ରାତି ଅନିଦ୍ରା, ମାନସିକ ଚାପ, ଦୀର୍ଘ ସମୟ ଧରି କମ୍ପ୍ୟୁଟରକୁ ଚାହିଁ ରହିବା କାରଣରୁ ଆଖି ତଳେ କଳା ଦାଗ ପଡ଼ିଥାଏ। କେତେକ ଘରୋଇ ଉପଚାର ଆପଣେଇ ଏହି ଦାଗକୁ ହଟାଇପାରିବେ।

ଏଲୋଭେରା: କସମେଟିକ୍ ଗୁଣ ପାଇଁ ବେଶ୍ ପରିଚିତ ଏଲୋଭେର।। ଯାହାକି ଚଷମା ଦାଗ ଦୂର କରିବା କ୍ଷେତ୍ରରେ ସହାୟକ ହୋଇଥାଏା ଦାଗ ହୋଇଥିବା ସ୍ଥାନରେ ଏଲୋଭେରା ଜେଲ୍‌କୁ ହାଲକା ଭାବରେ ମାଲିସ କରି ୧୫ ରୁ ୨୦ ମିନିଟ୍ ଛାଡ଼ି ଦିଅନ୍ତୁା ଏହାପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁା ଆପଣ ଏହା ଦିନକୁ ଦୁଇଥର କରିପାରିବୋ

ଆଳୁ: ଆଳୁରେ ବ୍ଲିଚିଙ୍ଗ୍ ଏଜେଣ୍ଟ୍ ଥିବାରୁ ଏହା କଳାଦାଗ ଦୂର କରିବା ସହ ଚେହେରାର ରଙ୍ଗକୁ ସଫା କରିଥାଏା ତେଣୁ ଗୋଟିଏ ଆଳୁକୁ କାଟି ଦାଗ ହୋଇଥିବା ସ୍ଥାନରେ ମସାଜ କରନ୍ତୁା କିମ୍ବା ଗୋଟିଏ ଆଳୁର ରସ ବାହାର କରି ଦାଗ ଉପରେ ଳଗାନ୍ତୁା ଅଧଘଣ୍ଟା ରଖିବା ପରେ ଧୋଇ ଦିଅନ୍ତୁା

ଲେମ୍ବୁ ଓ କାକୁଡ଼ି: ଲେମ୍ବୁ ଓ କାକୁଡ଼ି ରସକୁ ଭଲଭାବରେ ଫେଣ୍ଟି ଚେହେରାରେ ଲଗାନ୍ତୁା ଏହା ଚେହେରାକୁ କୋମଳ ରଖିବା ସହିତ ତ୍ୱଚାରେ ଥିବା ସମସ୍ତ ଦାଗକୁ ହଟାଇଥାଏା

ବାଦାମ ତେଲ: ଚେହେରାରେ ହୋଇଥିବ କଳା ଦାଗକୁ ଦୂର କରିବା ପାଇଁ ବାଦାମ ତେଲ ବହୁତ ଭଲ କାମ କରିଥାଏା ଏହି ତେଲକୁ କଳା ପଡ଼ିଥିବା ଦାଗ ଉପରେ ପ୍ରତିଦିନ ମାଲିସ କରନ୍ତୁା ଯାହାଫଳରେ କଳା ଦାଗ ଦୂର ହେବ।

ଯଦି ଆପଣ ଟାଇଟ ଚଷମା ପିନ୍ଧୁଛନ୍ତିା ତେବେ ଏହା ଆପଣଙ୍କ ଚେହେରାକୁ ବହୁତ କ୍ଷତି ପହଁଚାଇଥାଏ। ଯେମିତିକି ବହୁତ ମାତ୍ରାରେ କଳାଦାଗ ଆପଣଙ୍କ ଆଖିତଳେ ଏବଂ ନାକରେ ଦେଖାଦେଇଥାଏା ସେଥିପାଇଁ  ଆପଣ ହାଲକା ଏବଂ ସଫଟ୍ ଫ୍ରେମ୍ ବ୍ୟବହାର କରିପାରିବୋ