ଅନେକ ସମୟରେ କୌଣସି ଲକ୍ଷଣ ନଥାଇ ମଧ୍ୟ ଶରୀରରେ କଷ୍ଟ ଅନୁଭବ ହୋଇଥାଏ। ଏପରି ଯନ୍ତ୍ରଣା ହେବା କ’ଣ ସମ୍ଭବ। ହଁ, ଏହି ଯନ୍ତ୍ରଣା କୌଣସି ମାନସିକ ସମସ୍ୟାର ଲକ୍ଷଣ ହୋଇଥାଏ।

depression

ଅଧିକ ପଢ଼ନ୍ତୁ: ମାନସିକ ବିକୃତିର ଲକ୍ଷଣ ଜାଣିଲେ ସିନା ଏଥିରୁ ମୁକୁଳିବେ

ଅଧିକାଂଶ ସମୟରେ ଆମ ଦେହ ହାତ ଯନ୍ତ୍ରଣା ହୋଇଥାଏ। ଏହାର ପ୍ରକୃତ କାରଣ ବାବଦରେ ଆମେ ଅବଗତ ନ ଥାଉ। ଏଭଳି ସମସ୍ୟାକୁ ଡାକ୍ତରୀ ଭାଷାରେ ସୋମାଟୋଫର୍ମ ଡିସଅର୍ଡର କୁହାଯାଏ। ସୋମାଟୋଫର୍ମ ଶବ୍ଦ ‘ସୋମା’ରୁ ଆସିଛି ଯାହାର ଅର୍ଥ ଶରୀର। ସୋମାଟୋଫର୍ମ ରୋଗ ଏକ ମାନସିକ ସମସ୍ୟା ଯେଉଁଥିରେ ବିଭିନ୍ନ ଶାରୀରିକ ଲକ୍ଷଣ ଦେଖାଯାଇଥାଏ। ବ୍ୟକ୍ତି ସୁସ୍ଥ ରହିବା ପାଇଁ ଉଭୟ ମାନସିକ ଏବଂ ଶାରୀରିକ ଭାବେ ସୁସ୍ଥ ରହିବାକୁ ପଡ଼ିଥାଏ। ଯେତେବେଳେ ଉଭୟ ମଧ୍ୟରେ ସମନ୍ୱୟ ନଷ୍ଟ ହୋଇଯାଏ ସେତେବେଳେ ବିନା ରୋଗରେ ଲକ୍ଷଣ ଦେଖାଯାଇଥାଏ। ଯାହାକୁ ସୋମାଟିକ ଲକ୍ଷଣ ବ୍ୟାଧି ବା ସୋମାଟାଇଜେସନ୍ ଡିସଅର୍ଡରବୋଲି କୁହାଯାଏ।

ସାଧାରଣତଃ ସୋମାଟୋଫର୍ମ ଡିସଅର୍ଡର ଯୁବାବସ୍ଥାରୁ ଆରମ୍ଭ ହୋଇଥାଏ। ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଏହି ସୋମାଟୋଫର୍ମ ଡିସଅର୍ଡର ୧୦ ଗୁଣ ଅଧିକ ଦେଖାଯାଇଥାଏ। ଏହି ରୋଗର ଲକ୍ଷଣ ଦୀର୍ଘ ଦିନ ପର୍ଯ୍ୟନ୍ତ ଲାଗି ରହିଥାଏ। ରୋଗର ଲକ୍ଷଣର ତୀବ୍ରତା କମ ବେଶୀ ହେଉଥାଏ ମାତ୍ର ରୋଗୀ ଆରୋଗ୍ୟ ପାଇଁ ଚିକିତ୍ସାର ଆବଶ୍ୟକ ରହିଛି।

depression

ଅଧିକ ପଢ଼ନ୍ତୁ: ଔଷଧର ଅଧିକ ବ୍ୟବହାର ଯୋଗୁଁ ହୋଇପାରେ ଡିପ୍ରେସନ

ସୋମାଟୋଫର୍ମ ଡିସଅର୍ଡରର ଲକ୍ଷଣ (symptoms of somatoform disorder in odia)

ସାଧାରଣତଃ ସୋମାଟୋଫର୍ମ ଡିସଅର୍ଡର ୩୦ ବର୍ଷରୁ ଧୀରେ ଧୀରେ ଆରମ୍ଭ ହୋଇଥାଏ। ଦୀର୍ଘ ଦିନ ପର୍ଯ୍ୟନ୍ତ ଅନେକ ଶାରୀରିକ ଲକ୍ଷଣ ଲାଗି ରହିଥାଏ। ଏହା ଦ୍ୱାରା ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ପ୍ରଭାବିତ ହୋଇଥାଏ।

ହାତ ଗୋଡ଼ ଏବଂ ପେଟ ବ୍ୟଥା ହେବା

ଅଣ୍ଟା,ବେକ ଓ କାନ୍ଧ ବିନ୍ଧିବା

ମୁଣ୍ଡ ବିନ୍ଧା ଅନେକ ଦିନ ପର୍ଯ୍ୟନ୍ତ ଲାଗି ରହିବା

ପେଟରେ ଗ୍ୟାସ ହେବା ସହ ପେଟ ଫୁଲିବା

ପତଳା ଝାଡ଼ା ଏବଂ ବାନ୍ତି ହେବା

ବଦହଜମି ହେବା ଏବଂ କୋଷ୍ଠକାଠିନ୍ଯ ଲାଗି ରହିବା

ସ୍ନାୟୁ ସମ୍ବନ୍ଧୀୟ ସମସ୍ୟା

ଠିକ ଭାବେ ପରିସ୍ରା ନ ହେବା

କିଛି କାମ ନ କରି ହାଲିଆ ଲାଗିବା

ଅଜବ ପ୍ରକାର କଥା କହିବା

depression

ଅଧିକ ପଢ଼ନ୍ତୁ: ଅତ୍ୟଧିକ ଭିଟାମିନଯୁକ୍ତ ଖାଦ୍ୟ କାରଣରୁ ହୋଇପାରେ ମାନସିକ ଅବସାଦ

ଅନେକ ଲୋକ ପେଟ ଭିତରେ କ’ଣ ଚାଲିଯାଉଛି, ଅଧିକ ଥଣ୍ଡା କିମ୍ବା ଗରମ ଲାଗୁଛି ଏବଂ ଦେହ ଜଳାପୋଡ଼ା ହେଉଛି ବୋଲି କହିଥାନ୍ତି। ଅନେକ ଘରୋଇ ଉପଚାର ପରେ ମଧ୍ୟ ଆଶ୍ୱସ୍ତି ଲାଭ କରି ପାରନ୍ତି ନାହିଁ। ରୋଗୀ ଏସବୁ ସମସ୍ୟାକୁ ନେଇ ବ୍ୟସ୍ତ ବିବ୍ରତ ହୋଇପଡ଼େ। ଛୋଟ ଛୋଟ ଶାରୀରିକ ଲକ୍ଷଣକୁ ଗୁରୁତର ରୋଗ ବୋଲି ଭାବି ଚିନ୍ତିତ ହୋଇଥାଏ। ଡାକ୍ତରଙ୍କ ପରାମର୍ଶ ପରେ ମଧ୍ୟ ସେ ନିଜ ସମସ୍ୟାକୁ ନେଇ ଅଧିକ ଚିନ୍ତାଗ୍ରସ୍ତ ହୋଇପଡ଼େ। ଅନେକ କ୍ଷେତ୍ରରେ ଏପରି ହେବା ଯୋଗୁଁ ଲୋକମାନେ ନିଶାଦ୍ରବ୍ୟ ସେବନ କରିବା ଆରମ୍ଭ କରିଦିଅନ୍ତି। ଫଳରେ ରୋଗୀ ଅଧିକ ରୋଗଗ୍ରସ୍ତ ହୋଇପଡ଼େ।