cervical_cancer4

ଗର୍ଭାଶୟର ମୁଖ ଭାଗ, ଯାହାକୁ ସର୍ଭିକ୍ସ କୁହାଯାଏ, ସେଠାରେ କର୍କଟ ହେଲେ ତାହାକୁ ସର୍ଭାଇକାଲ କ୍ୟାନ୍‌ସର ବୋଲି କୁହାଯାଏ। ହ୍ୟୁମାନ ପାପିଲୋମା ଭାଇରସ୍‌ ସଂକ୍ରମଣ ଯୋଗୁଁ ଏହି କର୍କଟ ହୋଇଥାଏ। ମହିଳାମାନଙ୍କଠାରେ ଦ୍ୱିତୀୟ ସର୍ବାଧିକ କର୍କଟ ରୋଗ ହେଉଛି ସର୍ଭାଇକାଲ କ୍ୟାନ୍ସର। ତେବେ ଏହା ଲକ୍ଷଣ ସମ୍ପର୍କରେ ଜାଣନ୍ତୁ।

ସର୍ଭାଇକାଲ କ୍ୟାନ୍ସରର ଲକ୍ଷଣ (symptomes of cervical cancer in odia)

ସର୍ଭାଇକାଲ କ୍ୟାନ୍ସରର ପ୍ରାଥମିକ ଅବସ୍ଥାରେ କୌଣସି ଲକ୍ଷଣ ଜଣାପଡ଼ିନଥାଏ। ଦିନକୁ ଦିନ ରୋଗ ଜଟିଳ ହୋଇଗଲେ ଲକ୍ଷଣ ପ୍ରକାଶ ପାଇଥାଏ।

ମହିଳାମାନଙ୍କର ଋତୁସ୍ରାବ ସମ୍ପୂର୍ଣ୍ଣ ଶେଷ ହୋଇଯାଇଥିଲେ ମଧ୍ୟ ରକ୍ତସ୍ରାବ ହୋଇଥାଏ।

ଋତୁସ୍ରାବରେ ଅନିୟମିତତା

ଋତୁସ୍ରାବରେ ଅଧିକ ରକ୍ତସ୍ରାବ

ମାସକ ମଧ୍ୟରେ ୨ରୁ ୩ ଥର ଋତୁସ୍ରାବ ହେବା

ସହବାସ ସମ୍ପର୍କ ପରେ ଭାଜିନାଲରୁ ରକ୍ତସ୍ରାବ ହେବା।

ଗନ୍ଧଯୁକ୍ତ ହ୍ଵାଇଟ ଡିସଚାର୍ଜ ହେବା।

ଅଣ୍ଟା ଯନ୍ତ୍ରଣା ହେବା।

ଏହି ରୋଗ ବଢ଼ିଗଲେ ପରିସ୍ରା ନଳୀ ବା ମୂତ୍ର ନଳୀ ଉପରେ ଚାପ ପକାଇବା କାରଣରୁ ପରିସ୍ରାରେ ଅନିୟମିତତା ଦେଖା ଯାଇଥାଏ।

ପରିସ୍ରାରେ ରକ୍ତ ପଡ଼ିବା।

ଖାଦ୍ୟନଳୀ ଉପରେ ଚାପ ପଡ଼ିବା ଦ୍ୱାରା କଠିନ ଝାଡ଼ା ହେବା।