ଅଧିକ ପଢ଼ନ୍ତୁ: ଓଜନ ନିୟନ୍ତ୍ରଣ ପାଇଁ ଖାଆନ୍ତୁ ମୁଗ ଡାଲି ସୁପ୍‌, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ


ଦିନର ପ୍ରାରମ୍ଭରେ ଶରୀର ଆବଶ୍ୟକ କରେ ସ୍ୱାସ୍ଥ୍ୟକର ଜଳଖିଆ। ଏହି ସମୟରେ ଆପଣ ଖାଇଥିବା ଖାଦ୍ୟ ଆପଣଙ୍କୁ ପୁରାଦିନ ସତେଜତା ପ୍ରଦାନ କରିଥାଏ। ତେଣୁ ବ୍ରେକଫାଷ୍ଟ ସ୍ୱାଦଯୁକ୍ତ ହେବା ସହ ସ୍ୱାସ୍ଥ୍ୟକର ହେବା ଆବଶ୍ୟକ।

ସ୍ୱାସ୍ଥ୍ୟକର ବ୍ରେକ୍‌ଫାଷ୍ଟ ପାଇଁ ଆପଣ ଓଟ୍ସରେ ପ୍ରସ୍ତୁତ ଇଡ୍‌ଲି ତିଆରି କରି ଖାଇପାରିବେ। ଓଟ୍ସରେ ଭରପୂର ମାତ୍ରାରେ ଫାଇବର ଥାଏ, ଯାହାଫଳରେ ଆପଣଙ୍କୁ ବେଶୀ ସମୟ ଯାଏଁ ଭୋକ ଲାଗିନଥାଏ, ଯାହାକି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହାଛଡ଼ା ଓଟ୍ସ ପାଚନ ପ୍ରକ୍ରିୟାକୁ ତ୍ୱରିତ କରିଥାଏ। ଶରୀରକୁ ହାଲୁକା ଅନୁଭବ କରାଇବା ସହ ସତେଜ ରଖେ। ତେବେ ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ଓଟ୍ସ ଇଡ୍‌ଲି।

ଆବଶ୍ୟକୀୟ ସାମଗ୍ରୀ- ଓଟ୍ସ୍, ଦହି, ସୋରିଷ, ସୋଲା ଡାଲି, ଚଣା ଡାଲି, ତେଲ, କଞ୍ଚା ଲଙ୍କା, ଗାଜର, ଧଣିଆପତ୍ର, ହଲଦୀ ପାଉଡର, ଲୁଣ

ଅଧିକ ପଢ଼ନ୍ତୁ: ସ୍ୱାଦ ଓ ପୋଷଣରେ ଭରପୂର ଓଟ୍ସ୍‌ ଉପମା – ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ

ପ୍ରସ୍ତୁତି ପ୍ରଣାଳୀ-

-ପ୍ରଥମେ ଗୋଟିଏ ପ୍ୟାନରେ ଓଟ୍ସ୍ ଭାଜନ୍ତୁ। ଟିକେ କ୍ରଞ୍ଚି ହେବା ପରେ ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ। ଏହା ପରେ ଏହାକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ।

-ବର୍ତ୍ତମାନ ଆଉ ଏକ ପ୍ୟାନରେ ତେଲ ଗରମ କରି ସେଥିରେ ସୋରିଷ, ସୋଲା ଡାଲି, ଚଣା ଡାଲି ପକାଇ ଭାଜନ୍ତୁ। ଏହାପରେ ଏଥିରେ ଧଣିଆପତ୍ର, କଞ୍ଚା ଲଙ୍କା, ଚୁନ୍‌ଚୁନ୍‌ କଟା ହୋଇଥିବା ଗାଜର ପକାଇ ଗୋଟିଏରୁ ଦୁଇ ମିନିଟ୍ ଭାଜନ୍ତୁ।

-ଏସବୁ ଭଲକରି ଭାଜି ହୋଇଯିବା ପରେ ଏଥିରେ ପୂର୍ବରୁ ଗ୍ରାଇଣ୍ଡିଂ ହୋଇଥିବା ଓଟ୍ସ୍ ଏବଂ ଦହି ମିଶାନ୍ତୁ।

-ଭଲ କରି ମିଶିବା ପରେ ଏହାକୁ ୧୫ ମିନିଟ୍ ପାଇଁ ଥଣ୍ଡା ହେବାକୁ ଦିଅନ୍ତୁ।

-ଇଡ୍‌ଲି ଛାଞ୍ଚ ପ୍ରସ୍ତୁତ କରି ଏଥିରେ ହାଲୁକା ତେଲ ଲଗାନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ଓଟ୍ସ୍ ମିଶ୍ରଣରେ ଇନୋ ମିଶାଇ ଗୋଲାଇ ଦିଅନ୍ତୁ ଓ ଇଡ୍‌ଲି ଛାଞ୍ଚରେ ମିଶ୍ରଣକୁ ରଖନ୍ତୁ। କୁକରରେ ୧୫ ମିନିଟ ଯାଏଁ ସିଝିବାକୁ ଦିଅନ୍ତୁ। ଓଭନରେ କରିଲେ ୩ରୁ ୪ ମିନିଟ୍ ଲାଗିବ।

-ଏହାପରେ ଗରମା ଗରମ କାଢ଼ି ପରଷନ୍ତୁ । ଏହାକୁ ଆପଣ ଦହି, ସମ୍ବର ବା ଗ୍ରୀନ୍‌ ଚଟଣୀ ଲଗାଇ ଖାଇପାରିବେ।