ହସିବା ସ୍ୱାସ୍ଥ୍ୟ ପ୍ରତି ଭଲ ହୋଇଥାଏ। କିନ୍ତୁ ଅଧିକ ହସିବା ଯୋଗୁଁ ପକ୍ଷାଘାତ ଭଳି ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଏଭଳି ସମସ୍ୟାକୁ ଡାକ୍ତରୀ ଭାଷାରେ କାଟାପ୍ଲେକ୍ସି କୁହାଯାଏ।

laughing is good for healthକାଟାପ୍ଲେକ୍ସି ହେଉଛି ଏକ ମାନସିକ ଅସନ୍ତୁଳନ ଅବସ୍ଥା। ଏହା ଦ୍ୱାରା ମସ୍ତିଷ୍କର କିଛି ଅଂଶରେ ସୁକ୍ଷ୍ମ ରକ୍ତବାହୀ ନଳୀରେ ରକ୍ତ ଜମାଟ ବାନ୍ଧି ଯାଇଥାଏ। ଫଳରେ ଏହି ଅଂଶ ସହ ଜଡ଼ିତ ଥିବା ଅଙ୍ଗର ସ୍ୱାଭାବିକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ। କାଟାପ୍ଲେକ୍ସି ଯୋଗୁଁ ମାଂସପେଶୀ ଏବଂ ଅଙ୍ଗପ୍ରତ୍ୟଙ୍ଗ ଦୁର୍ବଳ ହୋଇଯାଏ। ତେଣୁ ହସିବା ଏବଂ କାନ୍ଦିବା ଉପରେ ନିୟନ୍ତ୍ରଣ ରହିନଥାଏ। ବ୍ୟକ୍ତି ନିଜ ମୁଖର ଅଭିବ୍ୟକ୍ତି ଉପରେ ନିୟନ୍ତ୍ରଣ ହରାଇ ବସେ।

କାଟାପ୍ଲେସି ଡିସଅର୍ଡର ନାର୍କୋଲେପସି ସହିତ ଜଡ଼ିତ। ନାର୍କୋଲେପସିରେ ପୀଡ଼ିତ ବ୍ୟକ୍ତି ଯେ କୌଣସି ସ୍ଥାନରେ ଅଜାଣତରେ ଶୋଇପଡ଼େ। ଏଇ ଦୁଇ ସମସ୍ୟା ଥିବା ବ୍ୟକ୍ତିଙ୍କ ମସ୍ତିଷ୍କରେ ଆବଶ୍ୟକ ଅନୁସାରେ ହାଇପୋକ୍ରିଟିନ ରାସାୟନିକ ପଦାର୍ଥ ନଥାଏ। ଏହି ରାସାୟନିକ ପଦାର୍ଥ ମସ୍ତିଷ୍କକୁ ସଚେତନ ଏବଂ ନିୟନ୍ତ୍ରଣ କରିଥାଏ। ହାଇପୋକ୍ରିଟିନ ନିଦ ଆସିବା ଏବଂ ହସିବା, କାନ୍ଦିବା ସମୟକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ତେଣୁ ଏଥିରେ ବ୍ୟତିକ୍ରମ ଦେଖାଗଲେ କାଟାପ୍ଲେକ୍ସି ଡିସଅର୍ଡର ଦେଖାଯାଇଥାଏ।

କାଟାପ୍ଲେସିର ଲକ୍ଷଣ (Symptoms of cataplexy in odia)

କାଟାପ୍ଲେସିର ଲକ୍ଷଣ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଭିନ୍ନ ହୋଇପାରେ। ଅଧିକାଂଶ କିଶୋର କିମ୍ୱା ବୟସ୍କମାନଙ୍କ ନିକଟରେ କାଟାପ୍ଲେସିର ଲକ୍ଷଣ ଦେଖିବାକୁ ମିଳିଥାଏ।

ବାରମ୍ବାର ଆଖିପତା ପକାଇବା

କୌଣସି କାରଣ ନଥାଇ ହସିବା

ବେକ ମାଂସପେଶୀ ଦୁର୍ବଳତା ହେତୁ ମୁଣ୍ଡ ବଙ୍କା ହୋଇଯିବା

ସବୁ ସମୟରେ ଶୋଇ ରହିବା

କାଟାପ୍ଲେସି ଡିସଅର୍ଡର ଆମ ଶରୀରର କେତେକ କାର୍ଯ୍ୟକଳାପ କିମ୍ବା ଭାବନା ସହ ଜଡ଼ିତ ହୋଇଥାଏ। ଉତ୍ସାହ, ଖୁସି, ଚାପ, ଭୟ, କ୍ରୋଧ ଏବଂ ହସରେ ପରିବର୍ତ୍ତନ ଆସିଲେ ତାହାକୁ କାଟାପ୍ଲେସି ଡିସଅର୍ଡର ବୋଲି କୁହାଯାଇଥାଏ। ଅଧିକ ହସିବା କିମ୍ଵା ଖୁସି ହେବା ଯୋଗୁଁ କାଟାପ୍ଲେସି ଡିସଅର୍ଡର ହୋଇପାରେ। ଏହି ସମସ୍ୟା ସମସ୍ତଙ୍କ ନିକଟରେ ଦେଖିବାକୁ ମିଳିନଥାଏ।

cataplexyକାଟାପ୍ଲେସିର କାରଣ (Causes of cataplexy in odia)

ହାଇପୋକ୍ରିଟିନ ନାମକ ଏକ ରାସାୟନିକ ପଦାର୍ଥ ମସ୍ତିଷ୍କର କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ରଖିଥାଏ। ଏହି ରାସାୟନିକ ପଦାର୍ଥର ବ୍ୟତିକ୍ରମ ଘଟିଲେ ମନୁଷ୍ୟ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିପାରେ ନାହିଁ। ତେଣୁ ଆବଶ୍ୟକଠାରୁ ହସିବା ଯୋଗୁଁ ଶରୀରରେ ପକ୍ଷାଘାତ ଭଳି ଅନେକ ସମସ୍ୟା ଦେଖାଦେଇଥାଏ। ଅଧିକ କ୍ରୋଧ ଏବଂ ଚାପ କାଟାପ୍ଲେସି ଡିସଅର୍ଡରର କାରଣ ହୋଇଥାଏ। ଏହି ରାସାୟନିକ ପଦାର୍ଥ ଆପଣଙ୍କୁ ଜାଗ୍ରତ ରଖିବାରେ ସାହାଯ୍ୟ କରେ ଏବଂ ଆପଣଙ୍କର ଶୋଇବା ଚକ୍ରକୁ ମଧ୍ୟ ନିୟନ୍ତ୍ରଣ କରେ।

କାଟାପ୍ଲେସି ଡିସଅର୍ଡର ଜଟିଳତା (Complications of cataplexy in odia)

ଅତ୍ୟଧିକ ହସିବା, କାନ୍ଦିବା ଏବଂ କ୍ରୋଧ କରିବା ଫଳରେ ହାର୍ଟ ଉପରେ ଏହା ପ୍ରଭାବ ପକାଇଥାଏ। ଯଦ୍ୱାରା ହୃଦଘାତ ଭଳି ସମସ୍ୟା ହେବାର ଆଶଙ୍କା ରହିଥାଏ। କାଟାପ୍ଲେସି ଡିସଅର୍ଡରରେ ଶିକାର ଅଧିକାଂଶ ବ୍ୟକ୍ତି ସଙ୍ଗେ ସଙ୍ଗେ ରାଗିଯାଆନ୍ତି। ସେହି ମୁହୂର୍ତ୍ତରେ ସେମାନେ ଅଜାଣତରେ ଅନେକ ଭୁଲ କରି ଦେଇଥାଆନ୍ତି। କାର ଚଳାଉଥିବା କିମ୍ବା ମେସିନ ଅପରେଟିଂ କରୁଥିବା ସମୟରେ ଏଭଳି ସମସ୍ୟା ଗୁରୁତର ସ୍ଥିତି ସୃଷ୍ଟି କରିଥାଏ।

କୌଣସି କାରଣ ନଥାଇ ଅଧିକ ହସିବା ଯୋଗୁଁ ଅନ୍ୟକୁ କଷ୍ଟ ଲାଗିପାରେ। ଯାହା ଫଳରେ ସାମାଜିକ ସମ୍ପର୍କରେ ମଧ୍ୟ ତିକ୍ତତା ଆସିଯାଏ। ନିଦରେ ନିୟନ୍ତ୍ରଣ ନ ରହିବା କାରଣରୁ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସମସ୍ୟା ଦେଖାଯାଇଥାଏ। ନିମ୍ନ ସ୍ତରର ହାଇପୋକ୍ରିଟିନ ରହିବା ଯୋଗୁଁ ଓଜନ ବୃଦ୍ଧି ଏବଂ ମୋଟାପଣ ଦେଖାଯିବାର ଆଶଙ୍କା ରହିଛି। ମେଦବହୁଳତା ଯୋଗୁଁ ଉଚ୍ଚ ରକ୍ତଚାପ, ଷ୍ଟ୍ରୋକ ଏବଂ ହୃଦରୋଗ ଭଳି ସମସ୍ୟା ହୋଇପାରେ।

cataplexyକାଟାପ୍ଲେକ୍ସିର ଚିକିତ୍ସା (Treatment of cataplexy in odia)

କାଟାପ୍ଲେସି ଡିସଅର୍ଡରର ଚିକିତ୍ସା ପାଇଁ ରୋଗୀକୁ କ୍ଲୋମିପ୍ରାମାଇନ୍ (ଆନାଫ୍ରାନିଲ୍) ଭଳି ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ ଔଷଧ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥାଏ। ସିଲେକ୍ଟିଭ୍ ସେରୋଟୋନିନ୍ ଅପ୍ଟେକ୍ ରେନଇନହିବିଟର୍ସ, ଫ୍ଲୁକ୍ସେଟାଇନ୍ (ପ୍ରୋଜାକ) କିମ୍ବା ଭେନଲାଫ୍ୟାକ୍ସାଇନ ଭଳି ମେଡିସିନ ଖାଇବାକୁ ଦିଆଯାଇଥାଏ। ସୋଡିୟମ୍ ଅକ୍ସିବେଟ୍ (ଜାଇରେମ୍) ଯାହା ଦିନରେ ଉଭୟ କାଟାପ୍ଲେସି ଏବଂ ନିଦ୍ରା ଜନିତ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ।

ପ୍ରତିକାର (Prevention of cataplexy in odia)

ଆପଣଙ୍କ ପରିସ୍ଥିତି ବାବଦରେ ଅନ୍ୟକୁ ବୁଝାଇବାକୁ ଚେଷ୍ଟା କରନ୍ତୁ।

ନିୟମିତ ଯୋଗ ଏବଂ ଶାରୀରିକ ବ୍ୟାୟମ କରନ୍ତୁ।

ଏକା ଗାଡ଼ି ଚଳାନ୍ତୁ ନାହିଁ। ସାଙ୍ଗରେ ଅନ୍ୟ ଜଣଙ୍କୁ ନେବା ପାଇଁ ଚେଷ୍ଟା କରନ୍ତୁ।

ଭଲ ନିଦ୍ରାରେ ଶୋଇବା ପାଇଁ ଚେଷ୍ଟା କରନ୍ତୁ।

ନିଜ ଭାବନା ଉପରେ ନିୟନ୍ତ୍ରଣ ଆଣନ୍ତୁ।

ଶାରିରୀକ ପରିଶ୍ରମ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ।