ସେଲଫି ନେବା ଆଜିକାଲି ଏକ ଟ୍ରେଣ୍ଡ ଭାବେ ପରିଣତ ହେଲାଣି। କିନ୍ତୁ ଅତ୍ୟଧିକ ସେଲଫି ନେବା ଦ୍ୱାରା ମୁହଁରେ କମ ବୟସରୁ କୁଞ୍ଚନ ପଡ଼ିଯିବା ସହ ଚର୍ମ କର୍କଟ ମଧ୍ୟ ଦେଖାଦେଉଛି।

ବର୍ତ୍ତମାନ ସମୟରେ ସେଲଫି ସବୁ ବର୍ଗର ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି। ଛୁଆଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ସେଲଫିକୁ ନେଇ ବେଶ ଉତ୍ସାହିତ। କିନ୍ତୁ ଏହି ସେଲଫି ମୁହଁର ତ୍ୱଚା ଉପରେ କୁପ୍ରଭାବ ପକାଇ ଥାଏ। ଅତ୍ୟଧିକ ସେଲଫି ଦ୍ୱାରା ବ୍ୟକ୍ତିଙ୍କ ଚେହେରା ମଳିନ ପଡ଼ିଯାଇଥାଏ।

ବାରମ୍ବାର ସେଲଫି ନେବା ଫଳରେ ତାହା ଚେହେରା ତଥା ମୁଖମଣ୍ଡଳରେ ଖରାପ ପ୍ରଭାବ ପକାଇଥାଏ। ଯାହା ଫଳରେ ମୁହଁ ଚର୍ମ କୁଞ୍ଚିତ ହେବାର ହୋଇଯାଇଥାଏ। ଏହି କାରଣରୁ ବ୍ୟକ୍ତି କମ ବୟସରେ ହିଁ ଅଧିକ ବୟସ୍କ ବା ବୟସ୍କା ଦେଖା ଯାଇପାରନ୍ତି।

ଆପଣ ବ୍ୟବହାର କରୁଥିବା ମୋବାଇଲ, ଲାପଟପ ଓ ଟାବଲେଟରୁ ଏଚଇଭି ରଶ୍ମି ତଥା ହାଇ ଏନର୍ଜି ଭିଜିବୁଲ ଲାଇଟ ନିର୍ଗତ ହୁଏ ଯାହାକି ୟୁବିଏ ଓ ୟୁବିଭି ଲାଇଟ ଭଳି କ୍ଷତିକାରକ ହୋଇଥାଏ। ଏହି ଏଚଇଭି ଲାଇଟ ଯୋଗୁଁ ମୁହଁର ଚର୍ମ ଉପରେ କୁଞ୍ଚନ ଆସିଯାଏ।

ମୋବାଇଲରୁ ଆସୁଥିବା ବ୍ଲୁ-ରେ ବା ନୀଳ ଆଲୋକ ପ୍ରଭାବରେ କେବଳ ମୁହଁର ଚର୍ମ ନୁହେଁ ଶରୀରର ଅନ୍ୟ ଚର୍ମ ରୋଗ ମଧ୍ୟ ହୋଇଥାଏ।

ଚେହେରାରେ ଉଜ୍ଜ୍ୱଳତା ଆଣିବା ପାଇଁ ଫୋନରେ ଧଳା ଏଲଡି ବ୍ୟବହାର କରାଯାଏ। ବାରମ୍ବାର ସେଲଫି ନେବା କାରଣରୁ ଏହି ଲାଇଟ ମୁହଁରେ ପଡ଼ି ତ୍ୱଚାର ପ୍ରାକୃତିକ ଚମକ କମ କରିଦେଇଥାଏ।

ମୋବାଇଲରୁ ଆସିଥିବା ଆଲୋକରେ ଏକ ପ୍ରକାର ଚୁମ୍ବକୀୟ ଗୁଣ ରହିଛି। ଏହି ଚୁମ୍ବକୀୟ ଗୁଣ ମୁହଁର ଚର୍ମରେ ଥିବା ମିନେରାଲ ସଂସ୍ପର୍ଶରେ ଆସି କଳା ଦାଗ ଏବଂ ପ୍ୟାଚେସ ସୃଷ୍ଟି କରେ।

ମୋବାଇଲରେ ଥିବା ଲାଲ ଭିଜୁଆଲ ଲାଇଟ ଦ୍ବାରା କୋଲାଜେନ ସିନ୍ଥେସିସ କରାଉ ଥିବା କୋଷ ସଂଖ୍ୟା ବୃଦ୍ଧି ହୋଇଥାଏ। କୋଲାଜେନ ମୁୁହଁ ଚର୍ମରେ ଥିବା ମେଲାଟୋନିନକୁ ନଷ୍ଟ କରିଦେଇଥାଏ। ଯାହା ଫଳରେ ମୁହଁରେ ଅତି ଶୀଘ୍ର କୁଞ୍ଚ କୁଞ୍ଚ ପଡ଼ିଯାଏ।

ମୋବାଇଲରୁ ଆସୁଥିବା ନୀଳ ରଶ୍ମି ଦ୍ୱାରା ମୁହଁରେ ଏକ ପ୍ରକାର ପ୍ରତିକ୍ରିୟାଶୀଳ ଅମ୍ଳଜାନ ସୃଷ୍ଟି ହୋଇଥାଏ ଯାହା ଚର୍ମକୁ ନଷ୍ଟ କରିଦିଏ ଏବଂ ମୁହଁରେ କଳାଦାଗ କରାଏ। ଚର୍ମ କର୍କଟ ମଧ୍ୟ କରାଇଥାଏ।

ମନୋପୋଡ ବ୍ୟବହାର କରନ୍ତୁ

ସ୍ମାର୍ଟଫୋନର କ୍ୟାମେରାଠାରୁ ଦୂରରେ ରହି ଫଟୋ ଉଠାଇବା ପାଇଁ ମୋନପୋଡ ବ୍ୟବହାର କରନ୍ତୁ। ଏହା ଦ୍ୱାରା ଚର୍ମ ସଂସ୍ପର୍ଶରେ ଆସୁଥିବା ଆଲୋକର ତୀବ୍ରତାକୁ ଯଥେଷ୍ଟ କମାଇ ଦେଇଥାଏ।

ମୁହଁରେ ସନସ୍କ୍ରିମ ଲଗାନ୍ତୁ

ମୁହଁରେ ସନସ୍କ୍ରିନ ଲଗାଇବା ଫଳରେ ବାହାରର ଆଲୋକ ସିଧାସଳଖ ମୁହଁରେ ପଡ଼ିପାରେ ନାହିଁ। ତେଣୁ ସେଲଫି ନେବା ସମୟରେ ଏହି କ୍ରିମର ବ୍ୟବହାର ଚର୍ମକୁ ସୁରକ୍ଷିତ ରଖିପାରିବ।

କ୍ୟାମେରାରେ ଫଟୋ ଉଠାନ୍ତୁ

ମୋବାଇଲରେ ସେଲଫି ନେବା ସମୟରେ ମୁହଁ ଏବଂ ମୋବାଇଲ ମଧ୍ୟରେ ବହୁତ କମ ଦୂରତା ରହିଥାଏ। ମାତ୍ର କ୍ୟାମେରାକୁ ଆପଣ ଦୂରରେ ରଖି ମଧ୍ୟ ଫଟୋ ଉଠାଇ ପାରିବେ। ଏପରି କରିବା ଦ୍ୱାରା ମୁହଁର ଚର୍ମରେ ଆଲୋକ ସିଧାସଳଖ ପଡ଼ିପାରିବ ନାହିଁ ଏବଂ ଆପଣଙ୍କ ତ୍ୱଚାରେ ଚମକ ବଜାୟ ରହିବ।