ଡିଜିଟାଲ ହେଲ୍‌ଥ ଚ୍ୟାନେଲ୍‌ ସ୍ୱାସ୍ଥ୍ୟ ପ୍ଲସ୍‌ ହିନ୍ଦୀକୁ ୟୁଟ୍ୟୁବ୍‌ ତରଫରୁ ମିଳିଛି ‘ସିଲଭର ଆଓ୍ୱାର୍ଡ’।

ଭାରତର ଅଗ୍ରଣୀ ତଥା ଲୋକପ୍ରିୟ ସ୍ୱାସ୍ଥ୍ୟଭିତ୍ତିକ ଡିଜିଟାଲ ଚ୍ୟାନେଲ ଭାବେ ‘ସ୍ୱାସ୍ଥ୍ୟପ୍ଲସ୍‌ ହିନ୍ଦୀ’କୁ ୟୁଟ୍ୟୁବ୍‌ ତରଫରୁ ମିଳିଛି ‘ସିଲଭର ଆଓ୍ୱାର୍ଡ’। ସାରା ଭାରତରେ ବର୍ତ୍ତମାନ ‘ସ୍ୱାସ୍ଥ୍ୟ ପ୍ଲସ୍‌ ହିନ୍ଦୀ’ର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ନିକଟରେ ଏହି ଚ୍ୟାନେଲ ପ୍ରଥମ ମାଇଲଷ୍ଟୋନ୍ ଭାବେ ୧ ଲକ୍ଷ ସବ୍‌ସ୍କ୍ରାଇବରରେ ପହଞ୍ଚିପାରିଛି। ଏହାକୁ ଦୃଷ୍ଟିରେ ରଖି ୟୁଟ୍ୟୁବ ପକ୍ଷରୁ ‘ସ୍ୱାସ୍ଥ୍ୟପ୍ଲସ୍‌ ହିନ୍ଦୀ’କୁ ମିଳିଛି ସମ୍ମାନଜନକ ‘ସିଲଭର ଆଓ୍ୱାର୍ଡ’।

ସ୍ୱାସ୍ଥ୍ୟପ୍ଲସ୍‌ ହିନ୍ଦୀ ଚ୍ୟାନେଲରେ ଆପଣ ପ୍ରତିଦିନ ଦେଖୁଛନ୍ତି ବିଭିନ୍ନ ରୋଗ ଓ ଏହାର ଉପଚାର ସମ୍ପର୍କରେ ଭାରତର ଜଣାଶୁଣା ଡାକ୍ତରଙ୍କ ସ୍ୱାସ୍ଥ୍ୟ ପରାମର୍ଶ। ଏହି ଚ୍ୟାନେଲ ୟୁଟ୍ୟୁବ୍‌ ସହିତ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ଡେଲିହଣ୍ଟ ଭଳି ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲୋକମାନଙ୍କସହ ଯୋଡ଼ି ହୋଇ ପ୍ରଶଂସା ସାଉଁଟୁଛି।

ଆପଣ ଜାଣିଛନ୍ତି କି! ସ୍ୱାସ୍ଥ୍ୟପ୍ଲସ୍‌ ହିନ୍ଦୀ ହେଉଛି ଓଡ଼ିଶାର ଏକ ଷ୍ଟାର୍ଟ-ଅପ କମ୍ପାନି। ସ୍ୱାସ୍ଥ୍ୟପ୍ଲସ ନେଟଓ୍ୱର୍କ ଭାବେ ଏହି କମ୍ପାନି ଭାରତର ବହୁ ରାଜ୍ୟରେ ଏବଂ ବହୁ ଭାଷାରେ ଲୋକଙ୍କୁ ସ୍ୱାସ୍ଥ୍ୟ ସଚେତନ କରାଉଛି। କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ସ୍ୱାସ୍ଥ୍ୟପ୍ଲସର ଲୋକପ୍ରିୟତା ବଢ଼ିବାରେ ଲାଗିଛି।

ଏହି ଅବସରରେ କମ୍ପାନିର ସିଇଓ ସିଦ୍ଧାର୍ଥ ରଥ କହିଛନ୍ତି, ‘‘ସ୍ୱାସ୍ଥ୍ୟଭିତ୍ତିକ ଖବର, ବିଭିନ୍ନ ରୋଗର କାରଣ, ଲକ୍ଷଣ ତଥା ଚିକିତ୍ସା ବିଷୟରେ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟ ନେଇ ଆମେ ସ୍ୱାସ୍ଥ୍ୟପ୍ଲସ୍‌ ଓଡ଼ିଆ ଆରମ୍ଭ କରିଥିଲୁ। ଏହାର ଲୋକପ୍ରିୟତା ଏବଂ ଚାହିଦାକୁ ଦେଖି ହିନ୍ଦୀ ଭାଷାଭାଷୀ ଲୋକଙ୍କ ପାଇଁ ‘ସ୍ୱାସ୍ୟ ପ୍ଲସ୍‌ ହିନ୍ଦୀ’ ଚ୍ୟାନେଲ ଆରମ୍ଭ କଲୁ। ବର୍ତ୍ତମାନ ସ୍ୱାସ୍ଥ୍ୟ ପ୍ଲସ୍‌ ନେଟ୍‌ଓ୍ୱର୍କ ୭ଟି ଭାଷାରେ ଲୋକଙ୍କୁ ସ୍ୱାସ୍ଥ୍ୟଭିତ୍ତିକ ଟିପ୍ସ ବା ସୂଚନା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିକିନିଖି ଖବର ଦେଇପାରୁଛି।’’

ସ୍ୱାସ୍ଥ୍ୟପ୍ଲସ ନେଟଓ୍ୱର୍କକୁ ଲୋକମାନେ ଏତେ ଭଲ ପାଇବା ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି କମ୍ପାନିର ସିଇଓ ସିଦ୍ଧାର୍ଥ ରଥ। ୨୦୨୧ ଶେଷ ଶୁଦ୍ଧା ସର୍ବମୋଟ୍‌ ୧୨ଟି ଭାଷାରେ ସ୍ୱାସ୍ଥ୍ୟ ସୂଚନା ପହଞ୍ଚାଇବାର ଆଶା ରଖିଛନ୍ତି ଶ୍ରୀ ରଥ।

୨୦୧୯ ଡିସେମ୍ବର ମାସରେ ଓଡ଼ିଶାରେ ସ୍ୱାସ୍ଥ୍ୟ ପ୍ଲସ୍‌ ନେଟ୍‌ଓ୍ୱର୍କ ପ୍ରଥମେ ଆରମ୍ଭ ହୋଇଥିଲା। କମ୍ପାନିର ସିଇଓ ସିଦ୍ଧାର୍ଥ ରଥ ପରୀକ୍ଷାମୂଳକ ଭାବେ ପ୍ରଥମେ ଏହି ଚ୍ୟାନେଲକୁ ଆରମ୍ଭ କରିଥିଲେ। କିନ୍ତୁ ଏହାର ଲୋକପ୍ରିୟତା ବଢ଼ିବା ଦେଖି ଚ୍ୟାନେଲକୁ ବିଭିନ୍ନ ଭାଷାକୁ ସଂପ୍ରସାରଣ କରିବା ପାଇଁ ଚିନ୍ତା କରିଥିଲେ।

ସ୍ୱାସ୍ଥ୍ୟପ୍ଲସ୍ ନେଟୱର୍କ ବର୍ତ୍ତମାନ ହିନ୍ଦୀ, ଓଡ଼ିଆ, ବଙ୍ଗଳା, ତେଲୁଗୁ, ଗୁଜରାଟି, ମରାଠୀ ଏବଂ ପଞ୍ଜାବୀ ଭାଷାରେ ଲୋକଙ୍କମାନଙ୍କ ସହ ଯୋଡ଼ି ହୋଇପାରିଛି। ଓଡ଼ିଶାରୁ ଆରମ୍ଭ ହୋଇଥିବା ଏହି ସ୍ୱାସ୍ଥ୍ୟ ମିଡିଆ କମ୍ପାନି ଏବେ ସାରା ଭାରତରେ ଲୋକପ୍ରିୟତା ହାସଲ କରିପାରିଛି। ଖୁବ୍‌ଶୀଘ୍ର ତାମିଲ, କନ୍ନଡ ଓ ମାଲାୟାଲି ଭାଷାରେ ମଧ୍ୟ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସୂଚନା ପ୍ରଦାନ କରିବ।

ଗତବର୍ଷ ‘ସ୍ୱାସ୍ଥ୍ୟ ପ୍ଲସ୍‌ ଓଡ଼ିଆ’ ଚ୍ୟାନେଲ ମଧ୍ୟ ୟୁଟ୍ୟୁବ୍‌ଠାରୁ ‘ସିଲଭର ଆଓ୍ୱାର୍ଡ’ ହାସଲ କରିଥିଲା।