ଗଳା ଦରଜ ହେବା କିମ୍ବା ଖାଦ୍ୟ ଢୋକିବା ବେଳେ କଷ୍ଟ ଅନୁଭୂତ ହେବାକୁ ଟନ୍‌ସିଲାଇଟିସ୍‌ କୁହାଯାଏ।

ଟନ୍‌ସିଲାଇଟିସ୍‌ କହିଲେ ଗଳାରେ ଥିବା ଟନ୍‌ସିଲ୍‌ ଗ୍ରନ୍ଥିର ପ୍ରଦାହକୁ ବୁଝାଏ। ଭୁତାଣୁ ଓ ଜୀବାଣୁ ସଂକ୍ରମଣ ଯୋଗୁଁ ଟନ୍‌ସିଲାଇଟିସ୍‌ ରୋଗ ହୋଇଥାଏ। କେତେକ ଲୋକଙ୍କର ବିନା ଔଷଧରେ ବି ଏହି ସମସ୍ୟା ଭଲ ହୋଇଯାଏ।

ଟନ୍‌ସିଲାଇଟିସ୍‌ର ଲକ୍ଷଣ

ଖାଇଲା ବେଳେ କଷ୍ଟ ହୁଏ

କାଶ

ମୁଣ୍ଡ ବ୍ୟଥା

ଛେପ ଢୋକିବା ବେଳେ କଷ୍ଟ ଅନୁଭୂତ ହେବା

କାନ ଓ ବେକରେ ଯନ୍ତ୍ରଣା ହୁଏ ।

ସ୍ଵର ପରିବର୍ତ୍ତନ

ମୁହଁ ଖୋଲିବାକୁ କଷ୍ଟ ହୁଏ। ଟନ୍‌ସିଲାଇଟିସ୍‌ ଅଧିକ ହେଲେ ଟନ୍‌ସିଲ୍‌ ଲାଲ ଦେଖା ଯାଏ। ବାରମ୍ବାର ଟନ୍‌ସିଲାଇଟିସ୍‌ ହେଲେ ଟନ୍‌ସିଲୋଲିଥ୍‌(Tonsillolith) ହୁଏ।

ଟନ୍‌ସିଲାଇଟିସ୍‌ର କାରଣ

ଟନ୍‌ସିଲାଇଟିସ୍‌ ହେବାର ମୁଖ୍ୟ କାରଣ ହେଉଛି ଭୂତାଣୁ ସଂକ୍ରମଣ ହେବା। ଆଡିନୋ ଭାଇରସ୍‌, ରାଇନୋଭାଇରସ୍‌, ଇନଫ୍ଲୁଏଞ୍ଜା ଭାଇରସ୍‌, କରୋନା ଭାଇରସ୍‌ ଓ ରେସ୍ପିରେଟରି ସିନ୍ସିଟିଆଲ ଭାଇରସ୍‌ ଯୋଗୁଁ ଟନ୍‌ସିଲାଇଟିସ୍‌ ସମସ୍ୟା ହୋଇଥାଏ।

ଏହି ରୋଗ ଅନ୍ୟ କେତେକ ଭୁତାଣୁ ଦ୍ଵାରା ମଧ୍ୟ ହୁଏ ଯଥା ଏପସ୍ଟେନ-ବାର ଭୁତାଣୁ, ହର୍ପେସ ସିମ୍ପ୍ଲେକ୍ସ ଭୁତାଣୁ, ସାଇଟୋମେଗାଲୋ ଭୁତାଣୁ ଓ ଏଚ.ଆଇ.ଭି. ଭୁତାଣୁ।

ସାଧାରଣତଃ ଭୁତାଣୁ ଓ ଜୀବାଣୁ ବାୟୁ ମାଧ୍ୟମରେ ନାକ ଓ ପାଟି ବାଟ ଦେଇ ଗଳାରେ ପ୍ରବେଶ କରନ୍ତି ଯେଉଁଠାରେ ଟନ୍‌ସିଲ୍‌ ଦ୍ଵାରା ଛାଣି ହୋଇଯାଆନ୍ତି। ଏହି ଟନ୍‌ସିଲ୍‌ରେ ଶ୍ଵେତ ରକ୍ତ କଣିକା ଓ ପ୍ରତିରୋଧ ପ୍ରଣାଳୀ ଦ୍ଵାରା ପ୍ରଦାହକାରୀ ସାଇଟିକାଇନେଜ ଯଥା ଫସ୍ଫୋଲାଇପେଜ ଏହି ଦ୍ଵାରା ଭୁତାଣୁ ଓ ଜୀବାଣୁ ନଷ୍ଟ ହୋଇଯାଆନ୍ତି ଓ ଏହା ଯୋଗୁଁ ଜ୍ଵର ମଧ୍ୟ ହୁଏ।

ଟନ୍‌ସିଲାଇଟିସ୍‌ର ଚିକିତ୍ସା

ଟନ୍‌ସିଲାଇଟିସ୍‌ ରୋଗର ଲକ୍ଷଣ ଜଣାପଡ଼ିଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବା ଜରୁରୀ।

ଗଳା ଦରଜ କମେଇବା ପାଇଁ ଉଷୁମ ଲୁଣ ପାଣି କୁଳି କରିବା ଦ୍ଵାରା ଉପଶମ ମିଳିଥାଏ।

ଭାଇରସ୍‌ ଦ୍ଵାରା ରୋଗ ହୋଇଥିଲେ ପ୍ରାୟ ଏକ ସପ୍ତାହ ମଧ୍ୟରେ ଭଲ ହୋଇଯାଏ। କିନ୍ତୁ, ସ୍ଥାୟୀ ଟନ୍‌ସିଲାଇଟିସ୍‌ ରୋଗ ହୋଇଥିଲେ ଅପରେସନ (Tonsillectomy) ଦ୍ଵାରା କାଢ଼ି ଦିଆଯାଏ।