ପଲ୍ଲବୀ ସାବତ

ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର ବିଟ୍‌ରୁଟ୍‌ ହାଲଓ୍ୱା ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ। ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକୀୟ ସାମଗ୍ରୀ

  • ବିଟ୍‌ରୁଟ୍‌ -୨ଟା
  • ଘିଅ – ୨ ଚାମଚ
  • କ୍ଷୀର – ୩୦୦ ଗ୍ରାମ୍‌
  • ଚିନି – ୧୦୦ ଗ୍ରାମ୍‌
  • କାଜୁବାଦାମ -୧୦ରୁ ୧୨ଟା
  • ଆଲମଣ୍ଡ – ୮ରୁ ୧୦ଟା
  • ଖିସ୍‌ମିସ୍‌ – ୧୦ଟା
  • ଗୁଜୁରାତି – ୨ଟା

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ୨ଟି ବିଟ୍‌କୁ ଭଲଭାବରେ ଧୋଇ ତା’ର ଚୋପା ଛଡ଼ାଇ ଦିଅନ୍ତୁ। ତା’ ପରେ ତାହାକୁ ଗ୍ରେଟର ସାହାଯ୍ୟରେ ଗ୍ରେଟ୍‌ କରିଦିଅନ୍ତୁ। ତା’ପରେ କାଜୁ ଓ ଆଲମଣ୍ଡକୁ ଏକ କଡ଼େଇ ପକାଇ ଧିମା ଆଞ୍ଚରେ ଭାଜି ଗୁଣ୍ଡ କରି ରଖନ୍ତୁ। ଗ୍ୟାସ୍‌ରେ ଏକ କଡ଼ାଇ ବସାଇ ୨ ଚାମଚ ଘିଅ ପକାନ୍ତୁ। ଘିଅ ଗରମ ହୋଇଗଲେ ଏଥିରେ ଗ୍ରେଟେଡ୍‌ ବିଟ୍‌ରୁଟ୍‌ ପକାଇ ଧିମା ଆଞ୍ଚରେ ୮ ମିନିଟ୍‌ ପାର୍ଯ୍ୟନ୍ତ ଭାଜନ୍ତୁ।

ତା’ପରେ ଏଥିରେ ୩୦୦ ଗ୍ରାମ୍‌ କ୍ଷୀର ପକାଇ ବହଳିଆ ହେବା ଯାଏଁ ଘାଣ୍ଟନ୍ତୁ। ବହଳିଆ ହୋଇଗଲେ ଏଥିରେ ଚିନି ୧୦୦ ଗ୍ରାମ୍‌ ପକାଇ ପାଣି ମରିବା ଯାଏଁ ପୁଣି ଘାଣ୍ଟନ୍ତୁ। ଯେତେବେଳେ ଏଥିରୁ ପାଣି ମରିଯିବ ସେତେବେଳେ ଏଥିରେ ଗୁଣ୍ଡ ହୋଇଥିବା କାଜୁ ଓ ଆଲମଣ୍ଡ ଏବଂ ଖିସ୍‌ମିସ୍‌ ପକାଇ ଗୋଳାନ୍ତୁ। ତା’ପରେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ ଏବଂ ପ୍ରସ୍ତୁତ ବିଟ୍‌ରୁଟ୍‌ ହାଲଓ୍ୱାକୁ ଏକ ପ୍ଲେଟ୍‌ରେ ନେଇ ଗରମ ଗରମ ଖାଆନ୍ତୁ।

ଅଧିକ ପଢ଼ନ୍ତୁ: କେମିତି ପ୍ରସ୍ତୁତ କରିବେ ଜାମୁକୋଳି ସରବତ?

ଫାଇଦା

ବିଟ୍‌ରୁଟ୍‌ ହାଲଓ୍ୱା ଖାଇବା ଦ୍ୱାରା ବ୍ଲଡ୍‌ପ୍ରେସର ବା ଉଚ୍ଚରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।

ଶରୀରରେ ରକ୍ତସଞ୍ଚାଳନ ଭଲରେ ହୋଇଥାଏ।

ଏହା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

ହଜମ ଶକ୍ତି ବୃଦ୍ଧି ପାଇଥାଏ।

ଅନେମିଆ ଭଳି ସମସ୍ୟା ଦୂର ହୋଇଥାଏ।