corona_covid 19 child

ଜନ୍ମିତ ଶିଶୁଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ସଂକ୍ରମଣର ଶିକାର ହେବା ସମ୍ଭାବନା ରହିଛି। ଆଶ୍ୱସ୍ତିର ବିଷୟ ଏହା ଯେ କରୋନା ଭୂତାଣୁ ଦ୍ୱାରା ବୟସ୍କଙ୍କ ତୁଳନାରେ ପିଲାମାନେ କମ୍‌ ପ୍ରଭାବିତ ହେଉଥିବା ଦେଖାଯାଉଛି। ତଥାପି ପିଲାଙ୍କ ପ୍ରତି ଯେ ବିପଦ ନାହିଁ ତାହା କହିହେବ ନାହିଁ।

ଶିଶୁମାନଙ୍କୁ ଯଦି କାଶ,କଫ,ସର୍ଦ୍ଦି ହେଉଛି ବା ଶୋଇବା ବେଳେ କଷ୍ଟ ହେଉଛି, ତାହାହେଲ ଡାକ୍ତରଙ୍କ ସହାୟତା ନିଅନ୍ତୁ। କୋଭିଡ୍‌-୧୯ଠାରୁ ପିଲାଙ୍କୁ ସୁରକ୍ଷିତ ରଖିବା କିଛି ପଦକ୍ଷେପ ଗ୍ରହଣ କରିପାରିବେ?

୧) ପିଲାମାନଙ୍କୁ ଘର ଭିତରେ ରଖନ୍ତୁ। ଘରର ଚଟାଣ ପରିଷ୍କାର ରଖନ୍ତୁ।

୨) ବାରମ୍ବାର ସାବୁନ ଲଗେଇ ଭଲଭାବେ ହାତ ଧୋଇବାକୁ ପ୍ରେରିତ କରନ୍ତୁ। ସାବୁନ ଉପଲବ୍ଧ ନହେଲେ ସାନିଟାଇଜର୍‌ ଲଗାନ୍ତୁ।

୩) ପିଲାମାନଙ୍କୁ ବାରମ୍ବାର ହାତରେ ମୁହଁ, ନାକ, ଆଖି ଛୁଇଁବାକୁ ବାରଣ କରନ୍ତୁ।

୪) ବାହାରକୁ ଯାଇଥିଲେ ସାମାଜିକ ଦୂରତା ରକ୍ଷା କରନ୍ତୁ। ଅର୍ଥାତ୍‌ ଅନ୍ୟମାନଙ୍କଠାରୁ ଅତି କମ୍‌ରେ ଦୁଇ ମିଟର ଦୂରରେ ପିଲାଙ୍କୁ ରଖନ୍ତୁ।

୫) ପୋଷା ପ୍ରାଣୀଙ୍କଠାରୁ ଦୂରେଇ ରହନ୍ତୁ।

୬) ଶରୀରରୁ ଜଳୀୟ ଅଂଶ କମ୍‌ ହେବାକୁ ଦିଅନ୍ତୁ ନାହିଁ। ଏଥିପାଇଁ ଦିନସାରା ପାଣି, ଜୁସ୍‌ ଆଦି ପିଇବାକୁ ଦିଅନ୍ତୁ।

୭) ଘରୁ ବାହାରକୁ ବାହରିଲେ ମାସ୍କ ପିନ୍ଧାନ୍ତୁ।

୮) ଘରେ କାହାକୁ ଥଣ୍ଡା,ସର୍ଦ୍ଦି, କଫ ହୋଇଥିଲେ, ପିଲାମାନଙ୍କଠାରୁ ଦୂରରେ ରୁହନ୍ତୁ।

୯) ବାରମ୍ବାର ସ୍ପର୍ଶ କରାଯାଉଥିବା ଜିନିଷ ଯେପରିକି ଡେସ୍କଟପ୍‌, ଲାପ୍‌ଟପ୍‌, ସ୍ମାର୍ଟଫୋନ୍‌, ଟିଭି ତଥା ଏସି ଆଦିର ରିମୋଟ୍‌ ଆଦିକୁ ଭଲ ଭାବେ ବିଶୋଧିତ କରନ୍ତୁ।

୧୦)ପିଲାଙ୍କ ସହିତ ଅଧିକରୁ ଅଧିକ ସମୟ ବିତାନ୍ତୁ ତଥା ସେମାନଙ୍କୁ ବିଭିନ୍ନ ଗତିବିଧିରେ ବ୍ୟସ୍ତ ରଖନ୍ତୁ।