Yellow bananas

ରାତିରେ କଦଳୀ ଖାଇବାର ଅନେକ ଫାଇଦା ରହିଛି।

କଦଳୀ ଏମିତି ଏକ ଫଳ ଯେଉଁଥିରେ ସବୁପ୍ରକାର ପୋଷକ ତତ୍ତ୍ୱ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ଥାଏ। ଏଥିରେ ଭିଟାମିନ୍, ଫାଇବର, ପୋଟାସିୟମ, ମ୍ୟାଗ୍ନେସିୟମ୍‌, ଭିଟାମିନ୍‌ ସି, ଭିଟାମିନ୍‌ ବି୬ ଏବଂ ପ୍ରାକୃତିକ ଚିନି ଭରପୂର ମାତ୍ରାରେ ଥାଏ। ଏଥିପାଇଁ ଖାଦ୍ୟରେ ପାଚିଲା କଦଳୀ ସାମିଲ କରିବା ଆବଶ୍ୟକ। ଏହାକୁ ସାଲାଡ, ଜୁସ୍‌, ଶେକ୍‌ ମାଧ୍ୟମରେ ଖାଇପାରିବେ।

ରାତିରେ କଦଳୀ ଖାଇବାର ଫାଇଦା

ରାତିରେ କଦଳୀ ଖାଇବା ଫଳରେ ଭଲ ନିଦ ହୋଇଥାଏ। କଦଳୀରେ ଥିବା ସମସ୍ତ ଭିଟାମିନ୍‌ ଭଲ ନିଦ ପାଇଁ ଜରୁରୀ।

ଶରୀରରେ ମେଲାଟୋନିନ୍‌ ସ୍ତର ନିୟନ୍ତ୍ରଣ ରଖିଥାଏ କଦଳୀ। ମେଲାଟୋନିନ୍‌ ଯୋଗୁଁ ଭଲ ନିଦ ହୋଇଥାଏ। ଯଦି ଶରୀରରେ ମେଲାଟୋନିନ୍‌ର ସ୍ତର କମିଯାଏ, ତେବେ ନିଦ ଆସିବାରେ ଅସୁବିଧା ହୋଇଥାଏ। ତେଣୁ ଶୋଇବା ପୂର୍ବରୁ ଗୋଟେ କଦଳୀ ଖାଇଲେ ଭଲ ନିଦ ହୋଇଥାଏ।

ଯଦି ରାତିରେ ତେଲ, ରାଗ ଓ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏସିଡିଟି ବା ଛାତି ପୋଡ଼ିବା ଭଳି ସମସ୍ୟା ହୁଏ, ତେବେ ଶୋଇବା ପୂବରୁ ଗୋଟେ କଦଳୀ ଖାଆନ୍ତୁ।

ମିଠା ଖାଇବାର ଇଛାକୁ ନିୟନ୍ତ୍ରଣ କରିଥାଏ କଦଳୀ। କେତେକ ଲୋକଙ୍କୁ ରାତିରେ ମିଠା ଖାଇବାକୁ ଇଛା ହୋଇଥାଏ। ହେଲେ ରାତିରେ ମିଠା ଖାଇଲେ ଦାନ୍ତ ପୋକ ଖାଇବା ସହ ମୋଟାପଣ ବଢ଼ିଥାଏ। ତେଣୁ ମିଠା ବଦଳରେ ଗୋଟେ କଦଳୀ ଖାଇଲେ, ଆପଣଙ୍କ ଶରୀରକୁ ପ୍ରାକୃତିକ ଚିନି ମିଳିବା ସହ ମିଠା ଖାଇବାର ଇଛା ହୋଇନଥାଏ।

ଜାଣିରଖନ୍ତୁ, ଯଦି ଆପଣଙ୍କୁ ଥଣ୍ଡା, ଜ୍ୱର କିମ୍ବା କାଶ ହେଉଛି, ତେବେ ରାତିରେ କଦଳୀ ଖାଆନ୍ତୁ ନାହିଁ। କାରଣ ଏହା ଯୋଗୁଁ କଫ ହେବ।

ଯଦି ଆପଣ ଆସ୍ଥମା ରୋଗୀ, ତେବେ ରାତିରେ କଦଳୀ ଖାଆନ୍ତୁ ନାହିଁ।

ଓଜନ ନିୟନ୍ତ୍ରଣ ରଖିବା ପାଇଁ ରାତିରେ କଦଳୀ ଖାଆନ୍ତୁ ନାହିଁ। କାରଣ କଦଳୀ ସହଜରେ ହଜମ ହୁଏ ନାହିଁ।