ବର୍ଷାଦିନେ ଥଣ୍ଡା ସର୍ଦ୍ଦି ଆଦି ରୋଗର ଆଶଙ୍କା ଅଧିକ ଥାଏ। ତେବେ ଏବି ସମୟରେ ନିଜ ଖାଇବା ପିଇବାର ଯଥେଷ୍ଟ ଧ୍ୟାନ ରଖିବା ଆବଶ୍ୟକ। ଖାସ୍‌ କରି ବର୍ଷା ଦିନେ ଗରମାଗରମ ସୁପ୍‌ ପିଇବା ଦ୍ୱାରା ଶରୀରକୁ ଫୂର୍ତ୍ତି ଓ ଆରାମ ଲାଗିଥାଏ। ତେଣୁ, ବର୍ଷା ଦିନମାନଙ୍କରେ ଆପଣ ଘରେ ବାଦାମ ସୁପ୍‌ ପ୍ରସ୍ତୁତ କରି ପିଇପାରିବେ। ଏହା ସ୍ୱାଦିଷ୍ଟ ହେବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ପାଇଁ ହିତକର।

ଆବଶ୍ୟକୀସ ସାମଗ୍ରୀ– ବାଦାମ ମଞ୍ଜି ଦେଢ଼ କପ୍, କଟା ଟମାଟୋ ଦୁଇଟା, କଟା ପିଆଜ ଗୋଟିଏ, କର୍ଣ୍ଣଫ୍ଲୋର ଏକ ଚାମଚ, ଅଦା ରସୁଣ ପେଷ୍ଟ ଏକ ଛୋଟ ଚାମଚ, ଲେମ୍ବୁ ରସ ଏକ ଛୋଟ ଚାମଚ, ମିଶା ନିମ ପତ୍ର ୬ରୁ ୭ଟି, ଲୁଣ ଏବଂ ପାଣି

ଅଧିକ ପଢ଼ନ୍ତୁ: ପ୍ରସ୍ତୁତ କରନ୍ତୁ ସ୍ୱାସ୍ଥ୍ୟକର ବିଟ୍‌ରୁଟ୍‌ ହାଲଓ୍ୱା

ପ୍ରସ୍ତୁତି ପ୍ରଣାଳୀ-

-ପ୍ରଥମେ ଅଳ୍ପ ପାଣି ଏବଂ ବାଦାମକୁ ମିଶାଇ ଗ୍ରାଇଣ୍ଡ କରିଦିଅନ୍ତୁ। ବର୍ତ୍ତମାନ ଏହି ମିଶ୍ରଣରେ ଅଦା ରସୁଣ ପେଷ୍ଟ, ପିଆଜ, ଟମାଟୋ ଏବଂ ଲୁଣ ମିଶାଇ ପ୍ରେସର କୁକରରେ ଏକରୁ ଦୁଇଟି ସିଟି ମାରିଦିଅନ୍ତୁ।

-ବର୍ତ୍ତମାନ ଏହି ପେଷ୍ଟକୁ ଭଲଭାବରେ ମିକ୍ସ କରି ଛଣାରେ ଛାଣିଦିଅନ୍ତୁ। ଏବେ ଏକ ପାତ୍ରରେ ଦୁଇ ଚାମଚ ପାଣିରେ କର୍ଣ୍ଣଫ୍ଲୋର ମିଶାଇ ଘୋଳ ପ୍ରସ୍ତୁତ କରନ୍ତୁ।

-ଏବେ ଏକ ପ୍ୟାନରେ ତେଲ ଗରମ କରି ଏହି ମିଶ୍ରଣକୁ ପକାଇ ଫୁଟାନ୍ତୁ। ଗରମ ହେଲେ ଏଥିରେ କର୍ଣ୍ଣଫ୍ଲୋରର ଘୋଳ ମିଶାଇ ୫ରୁ ୬ ମିନିଟ୍ ଫୁଟିବାକୁ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ବାଦାମ୍‌ ସୁପ୍‌। ଏଥିରେ ଲେମ୍ବୁ ରସ ମିଶାଇ ଗରମାଗରମ ପରଷନ୍ତୁ।