍ବା ଦୁଇ ଘଣ୍ଟା ମଧ୍ୟରେ ସକାଳ ଭୋଜନ କରିବା ଆବଶ୍ୟକ। ଏହାଦ୍ଵାରା ଶରୀରକୁ ଶର୍କରା ମିଳିଥାଏ। ଶର୍କରା ଆମ ଶରୀରକୁ ଶକ୍ତି ଯୋଗାଇବା ସହ ଆମକୁ କାମ କରିବାରେ ସାହାଯ୍ୟ କରିଥାଏ। ଶରୀରରେ ଗ୍ଲୁକୋଜ ପରିମାଣ କମିଗଲେ ଆମକୁ ହାଲିଆ ଲାଗିବା ସହ ଥକ୍କା ଲାଗିଥାଏ।

ସବୁବେଳେ ସକାଳ ଜଳଖିଆ ଭଲ ହେଲେ ଶରୀରକୁ ଶକ୍ତି ମିଳିଥାଏ। ଯଦି ସକାଳୁ ୫୦୦ରୁ ୬୦୦ କ୍ୟାଲୋରିର ଜଳଖିଆ ନ ଖାଉଛନ୍ତି, ତେବେ ଆପଣଙ୍କ ମସ୍ତିଷ୍କ ଆପଣଙ୍କ ଅଗ୍ନାଶୟକୁ ସଙ୍କେତ ଦେବ ନାହିଁ ଇନ୍‌ସୁଲିନ୍‌ ତିଆରି କରିବା ପାଇଁ। ଯାହାଫଳରେ ସାରାଦିନ ଇନ୍‌ସୁଲିନ୍‌ ଅଭାବ ରହିବ ଏବଂ ଆପଣ ଯେତେ ଖାଇଲେ ବି ତାହା ହଜମ ହେବ ନାହିଁ।

ଡାଏବେଟିସ୍‌ ରୋଗୀଙ୍କ ଜଳଖିଆ କେଉଁ ଭଳି ହେବା ଦରକାର?

  • ଡାଏବେଟିସ୍‌ ରୋଗୀମାନେ ତିନି ଥର ଭଲ ଜଳଖିଆ ଖାଆନ୍ତୁ।
  • ଜଳଖିଆରେ ଅଧିକ ଛଣାଛଣି ଖାଆନ୍ତୁ ନାହିଁ।
  • ଅଧିକ ତେଲ ବା ଘିଅ ଖାଆନ୍ତୁ ନାହିଁ।
  • ଘର ତିଆରି ଖାଦ୍ୟ ଖାଆନ୍ତୁ।
  • ରୁଟି, ଉପମା, ଚକୁଳି, ଦୋସା, ବେସନ ଚିଲ୍ଲା ଆଦି ଖାଇପାରିବେ।
  • ଗୋଟେ ପ୍ରକାର ଖାଦ୍ୟ ପ୍ରତିଦିନ ନ ଖାଇ ଖାଦ୍ୟ ପରିବର୍ତ୍ତନ କରନ୍ତୁ।
  • ଯେଉଁମାନେ ଚା’ ପିଅନ୍ତି, ସେମାନେ ସକାଳୁ ଉଠି ଚା’ ସହିତ ୩-୪ଟି ବିସ୍କୁଟ୍‌ ଖାଆନ୍ତୁ।
  • ୮ରୁ ୮୦-୩୦ ମଧ୍ୟରେ ଘର ତିଆରି ଜଳଖିଆ ପ୍ରସ୍ତୁତ କରି ଖାଆନ୍ତୁ।
  • ୧୧ରୁ ୧୧-୩୦ ମଧ୍ୟରେ ପୁଣି ଥରେ ଖାଆନ୍ତୁ।
  • ୧ରୁ ୧-୨୦ ମଧ୍ୟରେ ମଧ୍ୟାହ୍ନ ଭୋଜନ କରନ୍ତୁ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଯେତିକି କ୍ୟାଲୋରି ଦରକାର ସେତିକି ଖାଆନ୍ତୁ।
  • ୩ରୁ ୪ଟା ବେଳେ ଅଳ୍ପ ପରିମାଣର କିଛି ଖାଆନ୍ତୁ।
  • ସନ୍ଧ୍ୟା ୬ରୁ ୬.୩୦ ମଧ୍ୟରେ ପୁଣି ଥରେ ଅଳ୍ପ ପରିମାଣର ଖାଆନ୍ତୁ।
  • ରାତି ୯ଟାରୁ ୯.୩୦ ମଧ୍ୟରେ ରାତି ଭୋଜନ କରନ୍ତୁ।
  • ମଧୁମେହକୁ ନିୟନ୍ତ୍ରଣ ରଖିବାକୁ ହେଲେ ବ୍ୟାୟାମ ସହିତ ଖାଦ୍ୟପେୟରେ ନିୟନ୍ତ୍ରଣ ରଖିବା ଜରୁରୀ।