ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ

kete nua bata_vidfeo episode 6
  • ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍
  • ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନ
  • ଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘ଜୀବିକା ଉପରେ କୋଭିଡର ପ୍ରଭାବ’

ଜୀବନ, ଜୀବିକା, ମହାମାରୀ – ଗତ ଦେଢ଼ ବର୍ଷ ଭିତରେ ଏ ସବୁରେ ଛନ୍ଦି ହୋଇଯାଇଛି ମଣିଷ। କରୋନା ମହାମାରୀ ସାରାବିଶ୍ୱକୁ ଏଭଳି ପ୍ରଭାବିତ କରିଛି ଯେ, ହଜାର ହଜାର ଲୋକଙ୍କ ଜୀବନ ଓ ଜୀବିକା ଦୋହଲି ଯାଇଛି। ଫଳରେ ଦୁଃଖ ଓ ହତାଶା ଭିତରେ ଅନେକଙ୍କ ଦିନ କଟୁଛିା ଏହାକୁ ଦୃଷ୍ଟିରେ ରଖି ‘କେତେ ନୂଆ ବାଟ’ ଭିଡିଓ ସିରିଜର ଷଷ୍ଠ ଅଧ୍ୟାୟରେ ପ୍ରସଙ୍ଗ ରହିଛି ‘ଜୀବିକା ଉପରେ କୋଭିଡର ପ୍ରଭାବ’।

କୋଭିଡ୍ ମହାମାରୀ ବେଳେ ସଚେତନତା ସୃଷ୍ଟି କରିବା ପାଇଁ ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’। ନଲେଜ୍‌ ପାର୍ଟନର ‘ମୋ କଲେଜ୍‌’ ଅଭିଯାନ।

ଏହି କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ଭିଡିଓ ସିରିଜର ଷଷ୍ଠ ଅଧ୍ୟାୟ ଅଗଷ୍ଟ ୭, ଶନିବାର ୧୨ଟା ୩୦ରେ ଡିଡି ଓଡ଼ିଆ ଚ୍ୟାନେଲରେ ପ୍ରସାରିତ ହେବା ଏହାଛଡ଼ା ସ୍ୱାସ୍ଥ୍ୟ ପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଏବଂ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ମଧ୍ୟ ଏହାର ପ୍ରସାରଣ କରାଯିବ।

kete nua bata_many new paths card

ଭିଡିଓ ସିରିଜ ଷଷ୍ଠ ଅଧ୍ୟାୟରେ ଅଛନ୍ତି ପଞ୍ଚାୟତିରାଜ, ଜଳ ଯୋଗାଣ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା, ୟୁନିସେଫ୍‌ ଓଡ଼ିଶାର ସୋସିଆଲ ପଲିସି ସ୍ପେଶାଲିଷ୍ଟ ସୌମେନ ରାୟ, ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ , ବିଶିଷ୍ଟ ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧର, ଜଣାଶୁଣା ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ, ଅଡ଼ଶପୁରସ୍ଥିତ ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ମହିଳା ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ହିରଣ୍ମୟୀ ମିଶ୍ର, ଭୁବନେଶ୍ୱର ସରକାରୀ ଆଇଟିଆଇର ଛାତ୍ରୀ ରିନା ବାଘ, ରାୟଗଡ଼ା ଜିଲ୍ଲାରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଶୁଭମ ମହାପାତ୍ରା

ଏହାଛଡ଼ା ଆପଣ ଏହି ଭିଡିଓ ସିରିଜରେ ମିଶନ ଶକ୍ତି ମହିଳାଙ୍କ ସଫଳତାର କାହାଣୀ ମଧ୍ୟ ଦେଖିବାକୁ ପାଇବେ। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ କିଭଳି ଏକ କାଫେ ପରିଚାଳନା କରୁଛନ୍ତି ତାହା ମଧ୍ୟ ଦେଖିବାକୁ ପାଇବ।

knb_nilambar rath

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ଧାରାବାହିକ ‘କେତେ ନୂଆ ବାଟ ସିଜିନ ୨’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ଉପସ୍ଥାପକ ଓ ପ୍ରଯୋଜକ ଅଛନ୍ତି।

ଭିଡିଓ ସିରିଜ ଛଡ଼ା ‘କେତେ ନୂଆ ବାଟ ସିଜିନ ୨’ ଅଭିଯାନ ଅଧୀନରେ ପ୍ରତି ୧୫ ଦିନରେ ଥରେ, ରବିବାର ବିଭିନ୍ନ ବିଷୟରେ ଅଡିଓ ସିରିଜ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରେ ଓ ରେଡିଓ ଚକଲେଟ୍ ୧୦୪ ଏଫ୍‌ଏମରେ ପ୍ରସାରିତ ହେଉଛି। ସେହି ଅଡିଓ ସିରିଜ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ’ର ୟୁଟ୍ୟୁବ୍‌ ଏବଂ ଫେସବୁକରେ ମଧ୍ୟ ପୋଷ୍ଟ କରାଯାଉଛି। ଏହାସହ ଭିଡିଓ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ବିଶିଷ୍ଟ ବ୍ୟକ୍ତିମାନଙ୍କର ସାକ୍ଷାତକାର ମଧ୍ୟ ପ୍ରକାଶ