ଅଧିକ ପଢ଼ନ୍ତୁ: ସ୍ୱାଦ ଓ ପୋଷଣରେ ଭରପୂର ଓଟ୍ସ୍‌ ଉପମା – ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ

ଫାଇବର ଓ ପ୍ରୋଟିନ୍‌ରେ ଭରପୂର ମୁଗଡାଲି। ଏଥିରେ କମ୍‌ ପରିମାଣର କାର୍ବୋହାଇଡ୍ରେଟ୍‌ ଥାଏ। ମୁଗଡ଼ାଲି ସହଜ ପାଚ୍ୟ ହୋଇଥିବାରୁ ଏହା ଶୀଘ୍ର ହଜମ ହୋଇଥାଏ।

ମୁଗଡାଲିରେ ୩୪୮ କ୍ୟାଲୋରି, ୧.୨ ଫ୍ୟାଟ୍‌, ୨୪,୫ ପ୍ରୋଟିନ୍‌, ୮.୨ ଫାଇବର, ୫୯.୯ କାର୍ବୋହାଇଡ୍ରେଟ୍‌ ଥାଏ। ତେଣୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ମୁଗ ଡାଲିକୁ ସାମିଲ କରନ୍ତୁ। ଆପଣ ମୁଗରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିପାରିବେ। ଓଜନ ନିନୟନ୍ତ୍ରଣ କରିବାକୁ ଚାହୁଁଥିଲେ ମୁଗ ଡାଲି ସୁପ୍‌ ପ୍ରସ୍ତୁତ କରି ଖାଇପାରିବେ। ତେବେ କେମିତି ପ୍ରସ୍ତୁତ କରିବେ ମୁଗ ଡାଲି ସୁପ୍‌ ଆସନ୍ତୁ ଜାଣିବା।

  • ୪୦୦ ଗ୍ରାମ୍‌ ମୁଗ
  • ୨ ଲିଟର ପାଣି
  • ଅଧ ଚାମଚ ହଳଦୀ
  • ୨ ଚୁଟ୍‌କି ହେଙ୍ଗୁ
  • ଲେମ୍ବୁ ରସ
  • ଅଧ ଇଞ୍ଚ ଅଦା
  • ୩ ପାଖୁଡ଼ା ରସୁଣ
  • ୧ଚାମଚ ଜିରା
  • ଲୁଣ ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ

ମୁଗକୁ ଧୋଇ ୪ ଘଣ୍ଟା ପାଇଁ ପାଣିରେ ବତୁରାଇଦିଅନ୍ତୁ। ଗ୍ୟାସ୍‌ରେ ପ୍ରେସରକୁକର୍‌ ବସାଇ ଗୋଟେ ଚାମଚରୁ କମ୍‌ ଘିଅ ପକାଇବେ। ଏହାପରେ ହେଙ୍ଗୁକୁ ପକାଇବେ। କିଛି ସେକେଣ୍ଡ ପରେ ଏଥିରେ ଜିରା, ଅଦା, ରସୁଣ ଫୁଟାନ୍ତୁ। ଏହାପରେ ଏଥିରେ ବତୁରା ହୋଇଥିବା ମୁଗ, ହଳଦୀ ଓ ଉପଯୁକ୍ତ ପାଣି ମିଶାଇ ପ୍ରେସର କୁକର ବନ୍ଦ କରିଦେବେ। ୨ରୁ ୩ଟି ହୁଇସିଲ୍‌ ପରେ ଗ୍ୟାସ୍‌ର ଜାଳ କମ୍‌ କରିଦେବେ। ଏବେ ପ୍ରେସରକୁକରକୁ ଖୋଲି ସେଥିରେ ଆବଶ୍ୟକ ମୁତାବକ ଲୁଣ ଓ ଲେମ୍ବୁ ରସ ମିଶାନ୍ତୁ। ଯଦି ସୁପ୍‌ ପାଣିଆ ଖାଇବାକୁ ପସନ୍ଦ କରନ୍ତି, ତେବେ ଏଥିରେ ଗରମ ପାଣି ମିଶାଇପାରିବେ।