ଯଦି ଆପଣ ଦିନସାରା ଅଳସୁଆ ଓ ଥକ୍କା ଅନୁଭବ କରନ୍ତି, ତେବେ ସକାଳୁ ଉଠିବା ପରେ ଏହିସବୁ ସ୍ୱାସ୍ଥ୍ୟକର ଟିପ୍ସ ଆପଣାନ୍ତୁ।

banana

ପ୍ରାୟ ଲୋକ ରାତିରେ ୭ରୁ ୮ ଘଣ୍ଟା ଶୋଇବା ପରେ ବି ଅଳସୁଆ ଅନୁଭବ କରନ୍ତି। ଏଣୁ, ସେମାନେ ଦିନ ସାରା ଚା’ ଓ କଫି ପିଇ ନିଜ ଅଳସ ଭାଙ୍ଗିବାକୁ ଚେଷ୍ଟା କରନ୍ତି। କିନ୍ତୁ, ଆପଣ ଯଦି ପ୍ରତିଦିନ ସକାଳୁ କିଛି ନିତ୍ୟକର୍ମରେ ପରିବର୍ତ୍ତନ ଆଣିବେ, ତେବେ ଆପଣ ଦିନସାରା ପୂର୍ତ୍ତି ଅନୁଭବ କରିବେ।

ଆପଣ ଯଦି ସକାଳୁ ଉଠିବା ପରେ ଖାଲିପେଟରେ ଚା’, କଫି ପିଉଛନ୍ତି, ତେବେ ଏହାକୁ ବନ୍ଦ କରନ୍ତୁ। ଉଠିବାର ୨୦ ମିନିଟ୍‌ ମଧ୍ୟରେ ଗୋଟେ ଗ୍ଲାସ୍‌ ସାଧା ପାଣି ପିଅନ୍ତୁ।

ପାଣି ପିଇବା ପରେ ନିଜ ସକାଳ କଦଳୀ ବା କୌଣସି ଫଳରୁ ଆରମ୍ଭ କରନ୍ତୁ। ନଚେତ୍‌ ଆପଣ ସକାଳୁ ପୂର୍ବ ରାତିରେ ପାଣିରେ ଭିଜା ହୋଇଥିବା କିସ୍‌ମିସ୍‌ ବି ଖାଇପାରିବେ। ଏହାର ୧୦ ବା ୧୫ ମିନିଟ୍‌ ପରେ ଚା’ କିମ୍ବା କଫି ପିଇପାରିବେ।

raisins

ପୁଷ୍ଟି ବିଶେଷଜ୍ଞ ରୁଜୁତା ଦ୍ୱିବେଦକରଙ୍କ ଅନୁସାରେ, ସକାଳେ ପ୍ରଥମେ କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଭଲ। ବଦ୍‌ହଜମୀ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଏହା ଲାଭଦାୟକ।

ଏହାଛଡ଼ା ଆପଣ ରାତିରେ ଆଲମଣ୍ଡ ପାଣିରେ ବତୁରାଇ ଦେବେ। ତା’ ପରଦିନ ସକାଳୁ ଏହାକୁ ଖାଇବେ। ଯେଉଁ ମହିଳାଙ୍କର ପିସିଓଡି ବା ନିଦ୍ରାହୀନତା ସମସ୍ୟା ରହିଛି, ଆଲମଣ୍ଡ ଖାଇବା ଦ୍ୱାରା ଲାଭ ମିଳିଥାଏ।

ଏହାପରେ ଯୋଗ କିମ୍ବା ବ୍ୟାୟାମ ୩୦ ମିନିଟ୍‌ ପାଇଁ କରିବା ଆବଶ୍ୟକ। ଯଦି ସକାଳୁ ଆପଣ ବ୍ୟାୟାମ କରୁ ନାହାନ୍ତି, ତେବେ ଆପଣ ପ୍ରଥମ ଭୋଜନ ଖାଇବାର ୧ ଘଣ୍ଟା ପରେ ବ୍ରେକଫାଷ୍ଟ କରିପାରିବେ।

ଏହି ପଦ୍ଧତିରେ ଆପଣ ଦିନ ଆରମ୍ଭ କଲେ, ଆପଣଙ୍କୁ ଦିନସାରା ଫୁର୍ତ୍ତି ଲାଗିବ।