Corona mask

ବର୍ତ୍ତମାନ ବି ଲୋକ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଥିବା ବେଳେ ଆଉ କିଛି ନୂଆ କରୋନାରେ ଆକ୍ରାନ୍ତ ହେଉଛନ୍ତି। ତେବେ କୋଭିଡ୍‌ ପରିବର୍ତ୍ତୀ ସମୟରେ ସୁସ୍ଥ ହୋଇଥିବା ବ୍ୟକ୍ତି କ’ଣ କ’ଣ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ଓ ନିଜର ଜୀବନଶୈଳୀ ଖାଦ୍ୟ ପାନୀୟ, ବିଶ୍ରାମ, ବ୍ୟାୟାମ ତଥା ମାନସିକ ସ୍ଥିରତା ବଜାୟ ରଖିବା ପାଇଁ କିଛି ଦିଗ ପ୍ରତି ଧ୍ୟାନ ଦେବା ଦରକାର।

ମାସ୍କ ପିନ୍ଧନ୍ତୁ: ମାସ୍କର ସୂତାକୁ ଧରି ପିନ୍ଧନ୍ତୁ। ମାସ୍କର ବାହାର କିମ୍ବା ଭିତର ପଟକୁ ହାତରେ ଛୁଅନ୍ତୁ ନାହିଁ। ନାକ ଓ ପାଟିକୁ ଭଲଭାବରେ ଢାଙ୍କି ରଖୁଥିବା ମାସ୍କ ପିନ୍ଧନ୍ତୁ।

ବ୍ୟବହୃତ ଡିସ୍‌ପୋଜେବଲ୍‌ ମାସ୍କକୁ ଘୋଡ଼ଣି ଥିବା ଡଷ୍ଟବିନ୍‌ରେ ପକାନ୍ତୁ।

ଭିଡ଼ଠାରୁ ଦୂରେଇ ରହନ୍ତୁ। ପରଷ୍ପରଠାରୁ ୨ ମିଟର ବା ୬ ଫୁଟ୍ ଦୂରତା ରଖନ୍ତୁ।

ସ୍ପର୍ଶ ମାଧ୍ୟମରେ ଯାଉଥିବା ସଂକ୍ରମଣ ରୋକିବାକୁ ବାରମ୍ବାର ସାବୁନ୍‌ରେ ହାତ ଧୁଅନ୍ତୁ।

ଅନ୍ୟଜଣେ ବ୍ୟବହାର କରିଥିବା ଜିନିଷକୁ ଛୁଇଁବା ପରେ ହାତ ଧୁଅନ୍ତୁ।

ମାସ୍କ ପିନ୍ଧିବା ପୂର୍ବରୁ ଓ କାଢ଼ିବା ପରେ ହାତ ଧୁଅନ୍ତୁ।

ରୋଷେଇ କରିବା ପୂର୍ବରୁ ଓ ଖାଇବା ପୂର୍ବରୁ ଓ ଶୌଚ ହେବା ପରେ ହାତ ଧୁଅନ୍ତୁ।

ମୁହଁକୁ ସ୍ପର୍ଶ କରିବା ପୂର୍ବରୁ ଓ ପରେ ହାତ ଧୁଅନ୍ତୁ।

ଶିଶୁକୁ ଧରିବା କିମ୍ବା କ୍ଷୀର ଖୁଆଇବା ପୂର୍ବରୁ ହାତ ଧୁଅନ୍ତୁ।

କାଶିବା ଓ ଛିଙ୍କିବା ପରେ ହାତ ଧୁଅନ୍ତୁ।

ପନିପରିବା ବଜାରରୁ ଆଣିବା ପରେ ଖାଇବା ସୋଡ଼ା କିମ୍ବା ବେକିଂ ପାଉଡର ମିଶା ପାଉଡର ପ୍ରଥମ ଦୁଇ ତିନି ଥର ଧୁଅନ୍ତୁ।

ଏଣେତେଣେ ଛେପଖଙ୍କାର ପକାନ୍ତୁ ନାହିଁ। ବେସିନ୍‌ରେ ପାଣି ଖୋଲାକରି ପକାନ୍ତୁ।

ଡାକ୍ତରଖାନାରୁ ଆରୋଗ୍ୟ ହୋଇ ଫେରିବା ପରେ ନିଜର ଲୁଗାପଟା ଓ ବ୍ୟବହାର କରିଥିବା ଜିନିଷ ଏବଂ ହୋମ୍‌ ଆଇସୋଲେସନ୍‌ ସରିବା ପରେ କୋଠରୀ ରହୁଥିବା କୋଠରୀକୁ ବିଶୋଧିତ କରନ୍ତୁ।

ଆଲକହଲ ଥିବା ସାନିଟାଇଜରରେ ଫୋନ୍‌, ସୁଇଚ୍‌, ଟିଭି ରିମୋଟ, ଲାପ୍‌ଟପ୍‌ ପୋଛି ସଫା କରନ୍ତୁ।