ପେଟର ଚର୍ବି କମେଇବାକୁ କିଏ ବା ନ ଚାହେଁ। ଆଜିକାଲି ପିଲାଠୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ପେଟର ଚର୍ବିକୁ ନେଇ ଚିନ୍ତିତ।

ଅତ୍ୟଧିକ ପେଟର ଚର୍ବି ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଏହା ଉଚ୍ଚ ରକ୍ତ ଶର୍କରା, ଉଚ୍ଚ କୋଲେଷ୍ଟ୍ରଲ, ଉଚ୍ଚ ରକ୍ତଚାପ, ଫ୍ୟାଟି ଲିଭର ଏବଂ ହୃଦଘାତ ଭଳି କେତେକ ଗୁରୁତର ରୋଗର କାରଣ ହୋଇପାରେ। ତେଣୁ ପେଟର ଚର୍ବି କମାଇବା ଜରୁରୀ।

ପେଟର ଚର୍ବିକୁ କମେଇବା ପାଇଁ କ୍ୟାଲୋରିକୁ ସୀମିତ କରିବାକୁ ପଡ଼ିବ ଏବଂ ନିୟମିତ ବ୍ୟାୟାମ କରିବା ମଧ୍ୟ ଜରୁରୀ। ଆସନ୍ତୁ, ଜାଣିବା ପେଟର ଚର୍ବି କମ୍‌ କରିବା ପାଇଁ କେତେକ ବ୍ୟାୟାମ।

ହ୍ୱାଟ୍‌ସଆପ୍‌ରେ ମାଗଣାରେ ପାଆନ୍ତୁ ଓଡ଼ିଆ ଡିଜିଟାଲ ସ୍ୱାସ୍ଥ୍ୟ ମାଗାଜିନ୍‌। ଲିଙ୍କରେ କ୍ଲିକ୍‌ କରନ୍ତୁ:https://bit.ly/SubscribeToSwasthyaPlusOdia

କ୍ରଞ୍ଚେସ୍‌

ପେଟରୁ ଚର୍ବି କମେଇବା ପାଇଁ ସବୁଠାରୁ ସରଳ ଏବଂ ପ୍ରଭାବଶାଳୀ ବ୍ୟାୟାମ ହେଉଛି କ୍ରଞ୍ଚେସ୍‌। ଏହି ବ୍ୟାୟାମ କରିବା ଦ୍ୱାରା ପେଟ ଉପରେ ଚାପ ପଡ଼େ ଏବଂ ପେଟରୁ ଚର୍ବି କମିଥାଏ।

ଏହି ବ୍ୟାୟାମ କରିବା ପାଇଁ ତଳେ ମ୍ୟାଟ୍‌ ପକାଇ ସିଧା ଶୁଅନ୍ତୁ। ମୁଣ୍ଡର ପଛପଟେ ଦୁଇ ହାତ ରଖନ୍ତୁ। ଏବେ ମୁଣ୍ଡକୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ଉଠାଇ ରଖନ୍ତୁ। ଏବେ ଦୁଇ ଗୋଡ଼କୁ ଭାଙ୍ଗନ୍ତୁ, ଯେପରିକି ବାମ କହୁଣୀରେ ଡାହାଣ ଆଣ୍ଠୁ ଛୁଇଁବେ ଓ ଡାହାଣ କହୁଣୀରେ ବାମ ଆଣ୍ଠୁକୁ ଛୁଇଁବେ। ଏହାକୁ ତୀବ୍ର ଗତିରେ କରିବା ଦ୍ୱାରା ଲାଭପ୍ରଦ ହୋଇଥାଏ। ଏଭଳି ୨୦ ଥର କରନ୍ତୁ।

ଚାଲନ୍ତୁ

ଚାଲିବା ହେଉଛି ସବୁଠାରୁ ସରଳ ବ୍ୟାୟାମ। ଏହା ପେଟର ଚର୍ବି ହ୍ରାସ କରିବାରେ ଓ ଫିଟ୍‌ ରହିବାରେ ସାହାଯ୍ୟ କରିଥାଏ। ସନ୍ତୁଳିତ ଆହାର ଖାଇବା ସହ ଦ୍ରୁତ ଗତିରେ ଚାଲିବା ଦ୍ୱାରା ପେଟରୁ ଚର୍ବି କମିଥାଏ। ଏହା ସହିତ, ଏହା ଆପଣଙ୍କର ମେଟାବୋଲିଜିମ୍ ଏବଂ ହୃଦସ୍ପନ୍ଦନ ଉପରେ ଭଲ ପ୍ରଭାବ ପକାଇଥାଏ।

ଅଧିକ ପଢ଼ନ୍ତୁ: ପେଟରୁ ଚର୍ବି କମାଏ କପାଳଭାତି ପ୍ରାଣାୟାମ

ଜୁମ୍ବା

ଜୁମ୍ବା ହେଉଛି ଏକ ଡାନ୍ସ ଏକ୍ସରସାଇଜ୍‌। ଏହାକୁ ତୀବ୍ର ଗତିରେ କରାଯାଏ। ଏହାଦ୍ୱାରା କୋଲେଷ୍ଟ୍ରଲ ସ୍ତର କମେ, ରକ୍ତ ଶର୍କ୍ତରା କମିଥାଏ ଓ ପେଟରୁ ଚର୍ବି ମଧ୍ୟ କମିଥାଏ।

ସାଇକେଲ ଚାଳନା

ଜଙ୍ଘ, ଅଣ୍ଟା ଓ ପେଟରୁ ଚର୍ବି କମେଇବା ପାଇଁ ସାଇକେଲ ଚାଳନା ବେଶ୍‌ ଲାଭଦାୟକ।

ସପ୍ତାହକୁ ୫ ଦିନ ଏହିସବୁ ବ୍ୟାୟାମ କରନ୍ତୁ। ବ୍ୟାୟାମ କରିବା ସହ ସନ୍ତୁଳିତ ଖାଦ୍ୟ ସେବନ କରନ୍ତୁ।