corona mental health 2

କୋଭିଡ୍‌ ଜନିତ ଭୟ ସମସ୍ତଙ୍କର ମାନସିକ ଚାପକୁ ଅନେକ ପରିମାଣରେ ବଢ଼ାଇ ଦେଇଛି। ଏସବୁ କାରଣରୁ ଅବସାଦ, ଉଦ୍‌ବେଗ, ନିଦ୍ରାହୀନତା ଆଦି ମାନସିକ ଅସୁସ୍ଥତା ଦେଖାଦେଉଛି। ତେବେ କୋଭିଡ୍‌ରୁ ସୁସ୍ଥ ହେବା ପରେ ମାନସିକ ସ୍ୱାସ୍ଥ୍ୟର ଯତ୍ନ କିଭଳି ନେବେ ଜାଣିରଖନ୍ତୁ।

ମନ ସର୍ବଦା ଖୁସି ରଖନ୍ତୁ। କୌଣସି ପରିସ୍ଥିତିରେ ବିଚଳିତ ନ ହୋଇ ଧୈର୍ଯ୍ୟ ରଖନ୍ତୁ।

ନିଜ ପ୍ରିୟ ଜନ ଓ ସାଙ୍ଗସାଥୀଙ୍କ ସହ ଫୋନ୍‌ରେ କଥା ହୁଅନ୍ତୁ।

ପଢ଼ାପଢ଼ି, ଲେଖାଲେଖି ଭଳି କାର୍ଯ୍ୟରେ ମନୋନିବେଶ କରନ୍ତୁ।

ବଗିଚା କାମ ଆଦି କରନ୍ତୁ।

ଠିକ୍‌ ସମୟରେ ଶୁଅନ୍ତୁ, ଠିକ୍‌ ସମୟରେ ଉଠନ୍ତୁ।

ଯୋଗ, ପ୍ରାଣାୟାମ ଓ ବ୍ୟାୟାମ କରନ୍ତୁ।